ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ପେନ୍‌ସନ୍‌ ଟଙ୍କାରେ ତାଳଗଛ ଲଗାଉଛନ୍ତି ଅବସରପ୍ରାପ୍ତ ଯବାନ

Published By : Harapriya Sethi | January 15, 2025 10:12 AM

ଭୁବନେଶ୍ୱର,୧୫/୦୧: ଦିନେ ସେ ସେନାରେ କାର୍ଯ୍ୟରତ ଥିଲେ । ସେନାରେ ରହି ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ରର ତଦାରଖ କରୁଥିଲେ । ନିଜ ଆଖିରେ ସେ କାରଗିଲ୍‌ ଯୁଦ୍ଧ ମଧ୍ୟ ଦେଖିଛନ୍ତି । ତେବେ ଚାକିରିରେ ଥିବା ବେଳେ ତାଙ୍କୁ ଘାରିଥିଲା ପରିବେଶ ଚିନ୍ତା । ବିଶେଷକରି ନଦୀପଠାକୁ କ୍ଷୟ ହେବାରୁ ରୋକିବା ଓ ପକ୍ଷୀଙ୍କ ପାଇଁ ବସା ତିଆରି କରିବା ପାଇଁ ସେ ତାଳଗଛ ଲଗାଇବାକୁ ମନସ୍ଥ କଲେ । ନିଜ ଗାଁ ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବାରେ ସେ ତାଳ ଗଛ ଲଗାଇବା ଆରମ୍ଭ କରିଥିଲେ । ସେଦିନର ତାଙ୍କର ସେହି ଛୋଟିଆ ପଦକ୍ଷେପ ଆଜି ଏକ ଅଭିଯାନରେ ପରିଣତ ହୋଇଛି । ସେନାରୁ ଅବସର ପରେ ବି ତାଙ୍କର ଏହି ପରିବେଶ ବଞ୍ଚାଅ କାମ ଜାରି ରହିଛି । ଗତ ୨୩ବର୍ଷ ହେବ ସେ ମୋଟ ୫୦ହଜାର ତାଳଗଛ ଲଗାଇଛନ୍ତି । ଏଭଳି ଜଣେ ପରିବେଶ ଯୋଦ୍ଧା ହେଲେ ପୂର୍ବତନ ସେନା କର୍ମଚାରୀ ତଥା ଭାରତୀୟ ପୂର୍ବ ସେନାନୀ ସଂଘ,ଓଡିଶାର ସଦସ୍ୟ କୃଷ୍ଣଚନ୍ଦ୍ର ବିଶ୍ୱାଳ । ନିଜ ପେନସନ୍‌ରେ ସେ ଏହି କାମ କରିଆସୁଛନ୍ତି । ଏଥିପାଇଁ କୃଷ୍ଣଙ୍କୁ ରାଜ୍ୟ ସରକାର ସମ୍ମାନିତ କରିଛନ୍ତି ।

