ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆଦିବାସୀ ମେଳାରେ ନାହିଁ ମାଟିର ବାସ୍ନା, ବନ୍ୟଜନ୍ତୁ ଅଙ୍ଗ ପ୍ରଦର୍ଶନକୁ ବାରଣ

Published By : Rasmita Pradhan | January 15, 2025 12:14 PM

ଭୁବନେଶ୍ୱର,୧୫/୦୧ : ‘ଆଦିବାସୀ ମେଳା’ ଆଦିବାସୀ ମେଳା ଭଳି ଲାଗୁନି । ସେ ଫିଲ୍‌ କାଇଁ ଆସୁନି । ଆଦିବାସୀ ପଡ଼ିଆରେ ଯେମିତି ଲାଗେ କାହିଁକି ଏଠି ପ୍ରଦର୍ଶନୀ ପଡ଼ିଆରେ ସେମିତି ଲାଗୁନି । ସେ ଆଦିବାସୀ ଗାଁ ଆଉ ଏ ଗାଁ ଭିତରେ ଆକାଶ ପତାଳ ଫରକ । କିଣାବିକା ଷ୍ଟଲ୍‌ରେ ବି ସେମିତି କିଛି ନାହିଁ । କହିବାକୁ ଗଲେ ଆଦିବାସୀ ମାଟିର ବାସ୍ନା ହିଁ ନାହିଁ । ଏହା ଆମେ ନୁହେଁ, ଆଦିବାସୀ ମେଳା ବୁଲିଯାଉଥିବା ଦର୍ଶକଙ୍କ ମତ । ମେଳା ଭିତରକୁ ପ୍ରବେଶ ପ୍ରବେଶ କରୁ କରୁ ସମସ୍ତଙ୍କ ମୁହଁରୁ ଶୁଭୁଥାଏ, ସେହି ଗୋଟିଏ କଥା... ସେ ଫିଲ୍‌ ନାହିଁ । କେବଳ ଦର୍ଶକ, ପର୍ଯ୍ୟଟକ ବା ଗ୍ରାହକ ନୁହଁନ୍ତି, ବରଂ ନିଜ ଜନଜାତି ଗାଁ, ଘର ଏବଂ ପ୍ରସ୍ତୁତ ଉତ୍ପାଦିତ ସାମଗ୍ରୀ ବିକ୍ରିବଟା କରିବାକୁ ଆସିଥିବା ଜନଜାତିଙ୍କ ବି ସମାନ କଥା, ଏଠି ଆମକୁ ଭଲ ଲାଗୁନି । 

ଆଦିବାସୀ ମେଳା ୧୯୫୪ ମସିହାରୁ ଭୁବନେଶ୍ୱରରେ ହେବା ଦିନଠାରୁ ଏହା ୟୁନିଟ୍‌-୧ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ହେଇ ଆସୁଥିଲା । ମଝିରେ କିଛି ବର୍ଷ ବଡ଼ ସ୍ଥାନରେ କରିବାକୁ ଯାଇ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନନ୍ତର କରାଯାଇଥିଲା । ମାତ୍ର ପରେ ଦର୍ଶକଙ୍କଠାରୁ ଏହି ମତାମତ ପାଇବା ପରେ ପୁଣି ଆଦିବାସୀ ପଡ଼ିଆକୁ ନେଇଥିଲେ । କାରଣ ସେଠାକାର ପରିବେଶ ସେହିଭଳି ଢାଞ୍ଚାରେ ଗଢ଼ା ହୋଇଛି । ଏଥର ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉପଲକ୍ଷେ ବିଶ୍ୱ ଆଗରେ ଜନଜାତି କଳା, ସଂସ୍କୃତିକୁ ଉପସ୍ଥାପନ କରିବାକୁ ମେଳାକୁ ଆଗୁଆ କରାଗଲା । କାରଣ ଏହା ସବୁବେଳେ ଜାନୁଆରୀ ୨୬ ସନ୍ଧ୍ୟାରୁ ଆରମ୍ଭ ହୁଏ । ଏଥର ଜାନୁଆରୀ ୫ରୁ ହେଲା । ବାକି ସବୁ ପ୍ରକାରର କାର୍ଯ୍ୟକ୍ରମ କରାଯାଇଛି । କିନ୍ତୁ ସେଠି ଯେମିତି ଛଣ ଓ ଟାଇଲ୍‌ ଛପର ମାଟି ଘର, ଏଠି ବି ଅଛି ହେଲେ ମଜା ଆସୁନି । ବୋଧହୁଏ ଏହାର କାରଣ ଆତ୍ୟାଧୁନିକ ଛାପ ଏବଂ ଚାରିଆଡ଼େ ଖାଲି ଫ୍ଲେକ୍ସ । କାଠ, ବାଉଁଶକୁ ନେଇ ଜଙ୍ଗଲ, ଝରଣା ଓ ପାହାଡ଼ର ପ୍ରାକୃତିକ ପରିବେଶରେ ବଞ୍ଚି ଆସୁଥିବା ବନବାସୀଙ୍କୁ ଖାସ କରି ଏହି କଂକ୍ରିଟ୍‌ ଜଙ୍ଗଲରେ ସେହି ଅନୁଭୂତି ଦେବାକୁ ଡକାଯାଏ । ସେମାନେ ବି ୧୦- ୧୫ ଦିନ ପାଇଁ ଆମକୁ ସେହି ଦୁନିଆକୁ ନେଇଯାଆନ୍ତି କିନ୍ତୁ ଏଥର ଆମେ ସେ ଦୁନିଆ ବଦଳରେ ଯେଉଁ କଂକ୍ରିଟ୍‌ ଜଙ୍ଗଲରେ ଥିଲେ ସେହିଠି ରହିଗଲା ଭଳି ଲାଗୁଛି । ଆଶା, ଦର୍ଶକଙ୍କ ଆଗ୍ରହ ଓ ମତକୁ ଗୁରୁତ୍ୱ ଦେଇ ଆସନ୍ତାବର୍ଷକୁ ପୁଣି ସେହି ଆଦିବାସୀ ପଡ଼ିଆକୁ ନେଇଯିବେ । 

