ଭୋଗରାଇ,୦୫/୧୦: ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ ପରେ ରେଡ୍ । ଭୋଗରାଇ ବ୍ଲକ ବଗଡ଼ ନୋଡ଼ାଲ ଉପ୍ରା ବିଦ୍ୟାଳୟରେ ବାଲେଶ୍ୱର ଭିଜିଲାନ୍ସ ବିଭାଗର ଚଢ଼ାଉ । ୨୦୨୦ ମସିହାରେ ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କା ସ୍କୁଲର କାର୍ଯ୍ୟ ପାଇଁ ଆସିଥିବା ବେଳେ ମାତ୍ର କିଛି ଟଙ୍କାରେ ନିମ୍ନ ମାନର କାର୍ଯ୍ୟ କରାଯାଇ ସମ୍ପୂର୍ଣ୍ଣ ଟଙ୍କାଙ୍କୁ ହଡପ କରାଯାଇଥିବା ଅଭିଯୋଗ ହୋଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ ଏହି ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ବଗଡ଼ ନୋଡ଼ାଲ ଉପ୍ରା ବିଦ୍ୟାଳୟକୁ ୨୦୨୦ ମସିହାରେ ମୋ ସ୍କୁଲ ଯୋଜନାରେ ସ୍କୁଲର କାର୍ଯ୍ୟ ପାଇଁ ୬୦ ଲକ୍ଷ ଟଙ୍କା ଆସିଥିଲା । କିନ୍ତୁ ଅଳ୍ପ ଟଙ୍କାରେ ନିମ୍ନ ମାନର କାର୍ଯ୍ୟ କରାଯାଇ ସମ୍ପୂର୍ଣ୍ଣ ଟଙ୍କାଙ୍କୁ ହଡପ କରାଯାଇଥିବା ନେଇ ପୂର୍ବତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୌତମ ଦେ ବାଲେଶ୍ୱର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସ୍କୁଲରେ ପହଞ୍ଚି କାଗଜ ପତ୍ର ଯାଞ୍ଚ କରି ଅଧିକ ପଚରା ଉଚରା ଚଳାଇଛନ୍ତି ।