ପ୍ରମୂଖ ଖବର
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଝିଅର ଦେହ ଖରାପ ଶୁଣି ଧାଇଁ ଆସିଥିଲେ ବାପା, ମେଡିକାଲରୁ ପାଇଲେ ଶବ... ଶାଶୁଘର ଲୋକେ ଫେରାର୍

କୋଣାର୍କ, ୨୭/୦୭ : ଗୋପ ଥାନା ଅରୁଆଳି ଗ୍ରାମରେ ବଧୂ ହତ୍ୟା ଅଭିଯୋଗ। ଝିଅକୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର ଲୋକେ। ଗୋପ ମେଡିକାଲ ପରିସରରେ ଉତ୍ତେଜନା। ଘଟଣାସ୍ଥଳରେ ତଦନ୍ତ ଚଳାଇଛି ଗୋପ ପୋଲିସ। ସେପଟେ ଶାଶୁଘର ଲୋକ ଫେରାର୍।

ସୂଚନାନୁଯାୟୀ, ଗୋପ ଥାନା ଅନ୍ତର୍ଗତ ମଦରଙ୍ଗ ଗ୍ରାମର କୁମର ବେହେରାଙ୍କ ବଡ଼ ଝିଅ ଭାଗ୍ୟବତୀ ବେହେରା ଅରୁଆଳି ଗ୍ରାମର ପପୁନି ବେହେରାଙ୍କୁ ପାଞ୍ଚ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ଭାଗ୍ୟବତୀଙ୍କ ଦେଢ ବର୍ଷ ଓ ୪ ବର୍ଷର ଦୁଇଟି ଶିଶୁକନ୍ୟା ଅଛନ୍ତି। ଶନିବାର ସକାଳୁ ହଠାତ୍ ଭାଗ୍ୟବତୀଙ୍କ ଶାଶୁଘର ଲୋକ ବାପଘର ଲୋକଙ୍କୁ ଫୋନ କରି ଡାକିଥିଲେ। ଝିଅର ଦେହ ଖରାପ ଅଛି ଗୋପ ମେଡିକାଲକୁ ଆସ ବୋଲି କହିଥିଲେ। ଭାଗ୍ୟବତୀଙ୍କ ବାପା କୁମର ମେଡିକାଲରେ ପହଞ୍ଚିଲା ବେଳକୁ ଝିଅର ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ମେଡିକାଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଝିଅକୁ ଶାଶୁଘର ଲୋକ ହତ୍ୟା କରିଥିବା କୁମର ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ସେପଟେ ଶାଶୁ ଘର ଲୋକ ଫେରାର୍ ହୋଇଯାଇଛନ୍ତି।   




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.