ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୬/୦୭: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି ଆସନ୍ତା ୨୨ ତାରିଖରୁ । ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ୨୫ରେ ଗୃହରେ ବଜେଟ୍‌ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୨ ରେ ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ଅଭିଭାଷଣ ରଖିବେ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ  ପ୍ରସ୍ତାବ ଆସିବ । ୨୩ରେ ଉପବାଚସ୍ପତି ନିର୍ବାଚନ ନେଇ  ଘୋଷଣା ହେବ । ଆବଶ୍ୟକ ପଡ଼ିଲେ ୨୪ ତାରିଖରେ  ଉପବାଚସ୍ପତି ପଦ ପାଇଁ ଗୃହରେ ଭୋଟ ହେବ । ୨୩ରୁ  ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଧନ୍ୟବାଦ  ପ୍ରସ୍ତାବ ଆଲୋଚନା ଆରମ୍ଭ ହେବ ।   

ଆସନ୍ତା ୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଗୃହରେ ଅର୍ଥ ମନ୍ତ୍ରୀ ଭାବେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ  ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ସେପ୍ଟେମ୍ବର ୧୦ରେ  ଗୃହରେ ବ୍ୟୟ ମଞ୍ଜୁରୀ ବିଲ୍‌ ଆଗତ ହେବ । ନୂଆ ସରକାରର ଏହା ହେବ ପ୍ରଥମ ବଜେଟ୍‌ । ହେଲେ ପୂର୍ଣ୍ଣାଙ୍ଗ ବଜେଟ ପାଇଁ ବ୍ୟୟ ମଞ୍ଜୁରୀ  ବିଲ୍‌ ପାରିତ ହେବା ପୂର୍ବରୁ ବିଧାନସଭାରେ ଆଉ  ଏକ ମାସ ପାଇଁ ଲେଖାନୁଦାନ ଆଗତ କରାଯିବ ।  ଜୁଲାଇ ୩୦ରେ ଲେଖାନୁଦାନ ପ୍ରସ୍ତାବ ଆସିବ । ୩୧  ଜୁଲାଇରେ ଲେଖାନୁଦାନ ପାଇଁ ବ୍ୟୟମଞ୍ଜୁରୀ ବିଲ୍‌  ଆଗତ ହେବ ।  

ଦୁଇଟି ପର୍ଯ୍ୟାୟରେ ବିଧାନସଭାର ବଜେଟ  ଅଧିବେଶନ ବସିବ । ଏଥିରେ ମୋଟ ୨୭ଟି କାର୍ଯ୍ୟ  ଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୨ରୁ ୩୧  ତାରିଖ ପର୍ଯ୍ୟନ୍ତ ଚାଲିବ । ଅଗଷ୍ଟ ୧ରୁ ୧୯ ତାରିଖ  ପର୍ଯ୍ୟନ୍ତ ଅଧିବେଶନ ନାହିଁ । ପୁନର୍ବାର ଅଗଷ୍ଟ ୨୦ରୁ  ଗୃହ କାର୍ଯ୍ୟ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ  ଚାଲିବା ନେଇ କାର୍ଯ୍ୟସୂଚୀ ଜାରି ହୋଇଛି । 

୨୪ ବର୍ଷର ବିଜେଡି ସରକାର ହଟିବା ପରେ  ପ୍ରଥମ ଥର ରାଜ୍ୟରେ ବିଜେପି ସରକାର ଗଢ଼ିଛି ।  କ୍ଷମତାକୁ ଆସିବା ପରେ ବିଜେପି ସରକାର ପ୍ରଥମ  ଥର ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ।  ଏହା ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି ।  ଅନ୍ୟପଟେ ପ୍ରଥମ ଥର ପାଇଁ ବିଜେଡି ବିଧାନସଭାରେ  ବିରୋଧୀ ଦଳ ଭୂମିକା ତୁଲାଇବ । ନବୀନ ପଟ୍ଟନାୟକ  ଗୃହରେ ପ୍ରଥମ ଥର ବିରୋଧୀ ଦଳ ନେତା ଭାବେ  ଦାୟିତ୍ୱ ତୁଲାଇବେ । ଉଭୟ ଦଳ ପାଇଁ ଏହି  ବିଧାନସଭା ଅଧିବେଶନ ଚାଲେଞ୍ଜିଂ ହେବ ।

  • PrameyaOdia
  • prameya
  • odisha
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.