ବନ୍ୟଜନ୍ତୁ ଅଙ୍ଗ ପ୍ରଦର୍ଶନକୁ ବାରଣ 

ଆଦିବାସୀ ମେଳାରେ ଏକ ପରିସରକୁ ଆଦିବାସୀ ଗାଁ ଭାବେ ଦେଖାଯାଇଛି । ସେଠାରେ ବିଭିନ୍ନ ଜନଜାତି ସମ୍ପ୍ରଦାୟଙ୍କ ଘରର ମଡେଲ୍‌ ତିଆରି କରାଯାଇଛି । ସେହି ହିସାବରେ ଭୂମିଜ ଓ ଅନ୍ୟାନ୍ୟ କିଛି ଜନଜାତିଙ୍କ ଘର ଆଗରେ ବିଭିନ୍ନ ବନ୍ୟଜନ୍ତୁଙ୍କ ଅଙ୍ଗ ପ୍ରଦର୍ଶନ କରାଯାଇଛି । ଗୋଧି ଛାଲଠୁ ନେଇ ବିଭିନ୍ନ ପ୍ରକାରର ଶିଙ୍ଗ ଆଦି ରହିଛି । ଯାହାର ଖବର ପାଇ ଆଜି ମେଳାରେ ସିଟି ଫରେଷ୍ଟ ଭୁବନେଶ୍ୱର ରେଞ୍ଜ ଅଫିସ୍‌ ଅଧିକାରୀ ପହଞ୍ଚି ତଦନ୍ତ କରିବା ସହ ଏହା ନକରିବା ଲାଗି ବାରଣ କରିଥିଲେ । କୌଣସି ବନ୍ୟଜନ୍ତୁର ଅଙ୍ଗକୁ ବିକ୍ରି ତ କରିପାରିବେ ନାହିଁ, ତାକୁ ପ୍ରଦର୍ଶନ ବି କରିପାରିବେ ନାହିଁ ବୋଲି ବନ ବିଭାଗର ଅଧିକାରୀମାନେ ତାଗିଦ୍‌ କରି ଯାଇଛନ୍ତି । 

ବନବାସୀଙ୍କ ସହ ବିଦେଶୀ ମିଶିଲେ, କିଣାବିକା କଲେ 

ଆଦିବାସୀ ମେଳାରେ ବିଦେଶୀ ପର୍ଯ୍ୟଟକ । ଆଜି ମକର ସଂକ୍ରାନ୍ତିଙ୍କୁ ଆଦିବାସୀ ମେଳାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଦିନ ୨ଟାରୁ ମେଳା ଓ ପ୍ରଦର୍ଶନୀ ଖୋଲିବା ସମୟଠୁ ନେଇ ରାତି ୧୦ଟା ପର୍ଯ୍ୟନ୍ତ ମେଳା ପରିସରରେ କେଉଁଠି ବି ପାଦ ପକାଇବାକୁ ଜାଗା ନଥିଲା । ସେହି ଭିତରେ ଆଜି କିଛି ବିଦେଶୀ ପର୍ଯ୍ୟଟକଙ୍କୁ ମେଳା ପରିସରରେ ଦେଖିବାକୁ ମିଳିଥିଲା । ସେମାନେ ବିଭିନ୍ନ ଷ୍ଟଲ୍‌ ଏବଂ ଆଦିବାସୀ ଗାଁ ବୁଲି ଦେଖିବା ସହ କିଣାବିକା କରିଥିଲେ । ମୁଗୁନି ପଥର ମୂର୍ତ୍ତି ସହ କୋଟପାଡ଼ କପଡ଼ାର ବସ୍ତ୍ର ସାଙ୍ଗରେ କିଣି ନେଇଥିଲେ ଏବଂ ମେଳାକୁ ଓଡ଼ିଶୀ ପରିବେଷଣ ଲାଗି ଆସିଥିବା କିଛି କଳାକାରଙ୍କ ସହ ଫଟୋ ଉଠାଇଥିଲେ ।

ଅଧିକ ପଢନ୍ତୁ- ୬ରୁ ଯାତ୍ରା ମହାକୁମ୍ଭ, ଅଶ୍ଳୀଳ ନୃତ୍ୟକୁ ନା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.