ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

୯୮ବର୍ଷରେ ବିନା ମୂଲ୍ୟରେ ଶିକ୍ଷାଦାନ କରି ହୃଦୟ ଜିତିଛନ୍ତି ତ୍ରିଲୋଚନ ସାର୍

ନୀଳଗିରି,୫/୯(ବ୍ରଜକିଶୋର ପାଣି):ବୟସ ୯୮ ବର୍ଷ ହେଲାଣି।ଚାଲିବାକୁ ଶକ୍ତି ନାହିଁ।ତଥାପି ହାତ ବାଡ଼ି ଧରି ଗଢି ତୋଳିଥିବା ଶିକ୍ଷାନୁଷ୍ଠାନ କୁ ନଯାଇ ରହି ପାରନ୍ତିନି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତ୍ରିଲୋଚନ ସାହୁ। ବିନା ମୂଲ୍ୟରେ ସେ ଶିକ୍ଷାଦାନ କରୁଥିଲେ ସତ ବୟସର ଅପରାହ୍ନରେ ଥିବାବେଳେ ଏବେ ବି ସେ ଶିକ୍ଷାଦାନ କରିବାକୁ ପାଗଳ ଭଳି ଯିବାକୁ ଅଡି ବସିଛନ୍ତି । ୧୯୨୭ ମସିହା ଅକ୍ଟୋବର ମାସ ୪ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବ ଡିଭିଜନ ପଦ୍ମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବାପା ସତ୍ୟବାଦୀ ସାହୁ ଓ ମାତା ମୁକ୍ତାଦେବୀଙ୍କ ପୁତ୍ର ହେଉଛନ୍ତି ତ୍ରୋଲୋଚନ ସାହୁ। 

ଅଢେଇ ମାସ ବେଳେ ମାତାଙ୍କୁ ହରାଇ ଜେଜେ ମାଆଙ୍କ ଦ୍ୱାରା ଲାଳିତ ପାଳିତ ହୋଇଥିଲେ। ପିଲାଟି ଦିନରୁ ତାଙ୍କ ପାଖରେ ପାଠର ଆଗ୍ରହ ଦେଖା ଦେଇଥିଲା । ବୁଢା ବାପା ତାଙ୍କୁ ୨ କିଲୋମିଟର ଦୂର ଆନନ୍ଦପୁର ଠାରେ ସ୍କୁଲରେ ପାଠ ପଢାଇ ଥିଲେ।ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ରାମାୟଣ ଇଂରାଜୀରେ କହି ପାରୁଥିଲେ। ମାଟ୍ରିକରେ ମଧ୍ୟ ସ୍କଲାରସିପ ପାଇଲେ। ରେଭେନ୍ସା କଲେଜରେ ପାଠ ପଢିବାକୁ ଇଚ୍ଛା ରଖିଥିବା ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ ତାଙ୍କୁ କଟକ ସ୍ଥିତ ଖ୍ରୀଷ୍ଟ କଲେଜରେ ପାଠ ପଢିବାକୁ ପରାମର୍ଶ ଦେଇଥିଲେ। ସେଠାରେ ପାସ ଆଉଟ ମଧ୍ୟ ହୋଇଥିଲେ। ଡାକ୍ତର ହେବାକୁ ଇଚ୍ଛା ଥିଲା ହେଲେ ଶିକ୍ଷାପ୍ରତି ଦୁର୍ବଳତା ତାଙ୍କୁ ଶିକ୍ଷକତା କରାଇ ଦେଇଥିଲା। ସୁକିନ୍ଦାରେ ଶିକ୍ଷକତା ଆରମ୍ଭ କରିଥିଲେ। ପରେ ଯାଜପୁର ରେ ୧୯୫୫ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଲେ। ଗାଁରେ ସେଭଳି ଶିକ୍ଷାନୁଷ୍ଠାନ ନଥିବା ବେଳେ ସେ ନିଜସ୍ୱ ଖର୍ଚ୍ଚରେ ଗୋଟେ ଚାଟଶାଳୀ ଖୋଲିଥିଲେ।ସମସ୍ତ ସଞ୍ଚିତ ସ୍କଲାରସିପ ଅର୍ଥକୁ ସେ ଖର୍ଚ୍ଚ କରିଦେଇଥିଲେ। ଆନନ୍ଦପୁର ସ୍କୁଲକୁ ଆସିବାକୁ ଚାହୁଁ ଥିବାରୁ ସେକ୍ରେଟାରୀ ନଛାଡିବାରୁ ସେ ଇସ୍ତଫା ଦେଇଥିଲେ।୧୫ ଦିନ ପରେ ତାଙ୍କୁ ନୀଳଗିରି କେସି ହାଇସ୍କୁଲକୁ ବଦଳି କରାଯାଇଥିଲା।ସେହିଦିନ ଠାରୁ ସେ ନୀଳଗିରିବାସୀ ହୋଇଯାଇଥିଲେ। ଗଣିତ, ଓଡ଼ିଆ ରେ ଅଷ୍ଟମ,ନବମ,ଦଶମ ଓ ଏକାଦଶ ଶ୍ରେଣୀରେ ପାଠ ପଢାଇଥିଲେ।ସେତେବେଳେ ସେ ଶିକ୍ଷାଦାନ କ୍ଷେତ୍ରରେ ସେ ବହୁ କଠୋର ଥିଲେ। 

