ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଖସିଲା ଅଟୋ

ନୀଳଗିରି, ୨୦।୭  ନୀଳଗିରି ବ୍ଲକ୍ ଅଧୀନ ଜଡ଼ିଦା ପଞ୍ଚାୟତ ବାଉଁଶନାଳ ଛକଠାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଏକ ଅଟୋ ଖସି ପଡିଛି । ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି। ଅଟୋରେ ଅଧିକ ଯାତ୍ରୀ ଯାଉଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। 

 ନୀଳଗିରି ବ୍ଲକ୍ ଅଧୀନ ଜଡ଼ିଦା ପଞ୍ଚାୟତ ବାଉଁଶନାଳ ଛକଠାରେ ଆଜି ସକାଳେ କିଛି ଯାତ୍ରୀକୁ ନେଇ ସଜନାଗଡ ପଟୁ ନୀଳଗିରିକୁ ଅଟୋଟି ଆସୁଥିଲା।  ବାଉଁଶନାଳ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାଖ ବିଲ ମଧ୍ୟକୁ ଅଟୋଟି ପଶିଯାଇଥିଲା। ତୁରନ୍ତ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅଟୋରେ ଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ  ଅଟୋଟିକୁ   ରାସ୍ତା ଉପରକୁ ଉଠାଇ ଦେଇଥିଲେ।ତେବେ ଅଟୋରେ ଅଧିକ ସଂଖ୍ୟାରେ ପ୍ୟାସେଞ୍ଜର ଥିବା ଯୋଗୁଁ ଅଟୋ ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ କୁ ଖସିପଡ଼ିଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ବିଲ ଚାଷ କାମ ପାଇଁ ବଣସିମା ଅଞ୍ଚଳରୁ ନୀତିଦିନ ବହୁ ସଂଖ୍ୟକ ଗାଡ଼ି ଗୁଡ଼ିକ ନିଜର କ୍ଷମତା ଠାରୁ ଅଧିକ ଶ୍ରମିକମାନଙ୍କୁ ନେଇ ଯାଉଥିବାର ଦେଖିବାକୁ ମିଳୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.