ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଏନ୍‌ସିପିଆର୍‌ଙ୍କୁ ବାଲ୍ୟବିବାହ ଚିନ୍ତା,ସ୍କୁଲ ଆସୁନାହାନ୍ତି ୧୧ ହଜାର ପିଲା

Published By : Anindita Ratha | January 15, 2025 9:16 AM

ଭୁବନେଶ୍ବର,୧୫/୦୧:  ଓଡ଼ିଶା ସରକାରଙ୍କୁ ବାଲ୍ୟ ବିବାହ ଚିନ୍ତା । ସ୍କୁଲ ଆସୁନାହାନ୍ତି ୧୧ ହଜାର ଶିକ୍ଷାର୍ଥୀ । ପ୍ରାୟ ମାସାଧିକ କାଳ ଧରି ସ୍କୁଲର ବାରଣ୍ଡା ମାଡ଼ୁନାହାନ୍ତି । କାହିଁକି ଆସୁନାହାନ୍ତି? ତାର ସୂଚନା ମଧ୍ୟ ସ୍କୁଲ ପାଖରେ ନାହିଁ । ସ୍କୁଲ ଆସୁନଥିବା ପିଲାଙ୍କ ମଧ୍ୟରୁ ଅନେକ ବାଲ୍ୟ ବିବାହ କରିଥିବା ଏବଂ ଆଗକୁ ଆଉ କିଛି ଏହାର ଶିକାର ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌) । ରାଜ୍ୟରେ ଏହି ବାଲ୍ୟ ବିବାହ ରୋକିବା ଦିଗରେ ପଦକ୍ଷେପ ନେବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ସରକାର ଏନ୍‌ସିପିସିଆର୍‌ର ଜାରି କରିଥିବା ରିପୋର୍ଟକୁ ଗମ୍ଭୀରତାର ସହ ନେଇଛନ୍ତି । ଜିଲ୍ଲାପାଳଙ୍କୁ ଚିଠି ଲେଖି ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ମାର୍ଗଦର୍ଶିକା ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ସ୍କୁଲରୁ କେତେ ପିଲା ଏକ ମାସରୁ ଅଧିକ ଦିନ ଧରି ସ୍କୁଲ ଆସୁନାହାନ୍ତି? ସେ ସଂପର୍କରେ ସ୍କୁଲ ପ୍ରଧାନଶିକ୍ଷକ ତୁରନ୍ତ ସଂପୁକ୍ତ ବ୍ଲକ କର୍ତ୍ତୃପକ୍ଷଙ୍କୁ ଜଣାଇବେ । 

ବ୍ଲକ୍‌ କର୍ତ୍ତୃପକ୍ଷ ଏହି ରିପୋର୍ଟ ଅନୁଯାୟୀ ଅଙ୍ଗନବାଡ଼ି କର୍ମୀଙ୍କୁ ସର୍ଭେ କରିବାକୁ ନିର୍ଦ୍ଦେଶ ଦେବେ । ଅଙ୍ଗନବାଡ଼ି କର୍ମୀ ଅନୁପସ୍ଥିତ ରହୁଥିବା ଶିକ୍ଷାର୍ଥୀଙ୍କ ଘରକୁ ଯିବେ । ଅନୁପସ୍ଥିତର କାରଣ ଖୋଜିବେ । ଏନ୍‌ସିପିସିଆର୍‌ ପକ୍ଷରୁ ୨୦୨୩-୨୪ ବର୍ଷର ଏକ ସମୀକ୍ଷା ବୈଠକ ହୋଇଥିଲା । କମିଶନରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳର ୭୮୪ଟି ଜିଲ୍ଲାର ପ୍ରତିନିଧି ଯୋଗ ଦେଇଥିଲେ । ଏଥିରେ ଆସିଥିବା ରିପୋର୍ଟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏନ୍‌ସିପିସିଆର୍‌ର ହୋଇଥିବା ସର୍ଭେରେ ଦେଶର ୨ ଲକ୍ଷ ୮୦ ହଜାର ୨୮୯ ବ୍ଲକ୍‌ ଓ ଗାଁକୁ ସାମିଲ କରାଯାଇଥିଲା । ଏଥିରେ ୬ ଲକ୍ଷ ୧୬ ହଜାର ୮୯୭ଟି ସ୍କୁଲକୁ ମ୍ୟାପିଂ ତଥା ସର୍ଭେ ପାଇଁ ନିଆଯାଇଥିଲା । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ୧୧ ଲକ୍ଷ ୪୯ ହଜାର ୨୩ ଜଣ ପିଲା ମାସାଧିକ ଧରି ସ୍କୁଲ ମାଟି ମାଡ଼ନାହାନ୍ତି । ଏଥିରୁ ଓଡ଼ିଶାରେ ୧୯୬୮୩ଟି ବ୍ଲକ୍‌/ଗାଁର ୨୬,୪୧୫ଟି ସ୍କୁଲକୁ ମ୍ୟାପିଂ କରାଯାଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ୧୧.୦୫୩ ଜଣ ମାସାଧିକ କାଳ ସ୍କୁଲର ବାରଣ୍ଡା ମାଡୁ଼ନାହାନ୍ତି । କାହିଁକି ଅନୁପସ୍ଥିତ ଅଛନ୍ତି ତାର କାରଣ ମଧ୍ୟ ପ୍ରଧାନଶିକ୍ଷକଙ୍କୁ ଜଣାଇନାହାନ୍ତି । 

