ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା-ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଏକକାଳୀନ ୯ଟି ସ୍ଥାନରେ ରେଡ୍
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଆଜି କର୍ପୋରେସନ ବୈଠକ, ମଶା ମରା ରଣନୀତି ଉପରେ ହେବ ଆଲୋଚନା

Published By : Prameya | January 15, 2025 8:23 AM

ଭୁବନେଶ୍ୱର,୧୫/୦୧ : ବିଏମ୍‌ସି କର୍ପୋରେସନ ବୈଠକ ଆଜି ଅନୁଷ୍ଠିତ ହେବ । ଏଥର ବୈଠକରେ ଅନେକ ଗୁଡ଼ିଏ ପ୍ରସଙ୍ଗ ଉଠିବ । ୮୫୦ କୋଟି ଟଙ୍କାର ଚିଠା ବଜେଟ୍‌ ଉପସ୍ଥାପନା ହେବା ସହିତ ରାଜଧାନୀରେ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଶାସକବିରୋଧୀ କର୍ପୋରେଟର ତମ୍ବିତୋଫାନ କରିବାକୁ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି । ସହର ସାରା ଭଣ ଭଣ ମଶା । ସନ୍ଧ୍ୟା କଥା ଛାଡ଼, ଦିନରେ ବସେଇ ଦେଉ ନାହାନ୍ତି । ମଶାଙ୍କ ଦାଉରୁ ଲୋକେ ଅତିଷ୍ଟ ହେଲେଣି । ଗାଡ଼ି ବୁଲୁନି । ମଶା ଧୂଆଁ କାଟୁ କରୁନି । ୱାର୍ଡବାସୀ ବାରମ୍ବାର ଦାବି କରୁଛନ୍ତି । ଏହି ପ୍ରସଙ୍ଗ ଉଠାଇ ମେୟରଙ୍କୁ କିଛି କର୍ପୋରେଟର ଘେରିବାକୁ ଯୋଜନା କରିଛନ୍ତି । ବର୍ତ୍ତମାନ ବିଏମ୍‌ସିରେ ମାତ୍ର ୨୦ଟି ମଶା ଗାଡ଼ି ଅଛି । ଏହି ସବୁ ଗାଡ଼ି ମଶା ଧୂଆଁ ପାଇଁ ଯଥେଷ୍ଟ ନୁହେଁ । ତେଣୁ ଅନେକ ଅଞ୍ଚଳରେ ମଶା ଧୂଆଁ ଦିଆଯାଇ ପାରୁନି । ଏହାର ସ୍ଥାୟୀ ନିରାକରଣ ପାଇଁ ଆଲୋଚନା ହେବ । 

ଏହା ସହ ଗୋଲ୍ଡ ଫଗ୍‌ ଯୋଜନାରେ ମଶା ମରା ରଣନୀତି ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେବ । ବୈଠକରେ ଟେଣ୍ଡର ପ୍ରସଙ୍ଗ ଉଠିବ । ଏକାଧିକ ୱାର୍ଡରେ କାର୍ଯ୍ୟାଦେଶ ବଣ୍ଟା ଯାଉନି । ଏଥିରେ ନଗରଯନ୍ତ୍ରୀଙ୍କ ହାତ ଥିବା ନେଇ କର୍ପୋରେଟର ଅଭିଯୋଗ କରିଛନ୍ତି । ତେଣୁ ନଗରଯନ୍ତ୍ରୀଙ୍କୁ ବଦଳି କରିବାକୁ କିଛି କର୍ପୋରେଟର ଅଡ଼ି ବସିବେ । ଏହା ସହ ବିଏମ୍‌ସି ଗାଡ଼ି ଟେଣ୍ଡର ବିବାଦ ପ୍ରସଙ୍ଗ ମଧ୍ୟ ଉଠିବାର ସମ୍ଭାବନା ରହିଛି । 

ଅଧିକ ପଢନ୍ତୁ-ବଢିବ ଶୀତ, ୨ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା

ପ୍ରବାସୀ ଭାରତାୟ ସମୟରେ ୱାର୍ଡର ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ଏହା ସହ ସିଟି ଆକ୍ଟିଭେସନ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ପୁଳା ପୁଳା ଟଙ୍କା ଖର୍ଚ୍ଚ ହୋଇଛି । ଏହି ଟଙ୍କାର ହିସାବ କର୍ପୋରେସନ ବୈଠରେ କିଛି କର୍ପୋରେଟର ମାଗିବେ ବୋଲି ଜଣାପଡ଼ିଛି । ବୈଠକ ବେଶ ସରଗରମ ହେବ । ବିଜେଡିର କିଛି କର୍ପୋରେଟର ପଳାଶୁଣି ଫୁଟ୍‌ ଓଭରବ୍ରିଜ୍‌ ପ୍ରସଙ୍ଗ ଉଠାଇବେ । ପ୍ରତି ମାସରେ ଏଠାରେ ଦୁର୍ଘଟଣା ଘଟୁଛି । ଏନ୍‌ଏଚ୍‌ଏଆଇ ପକ୍ଷର ଓଭରବ୍ରିଜ ନିର୍ମାଣ କରଯାଉନି । ତେଣୁ ଡବଲ ଇଞ୍ଜିନ ସରକାର ଏହା ଉପରେ ଧ୍ୟାନ ଦେବାକୁ ଦାବି କରିବେ ବୋଲି ଜଣାପଡ଼ିଛି । ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବିଜେଡିର ୩ ଏବଂ ବିଜେପି ବିଧାୟକ ବାବୁ ସିଂ ଉପସ୍ଥିତ ରହିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.