କୃଷ୍ଣଚନ୍ଦ୍ର ୧୯୮୨ରେ ସେନାରେ ଭର୍ତ୍ତି ହୋଇଥିଲେ । ମହାରାଷ୍ଟ୍ରର ଅହମ୍ମଦନଗରରେ ସେ ମେକାନାଇଜ୍‌ ଆର୍ମର ରେଜିମେଣ୍ଟରେ ତାଙ୍କର ଚାକିରି ଜୀବନ ଆରମ୍ଭ ହୋଇଥିଲା । ତାପରେ ସେ ମଧ୍ୟପ୍ରଦେଶର ବବିନା, ନର୍ଥ ସିକ୍କିମ୍‌ର ସିଲିଗୁଡି, ହରିଆଣାର ହିସାର, ପଞ୍ଜାବ, ଜାମ୍ମୁ ଓ କାଶ୍ମୀର ଓ ରାଜସ୍ଥାନ ଭଳି ସ୍ଥାନରେ ସେ ଦେଶ ପାଇଁ କାମ କରିଛନ୍ତି । ତେବେ ୧୯୯୯ ମସିହାରେ ମହାବାତ୍ୟା ଅଧା ଓଡିଶାକୁ ଛିନ୍‌ଛତର କରିଦେଇଥିଲା । ଏହି ସମୟରେ କୃଷ୍ଣଚନ୍ଦ୍ର ଗାଁକୁ ଆସି ବାତ୍ୟା ପରବର୍ତ୍ତୀ ସ୍ଥିତି ଦେଖି ଦୁଃଖ ପ୍ରକାଶ କରିଥିଲେ । ବିଶେଷକରି ବହୁତ ଗଛ ଭାଙ୍ଗିପଡିଥିବା ଦେଖି ସେ କାନ୍ଦି ପକାଇଥିଲେ । କେବଳ ସେତିକିନୁହେଁ ଅସ୍ତରଙ୍ଗ ପାଖ ବଙ୍ଗୋପସାଗର କୂଳରୁ ବାଲି ଓ ମାଟି କ୍ଷୟ ହେଉଛି । ଏହାପରେ ସେ ପ୍ରତିଜ୍ଞା କଲେ ଗାଁ ପରିବେଶକୁ ସଜାଡିବେ । ବାତ୍ୟାର ବିଭୀଷିକା ପରେ ୨୦୦୨ରେ ସେ ଗାଁ ପିଲାଙ୍କୁ ଏକାଠି କରିଥିଲେ । ଏଥିସହ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ସେ ଗାଁ ପାଖ ରାସ୍ତା ପାଶ୍ୱର୍ରେ ତାଳ ମଞ୍ଜି ଓ ଚାରା କିଣି ଲଗାଇବା ଆରମ୍ଭ କଲେ । ପ୍ରଥମେ ପ୍ରଥମେ ଗଛର ରକ୍ଷଣାବେକ୍ଷଣା ପାଇଁ ସମସ୍ୟା ହେଲା । ତେଣୁ କିଆବୁଦା ଓ ଝାଉଁବଣ ଭିତରେ ସେ ତାଳଗଛ ଲଗାଇଲେ । ଧୀରେଧୀରେ ସେ ଅସ୍ତରଙ୍ଗ ପୁରୁଣା ମୁହାଣରୁ ନେଇ ସମୁଦ୍ର କୂଳିଆ ଅଞ୍ଚଳରେ ସେ ତାଳଗଛ ଲଗାଇଥିଲେ । ନିଜ ଗାଁରୁ ନେଇ ପିରଜାହାନିଆ, କେଳୁଣା ମୁହାଣ, ବେଲେଶ୍ୱର ମନ୍ଦିର ଓ ଦେବୀ ନଦୀ କୂଳରେ ତାଙ୍କ ଦ୍ୱାରା ଲଗାଯାଇଥିବା ବଡବଡ ତାଳଗଛ ରହିଛି । କୃଷ୍ଣ କହିଛନ୍ତି, ଏହି ତାଳଗଛ ଉଦ୍ଦେଶ୍ୟ, ଗାଁକୁ ବାତ୍ୟାରୁ ରକ୍ଷା କରିବା, ବେଳାଭୂମି ଓ ମାଟି କ୍ଷୟ ରୋକିବା, ପକ୍ଷୀଙ୍କ ପାଇଁ ବସା ଓ ଘଡଘଡିରୁ ମୁକ୍ତି । ତାଙ୍କର ଏହି ଅଭିଯାନ ଦେଖି ତତ୍କାଳୀନ ରାଜ୍ୟ ସରକାର କୃଷ୍ଣଙ୍କୁ ପ୍ରଶଂସା କରିଛନ୍ତି । ତାଳ ଗଛର ଉପକାରିତା ନେଇ ସେ ସରକାରଙ୍କୁ ମଧ୍ୟ ଜଣାଇଥିଲେ । ଏବେ ବି ସେ ସାଇକଲରେ ବୁଲିବୁଲି ତାଳ ଗଛ ଲଗାଉଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.