ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପୋଷ୍ଟ ଅଫିସ ଆଗରେ ତୁମୁଳକାଣ୍ଡ, ଆଧାର କାର୍ଡ ସଂଶୋଧନ ବେଳେ ପାଟିତୁଣ୍ଡ ଠେଲାପେଲା

ନୀଳଗିରି, ୦୨/୯ : ବାଲେଶ୍ୱର ଜିଲ୍ଲା ନୀଳଗିରି ପୋଷ୍ଟ ଅଫିସ ଆଗରେ ଘଟିଛି ତୁମୁଳକାଣ୍ଡ। ୫୦୦ରୁ ଉର୍ଦ୍ଧ୍ଵ ହିତାଧିକାରୀ ଲାଇନରେ ଛିଡା ହେବା ବେଳେ ହେଲା ଠେଲାପେଲା ଓ ପାଟିତୁଣ୍ଡ। ଲାଇନରେ ଠିଆ ହୋଇଥିବା ମହିଳାଙ୍କୁ ଠେଲି ପଛରେ ଠିଆ ହୋଇଥିବା କିଛି ଲୋକ ଆଗକୁ ଯିବାରୁ ପାଟିତୁଣ୍ଡ ହୋଇଛି। 

ସୂଚନାନୁଯାୟୀ, ନୀଳଗିରି ପୋଷ୍ଟ ଅଫିସ ଆଗରେ ଆଧାର ସଂଶୋଧନ କରିବାକୁ ଶତାଧିକ ହିତାଧିକାରୀମାନେ ସୋମବାର ଭୋର ଠାରୁ ଛିଡା ହୋଇଥିଲେ। ପ୍ରତ୍ୟେକ ଦିନ ୨୦ଟି ସଂଶୋଧନ ହେଉଥିବା ବେଳେ ଲାଇନରେ ଛିଡା ହୋଇଥିବା ମହିଳାଙ୍କୁ ଠେଲି ପଛରେ ଥିବା କିଛି ଲୋକ ଆଗକୁ ଯିବା ବେଳେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ବ୍ଲକ, ଏନଏସି ଓ ଜନସେବାରେ ଆଧାର ସଂଶୋଧନ ବନ୍ଦ ହେବା ପରେ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ପୂର୍ବଭଳି ଏହି ସବୁ କେନ୍ଦ୍ରରେ ପୁଣି ଆଧାର ସଂଶୋଧନ କରିବାକୁ ସାଧାରଣରେ ଦାବି ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.