ଛାତ୍ର ଛାତ୍ରୀଙ୍କୁ ପାଠ ପାଇଁ ସିନା ଆକଟ କରୁଥିଲେ ହେଲେ ପରବର୍ତ୍ତି ସମୟରେ  ସ୍ନେହ ମଧ୍ୟ କରୁଥିଲେ। ୧୯୬୨ମସିହାରେ ସେ ଏନସିସି ଦାୟିତ୍ୱ ନେଲେ।୧୯୭୫ ମସିହାରେ ସେ ଷ୍ଟେଟ ଆଓୟାଡ଼ ମଧ୍ୟ ପାଇଲେ।କେସି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିବାବେଳେ ଅନେକ ଛାତ୍ରଛାତ୍ରୀ  ତାଙ୍କ ଠାରୁ ପ୍ରେରଣା ପାଇ ଭଲ ମଣିଷ ଭାବେ ଗଢି ତୋଳିଛନ୍ତି।ଅନେକ ବିଭିନ୍ନ ଚାକିରୀ ସହିତ ରାଜନୈତିକ କ୍ଷେତ୍ରରେ ସୁନାମ ଆଣି ଦେଇଛନ୍ତି। ୩୨ ବର୍ଷ କେସି ହାଇସ୍କୁଲ ରେ ରହିବା ପରେ  ୧୯୮୭ ମସିହାରେ ଯାଜପୁର ବିରଜା ହାଇସ୍କୁଲକୁ ବଦଳି ହୋଇ ସେହିଠାରେ ଅବସର ଗ୍ରହଣ କରିଥିଲେ। 

 ଗାୟତ୍ରୀ ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ରହି ତାଙ୍କର ଅବଦାନ ଅତୁଳନୀୟ।ନୀଳଗିରି ରେ ନୂତନ କରି ଗଢି ଉଠିଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ର କୁ ସଠିକ ପରିଚାଳନା ଓ ଆଗକୁ ଯିବା ପାଇଁ ତାଙ୍କର ଦୁଇ ଛାତ୍ର ନିବେଦନ କରିବାରୁ ତାଙ୍କର ଅବସର ସମୟରେରେ ପାଇଥିବା ୧.୭୦ ଲକ୍ଷ ଟଙ୍କା ରେ ଜାଗା କିଣି ଘରଟିଏ କରିଥିଲେ। ଶିକ୍ଷାନୁଷ୍ଠାନ କୁ ଆଉ ପାଦେ ଆଗକୁ ନେବା ପାଇଁ ମନ ବଳାଇଲେ।ନୀଳଗିରି ଅଞ୍ଚଳର ଖାଲିରେ ଶିକ୍ଷାଦାନ କରିଥିବା ଡ଼ଃ ବାନାମ୍ବର ପାଣିଗ୍ରାହୀ ଙ୍କ ପରିବାର ଙ୍କୁ କହିବା ପରେ ସେ ସ୍ବର୍ଣ୍ଣଚୁଡ ପାହାଡ଼ ନିକଟ ରାଡାର ରାସ୍ତାରେ ୬୪ ଡିସମିଲ ଜାଗାଟି ଦାନ ଆକାରରେ ପାଇଥିଲେ।ପରେ କିଛି ଅର୍ଥ ଥିବା ବେଳେ ଘର ନିର୍ମାଣ କାର୍ଯ୍ୟ ଅରମ୍ବ କରିବା ପରେ ତତ୍କାଳୀନ ବିଧାୟକ ଡ଼ଃ ପ୍ରତାପ ଷଡ଼ଙ୍ଗୀ ଙ୍କ ନିଜସ୍ୱ ପାଣ୍ଠିରୁ ୩ଲକ୍ଷ ଟଙ୍କା ଅନୁଦାନ ପାଇ ଘରଟିର ନିର୍ମାଣ କରିଥିଲେ।ଆଜି ସେଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୧୦ ଜଣ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି।

