ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଲୋକ କଳା ଓ ଲୋକ ସଂସ୍କୃତି ସଂଘ ପକ୍ଷରୁ ନାଟଗୁରୁ ଓ କଳାକାରମାନଙ୍କୁ କମ୍ପୁଦିରୀ କଳାରତ୍ନ ସମ୍ମାନ

ମାଲକାନଗିରି, ୭/୯ : ବନ୍ଦେ ଉତ୍କଳ ଲୋକ କଳା ଓ ଲୋକ ସଂସ୍କୃତି ମହାସଂଘ ଓଡ଼ିଶା ଶାଖା ମାଲକାନଗିରି ଜିଲ୍ଲା ପକ୍ଷରୁ ଏକ ଅଭିନବ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଶିରାଗୁଡ଼ା କଳା ଗ୍ରାମରେ ଏହି କାର୍ଯ୍ୟକ୍ରମ ହୋଇଛି । ଜିଲ୍ଲା ସଭାପତି ଧନୁର୍ଜୟ ହନ୍ତାଳ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ନେତା ଡଃ କାମରାଜ କବାସି, ମୁଖ୍ୟବକ୍ତା ରୂପେ ସମାଜସେବୀ ଘେନୁ ମୁଦୁଲି, ସମ୍ମାନୀତ ଅତିଥି ଭାବେ ଅମଳ ମଣ୍ଡଳ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ I 

ଡଃ କାମରାଜ କବାସି କଳାକାରମାନଙ୍କ ଭୂମିକା ଉପରେ ଆଲୋକପାତ କରି ନିଜ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ I ସେହିଭଳି ଶ୍ରୀ ମୁଦୁଲି ନିଜ ବକ୍ତବ୍ୟରେ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ଥିବା କଥା ପ୍ରକାଶ କରିଥିଲେ । ଅନ୍ୟପଟେ ସଂଗଠନକୁ ସୁଦୃଢ କରିବା ପାଇଁ ଶ୍ରୀ ମଣ୍ଡଳ ଅନୁରୋଧ କରିଥିଲେ । ସଭାପତି ଶ୍ରୀ ହନ୍ତାଳ, କଳାକାରମାନଙ୍କୁ କିଛି କିଛି ଲେଖିବା ନିମନ୍ତେ ପରାମର୍ଶ ଦେଇଥିଲେ । ପରେ କମ୍ପୁଦିରୀ ରାଜଧାନୀର ଗର୍ବ ଗାରିମାକୁ ସମାଜରେ ପ୍ରତିଷ୍ଠିତ କରାଇବା ପାଇଁ ଉକ୍ତ  ନାଟଗୁରୁ ଓ କଳାକାରମାନଙ୍କୁ“ କମ୍ପୁଦିରୀ କଳାରତ୍ନ ସମ୍ମାନ – ୨୦୨୪”ର ମାନପ‌ତ୍ର ପ୍ରଦାନ କରାଯାଇଥିଲା। 

ସନ୍ଧ୍ୟାରେ ବିଭିନ୍ନ ଆଦିବାସୀ ସାଂସ୍କୃତିକ ଦଳମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଶିରାଗୁଡ଼ା କଳା ଗ୍ରାମର ଢେମେସା, ନୀଳାଦ୍ରି ନଗରରୁ ସଂକୀର୍ତ୍ତନ, ଡାଇକ୍ ୩  ଗ୍ରାମରୁ ସଂଗୀତ ପରିବେଷଣ ସହ ପଡ଼ିଆ ବ୍ଲକର ଇରାଲଗନ୍ଦୀ ଗ୍ରାମରୁ ଆସିଥ‌ିବା “କୁପରଲିଙ୍ଗା କୋୟା ନୃତ୍ୟ" ସମସ୍ତଙ୍କୁ ଆକର୍ଷିତ କରିଥିଲା । ସୁଶ୍ରୀ ସୋନାଲି ପଡିଆମିଙ୍କ ନେତୃତ୍ୱରେ ଉକ୍ତ କୋୟା ନୃତ୍ୟ ପରିବେଷିତ ହୋଇଥିବାରୁ ସୁଶ୍ରୀ ପଡିଆମୀଙ୍କୁ ଦର୍ଶକ ମଣ୍ଡଳୀ ବହୁତ ପ୍ରଶଂସା କରିଥିଲେ I  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.