ଭୁବନେଶ୍ୱର,୧୫/୦୧ : ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା ଯାହା ଆଜିଠାରୁ ଲାଗୁ ହେବ । ଫଳରେ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ୱ ବିକଳାଙ୍ଗ ଥିବା ଭିନ୍ନକ୍ଷମ ଉପକୃତ ହେବେ। ୪ ଲକ୍ଷ ୧୫ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଲାଭବାନ ହେବେ ବୋଲି ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟଯେ, ଗତ ୩ ତାରିଖରେ ଏ ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ ।
ଅଧିକ ପଢନ୍ତୁ- ୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରି; ସୁଭଦ୍ରା, ସୋଲାର ସବ୍ସିଡିରୁ ଭିନ୍ନକ୍ଷମଙ୍କ ଭତ୍ତା ପ୍ରସ୍ତାବକୁ ଗୁରୁତ୍ବ