ହେଲେ ନିଜ ହାତରେ ଗଢି ତୋଳିଥିବା ଏହି ଅନୁଷ୍ଠାନ ଙ୍କୁ ଦିନେ ନଦେଖିଲେ ରହି ପାରନ୍ତିନି ଶିକ୍ଷକ ତ୍ରିଲୋଚନ ସାହୁ।ପରିବାରରେ ଦୁଇ ପୁଅ, ତିନି ଝିଅ ଓ ନାତି ,ନାତୁଣୀ,ନାତୁଣୀ ବୋହୁ ,ପଣନାତି ଙ୍କ ସହ ବାକିତକ ଜୀବନ କାଟିବାକୁ ଚାହ୍ନିଲେ ମଧ୍ୟ ସେ ଶିକ୍ଷାନୁଷ୍ଠାନ କୁ ଅଗୋଟିଏ  ପରିବାର ବୋଲି ଭାବନ୍ତି।ଦିନେ ସେହି ଅନୁଷ୍ଠାନ ନଗଲେ ରହି ପାରନ୍ତି  ନାହିଁ।ପରିଣତ ବୟସରେ ହାତରେ ବାଙ୍କୁଲି ବାଡ଼ି ଧରି ଦୈନନ୍ଦିନ ପହଞ୍ଚି ଯାଇଥାନ୍ତି ସାର।ନିଜେ ବିନା ମୂଲ୍ୟରେ ପାଠ ପଢାଇବା ସହ ମାସିକ ପ୍ରଶ୍ନ ପତ୍ର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ତିଆରି କରିଥାନ୍ତି।ପାଠ ପଢ଼ାଇବା ସହ ଶିକ୍ଷୟତ୍ରୀ ମାନଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ବାଟ କଢାଇ ନିଅନ୍ତି।୯୮ବର୍ଷରେ ନିରବିଛିନ୍ନ ଭାବେ ତାଙ୍କର ଶିକ୍ଷାଦାନ ର ଜୋସ ଦେଖିଲେ ଯେକେହି ବି ଆଶ୍ଚର୍ୟ୍ଯ  ହୋଇ ରହିଯିବ।ହେଲେ କେଇ ମାସ ଅସୁସ୍ଥ ହେବାରୁ ସେ ସ୍କୁଲ ଯାଇପାରିନାହାନ୍ତି ସତ ହେଲେ ଆଜି ଗୁରୁଦିବସ ଭଳି ପବିତ୍ର ଦିନରେ ତାଙ୍କର ଶିକ୍ଷାନୁଷ୍ଠାନକୁ ଭୁଲି ପାରିନାହାନ୍ତି।ନିଜେ ଆସି ଛାତ୍ରଛାତ୍ରୀ ଙ୍କ ସହ ମିଶି ଆଶୀର୍ବାଦ ଦେଇଛନ୍ତି।ଆଜି ପର୍ଯ୍ୟନ୍ତ ସରକାରଙ୍କ ଶୁଭଦୃଷ୍ଟି ପଡି ପାରିନାହିଁ ତାଙ୍କୁ ପଦ୍ମଶ୍ରୀ ଉପାଧି ଦେଲେ ତାଙ୍କ ଜୀବନର ଶ୍ରେଷ୍ଠ ପୁରସ୍କାର ହେବ ବୋଲି ଅଞ୍ଚଳବାସୀ ମାନେ ଦାବି ରଖିଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.