ଭୁବନେଶ୍ୱର ୨୭/୦୩: ତ୍ୱଚାରେ ହ୍ୱାଇଟ୍ ହେଡ୍ସ ଅଲଗା ଭାବେ ଦେଖା ଯାଇଥାଏ । ତେଣୁ ଏହାକୁ ବାହାର କରିବା ଜରୁରି ହୋଇଥାଏ । ସେଥିପାଇଁ ମହିଳାମାନେ ବିଭିନ୍ନ ମାସ୍କ ଓ ଉପକରଣ ବ୍ୟବହାର କରିଥାନ୍ତି । ବ୍ଲାକ୍ ହେଡ୍ସ ଓ ହ୍ୱାଇଟ୍ ହେଡ୍ସ ତ୍ୱଚା ସମ୍ବନ୍ଧୀୟ ଏମିତି ସମସ୍ୟା, ଯାହାଠାରୁ ସମୟ ପୂର୍ବରୁ ନିଜକୁ ମୁକ୍ତ କରିବା ଜରୁରି । ନଚେତ୍ ଏହା ବ୍ରଣର ରୂପ ନେଇପାରେ । ହ୍ୱାଇଟ୍ ହେଡ୍ସ ଚେହେରାର କୌଣସି ସ୍ଥାନରେ ହୋଇପାରେ । ତେଣୁ ଏହାକୁ ସଫା କରିବା ଜରୁରି ।
ହ୍ୱାଇଟ୍ ହେଡ୍ସ କ’ଣ?
ଏହା ଏକପ୍ରକାରର ଦାଗ, ଯାହା ତେଲ, ତ୍ୱଚାର ମୃତ କୋଷିକା ଏବଂ ବ୍ୟାକ୍ଟେରିଆ କାରଣରୁ ପୋର୍ସରେ ରହିଯାଇଥାଏ । ଏହା ତ୍ୱଚାର ଯେକୌଣସି ସ୍ଥାନରେ ହୋଇପାରେ ।
କାରଣ
ତ୍ୱଚାରେ ଅଧିକ ସିବମ୍ ଉତ୍ପାଦନ ହେବା କାରଣରୁ ହ୍ୱାଇଟ୍ ହେଡ୍ସ ସମସ୍ୟା ଦେଖା ଦେଇଥାଏ । ସିବମ୍ ତ୍ୱଚାକୁ ମଏଶ୍ଚରାଇଜ୍ କରି ରଖିଥାଏ । ପ୍ରଦୂଷଣ ମଧ୍ୟ ହ୍ୱାଇଟ୍ ହେଡ୍ସର ଅନ୍ୟତମ କାରଣ । ପ୍ରଦୂଷଣ ଯୋଗୁ ପୋର୍ସରେ ଧୂଳିମଳି ଜମିଯାଇଥାଏ । ଫଳରେ ବ୍ୟାକ୍ଟେରିଆ ବଢିବା ଯୋଗୁ ହ୍ୱାଇଟ୍ ହେଡ୍ସ ଓ ବ୍ରଣ ହୋଇଥାଏ । ହର୍ମୋନାଲ୍ ପରିବର୍ତ୍ତନର ପ୍ରଭାବ ମଧ୍ୟ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ । ହର୍ମୋନାଲ୍ ପରିବର୍ତ୍ତନ ଯୋଗୁ ଟି-ଜୋନ୍ ଓ ତ୍ୱଚାର ନିମ୍ନ ଭାଗ ଅର୍ଥାତ ଗାଲରେ ହ୍ୱାଇଟ୍ ହେଡ୍ସ ଦେଖିବାକୁ ମିଳିଥାଏ । ସେହିପରି ଗର୍ଭାବସ୍ଥାରେ ମଧ୍ୟ ତ୍ୱଚାରେ କେତେକ ପରିବର୍ତ୍ତନ ଦେଖାଯାଇଥାଏ ।
ଏଠାରେ ହୁଏ ହ୍ୱାଇଟ୍ ହେଡ୍ସ ହ୍ୱାଇଟ୍
ହେଡ୍ସ କେବଳ ତ୍ୱଚାରେ ହୁଏ ନାହିଁ । ବରଂ କାନ୍ଧ, ପିଠି ଓ ଛାତିରେ ମଧ୍ୟ ହୋଇଥାଏ । ସେଥିପାଇଁ ଶରୀରର ବିଭିନ୍ନ ଅଙ୍ଗକୁ ସଫାସୁତରା ରଖିବାକୁ ପ୍ରୟାସ କରିବା ଉଚିତ୍ ।
କଣ କରିବେ?
ତ୍ୱଚାରେ ରେଟିନାଇଡ୍ କ୍ରୀମ୍ ବ୍ୟବହାର ଦ୍ୱାରା ହ୍ୱାଇଟ୍ ହେଡ୍ସ କମ୍ ରହିଥାଏ । ଏହା ୩ ମାସ ବ୍ୟବହାର କରିବା ପରେ ପ୍ରଭାବ ଦେଖିବାକୁ ମିଳିଥାଏ ।
ବିଶେଷ ଧ୍ୟାନ ଦିଅନ୍ତୁ
ହ୍ୱାଇଟ୍ ହେଡ୍ସକୁ ଜବରଦସ୍ତି ବାହାର କରିବା ଅନୁଚିତ୍ । ନଚେତ୍ ତ୍ୱଚାରେ ଦାଗ ରହିଯିବ । ସେହିପରି ଏହାକୁ ବାହାର କରିବା ପାଇଁ ବଜାରରେ ବିଭିନ୍ନ ପ୍ରକାରର ଉପକରଣ ମିଳୁଛି । କିନ୍ତୁ ଏହାର ଉପଯୁକ୍ତ ବ୍ୟବହାର ନ କରିପାରିଲେ ତ୍ୱଚାର କ୍ଷତି ହୋଇପାରେ ।
କରିପାରିବେ ଯଦି ଆପଣ ଅଧିକ କିଛି କରି ନପାରନ୍ତି, ତେବେ ଗରମ ପାଣିରେ ତଉଲିଆ ଭିଜାଇ ନାକକୁ ସ୍କବ୍ କରନ୍ତୁ । ଏପରି କରିବା ଦ୍ୱାରା ନାକରେ ଥିବା ହ୍ୱାଇଟ୍ ହେଡ୍ସ ସଫା ହୋଇଯିବ