ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ପଦକ୍ଷେପ, ଟଙ୍କା ମାଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୀଳଗିରି ୩୧/୮ ; ରାଜ୍ୟ ସରକାରଙ୍କ ମହିଳା ସଶକ୍ତି କରଣ ପାଇଁ ନୂତନଯୋଜନା ସୁଭଦ୍ରା ର ସଫଳ ରୂପାୟନ ପାଇଁ  ନୀଳଗିରିରେ ଅତିରିକ୍ତ ଦାୟିତ୍ବରେ ଥିବା ବିଡିଓ ଦୁଧାଲ ଅଭିଷେକ ଦିଲ୍ଲୀପ ଅଣ୍ଟା ଭିଡିଛନ୍ତି। ନୀଳଗିରି ବ୍ଲକ୍ ସମ୍ମିଳନୀ କକ୍ଷରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ମୁଖ୍ୟତଃ ବ୍ଲକର ସମସ୍ତ ଯୋଗ୍ୟ ହିତାଧିକାରୀ କିପରି ବିନା ଶୁଳ୍କରେ ଆବେଦନ ପତ୍ର ପାଇପାରିବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। 

ପଞ୍ଚାୟତର ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଆବେଦନ ଫର୍ମ ମିଳିବ।  ଏଥି ସହିତ ପ୍ରତି ଘରକୁ ଘର ଯାଇ ଅଙ୍ଗନୱାଡ଼ି କର୍ମୀ ଉକ୍ତ ଫର୍ମ ଯୋଗାଇଦିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ଯଦି କୌଣସି ଯୋଗ୍ୟ ହିତାଧିକାରୀ ଉକ୍ତ ଫର୍ମ ପାଇବାରୁ ବଞ୍ଚିତ ହୁଅନ୍ତି କିମ୍ବା କୌଣସି ବ୍ୟକ୍ତି ଲାଞ୍ଚ ମାଗନ୍ତି ତାହେଲେ ସେମାନେ ଏଥିପାଇଁ ଗଠନ କରାଯାଇଥିବା ଏକ ୮ଜଣିଆ କମିଟିରେ ଅଭିଯୋଗ କରିପାରିବେ ବୋଲି ବିଡିଓ ଶ୍ରୀ ଦିଲ୍ଲୀପ ସୂଚନା ଦେଇଛନ୍ତି। ଏହି କମିଟିରେ ବିଡିଓଙ୍କ ସମେତ ତହସିଲଦାର ଦିପ୍ତିମୟି ବେହେରା, ସିଡ଼ିପିଓ ଗୀତାଞ୍ଜଳି ମହାପାତ୍ର, ସି.ପି ତାପସ କୁମାର ଭୂୟାଁ, ଏମ. ଆଇ ରାଜଲକ୍ଷ୍ମୀ ପଣ୍ଡା, ବିଏସ ଏସ ଓ ମୁକୁଲରାଜ ଅଭିଷେକ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ସାମିଲ ଅଛନ୍ତି।

କେହି ଟଙ୍କା ମାଗିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ହେବ ବୋଲି ଗଣମାଧ୍ୟମ ଜରିଆରେ ହିତାଧିକାରୀଙ୍କୁ ସୂଚନା  ଦେଇଛନ୍ତି।ତେଣୁ ବ୍ଲକର ସମସ୍ତ ଯୋଗ୍ୟ ହିତାଧିକାରୀ ଆଗାମୀ ସେପ୍ଟେମ୍ବର ୨ତାରିଖରୁ ପ୍ରତି ଅଙ୍ଗନୱାଡ଼ି କେନ୍ଦ୍ର, ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ଓ ବ୍ଲକରେ ବିନା ମୂଲ୍ୟରେ ଫର୍ମ ପାଇପାରିବେ। ଏଥିପାଇଁ ପ୍ରତି ଜନସାଧାରଣ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.