ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଦାରିଦ୍ର୍ୟ ସହ ଝୁନୁଙ୍କ ସଙ୍ଘର୍ଷ ଘଟଣା : ପ୍ରଶାସନିକ ସ୍ତରରେ ତଦନ୍ତ ଆରମ୍ଭ, ବଢ଼ିଲା ସହଯୋଗର ହାତ

ନୀଳଗିରି, ୧୨/୯ : ଭାଇର ଶବ ସତ୍କାର କରିନପାରି ପୋତି ଦେବା ଏବଂ ଶୁଦ୍ଧିକ୍ରିୟା ପାଇଁ ଭଉଣୀ ଭିକ ମାଗିବା ଘଟଣା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ସ୍ତରରେ ବଢିଲା ତତ୍ପରତା। ନୀଳଗିରି ବିଡିଓଙ୍କ ନିର୍ଦ୍ଦେଶରେ ମହିଳାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି। ଏହା ସହ ତାଙ୍କୁ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।      

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଉଡାପଦା ଗାଁରେ ଏକ ଭଙ୍ଗା କୁଡ଼ିଆରେ ରହୁଛନ୍ତି ଝୁନୁ ବିନ୍ଧାଣୀ। ଅନେକ ଦିନରୁ ସ୍ଵାମୀ କେଉଁଆଡ଼େ ଚାଲି ଯାଇଛନ୍ତି ଯେ ଆଉ ଫେରି ନାହାଁନ୍ତି। ତିନି ଝିଅ ଏବଂ ଗୋଟିଏ ପୁଅକୁ ନେଇ ଦାରିଦ୍ର୍ୟ ସହିତ ଏକାକୀ ସଙ୍ଘର୍ଷ କରି ଆସୁଛନ୍ତି ଝୁନୁ। ନିଜର ଘର ଖଣ୍ଡିଏ ନଥିବାରୁ ସରକାରୀ ସ୍ଥାନରେ କୁଡିଆ କରି ରହୁଛନ୍ତି। ଆଧାର କାର୍ଡ ନଥିବାରୁ ସରକାରୀ ଯୋଜନା ପାଉ ନାହାଁନ୍ତି। ତାଙ୍କ ପାଖରେ ଭାଇ ରମେଶ ରହୁ ଥିବାରୁ ଭାଇଙ୍କ ରାସନ କାର୍ଡରେ ମିଳୁଥିଲା ମାତ୍ର ୫ କିଲୋ ଚାଉଳ। ସରକାରୀ ଯୋଜନା ନାଁରେ କେବଳ ଏତିକି ସହାୟତା ପାଉଥିଲେ ଝୁନୁ। 

ଏହି ମଧ୍ୟରେ ଶୁକ୍ରବାର ଦୀର୍ଘ ଦିନର ଅସୁସ୍ଥତା ଯୋଗୁଁ ସ୍ଵାସ୍ଥ୍ୟ ସେବା ନପାଇ ଆଖି ବୁଜିଥିଲେ ରମେଶ। ହେଲେ ପଞ୍ଚାୟତରୁ ହରିଶ୍ଚନ୍ଦ୍ର ଯୋଜନାରେ ମିଳିଲାନି କୌଣସି ସହାୟତା। ଝୁନୁର କିଛି ପ୍ରମାଣପତ୍ର ନଥିବାରୁ ମିଳିଲାନି ସହାୟତା ରାଶି। ଶେଷରେ ଭାଇର ଶବ ସତ୍କାର କରିନପାରି ପାହାଡ଼ ତଳେ ପୋଲିଦେଇଥିଲା ଝୁନୁ। ୪ ଦିନ ଧରି ଭୋକ ଉପାସରେ ଚାଲି ନପାରୁଥିଲେ ବି ଭାଇର ଶୁଦ୍ଧିକ୍ରିୟା ପାଇଁ ସଳଖିଥିଲା ଅଣ୍ଟା। ଆଉ ଏ ଦୁଆରୁ ସେ ଦୁଆର ଯାଇ ମାଗୁଥିଲା ଭିକ ଗଣ୍ଡେ। 

ଏଭଳି ସମ୍ଵେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ଝୁନୁଙ୍କ ଆଡକୁ ବଢିଛି ସହାୟତାର ହାତ। ମହାବୀର ଫାଉଣ୍ଡେସନ ତରଫରୁ ରମେଶଙ୍କ ଶୁଦ୍ଧି ପାଇଁ ଝୁନୁଙ୍କୁ କିଛି ଅର୍ଥ ଏବଂ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ସେପଟେ ରାଜସ୍ୱ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଆରଆଇ ଝୁନୁ ବିନ୍ଧାଣିଙ୍କ ଘରକୁ ଯାଇ ତଦନ୍ତ କରିଛନ୍ତି। ସେହିପରି ନୀଳଗିରି ବିଡିଓ ଦୁଲାଲ ଅଭିଷେକ ଦିଲ୍ଲୀପ ହରିଶ୍ଚନ୍ଦ୍ର ଯୋଜନା ଦିଆଯାଇନଥିବା ନେଇ ଗଭୀର ଉଦବେଗ ପ୍ରକାଶ କରି ଶୀଘ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ପଞ୍ଚାୟତ ଅଧିକାରୀ , ସରପଞ୍ଚ, ସମିତିସଭ୍ୟଙ୍କ ଉପସ୍ଥିତିରେ ଏହା ପ୍ରଦାନ କରାଯାଇଥିବା ଜଣାପଡିଛି। ତେବେ ତିନିଜଣ କୁନିକୁନି ପିଲା କିପରି ପାଠ ପଢିବା ସହ ସରକାରୀ ଯୋଜନାରେ ରାସନ କାର୍ଡ ଓ ଘର କିପରି ପାଇବେ ଏନେଇ ଜିଲ୍ଲାପାଳ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଝୁନୁ ବିନ୍ଧାଣି ନିବେଦନ କରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.