ସୂଚନାଯୋଗ୍ୟ, ଦେଶରେ ୨ ଲକ୍ଷ ୫୮ ହଜାର ୩୭ଟି ଗାଁର ୧ କୋଟି ୨୨ ଲକ୍ଷ ୧୭ ହଜାର ୬ ଜଣ ଲୋକଙ୍କୁ ନେଇ ୨ ଲକ୍ଷ ୯୨ହଜାର ୫୨୫ ଥର ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏଥିରୁ ଓଡ଼ିଶାରେ ୩୦ ହଜାର ୭୫୫ ଗାଁର ୬ ଲକ୍ଷ ୬୦ ହଜାର ୪୯୦ ଲୋକଙ୍କୁ ନେଇ ୩୩,୨୭୬ ଥର ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ସେହିପରି ଦେଶରେ ୫ ଲକ୍ଷ ୪୨ ହଜାର ୩୪୧ ଗାଁର ୬୧ ଲକ୍ଷ ୮୬ ହଜାର ୯୦୬ ଜଣ ଅଧିକାରୀଙ୍କୁ ନେଇ ୪ ଲକ୍ଷ ୩୦ ହଜାର ୨୪୭ ଥର ବୈଠକ ହୋଇଛି । ଏଥିରୁ ୫୧ ହଜାର ୫୩୯ଟି ଗାଁ ଓଡ଼ିଶାର ଥିବା ବେଳେ ୪ଲକ୍ଷ ୯୯ ହଜାର ୨୨୩ ଜଣ ଅଧିକାରୀଙ୍କୁ ନେଇ ୬୫ ହଜାର ୬୧୧ ଥର ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁଯାୟୀ, କୋଭିଡ୍‌-୧୯ ସମୟରେ ଓଡ଼ିଶାରେ ସର୍ବାଧିକ ବାଲ୍ୟ ବିବାହ ହୋଇଛି । ୨୦୨୨ରେ ୪୬, ୨୦୨୦ ଓ ୨୦୨୧ରେ ୬୪ ଜଣ ବାଲ୍ୟ ବିବାହ କରିଥିଲେ । ଯାହା ଗତ ଦଶନ୍ଧିର ସର୍ବାଧିକ ଥିଲା । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ଅନୁଯାୟୀ ବର୍ତ୍ତମାନ ବାଲ୍ୟ ବିବାହ ଓଡ଼ିଶାରେ କମୁଛି । ରାଜ୍ୟରେ ୨୦୧୫- ୧୬ରେ ବାଲ୍ୟ ବିବାହର ୨୧.୩ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୨୦.୫ ପ୍ରତିଶତ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.