ନୟାଗଡ, ୧୪।୧ : କଲରାପତରିଆ ବାଘ ଆକ୍ରମଣରେ ଦୁଇଜଣ ଗୁରୁତର । ଗୁମି ସଂରକ୍ଷିତ ଜଙ୍ଗଲର କରଚୁଲି ଏବଂ ସୁଡ଼ଙ୍ଗି ଗାଁ ନିକଟରେ କରିଛି ଆକ୍ରମଣ । ଦୁଇ ଗୁରୁତର ନୟାଗଡ ମେଡିକାଲରେ ଭର୍ତ୍ତି । ଦୁଇ ଗୁରୁତର ହେଲେ କରଚୁଲି ଗାଁର ପ୍ରମୋଦ ଗୁରୁ ଏବଂ ସୁଡଙ୍ଗି ଗାଁର ସାଜୁ ନାୟକ ।
ପ୍ରମୋଦ ଜଙ୍ଗଲକୁ ଗାଇ ଚରାଇବାକୁ ଯାଇ ସନ୍ଧ୍ୟାରେ ଫେରି ଘରପାଖରେ ପହଞ୍ଚିବା ସମୟରେ ବାଘ ହଠାତ୍ ପଛପଟୁ ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କର ଦୁଇହାତ ଏବଂ ମୁଣ୍ଡକୁ ବାଘ ଆକ୍ରମଣ କରିଛି । ପ୍ରମୋଦଙ୍କ ପାଟି ଶୁଣି ଗ୍ରାମର ଲୋକମାନେ ଆସିଯିବାରୁ ବାଘ ସ୍ଥାନ ଛାଡି ପଳାଇଯାଇଥିଲା । ସେହି ବାଘଟି କିଛି ସମୟ ପରେ ପାଖ ଗାଁ ସୁଡୁଙ୍ଗି ଗାଁର ସାଜୁ ଘର ସାମ୍ନାରେ ବସିଥିବାବେଳେ ତାଙ୍କୁ ଆକ୍ରମଣ କରିଥିଲା । ସାଜୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ପରିବାର ଲୋକେ ନୟାଗଡ ମେଡିକାଲରେ ଭର୍ତ୍ତି କରିଛନ୍ତି । ବାଘ ଆକ୍ରମଣକୁ ଡିଏଫଓ ସ୍ବୀକାର କରିଥିବାବେଳେ ଆଖପାଖରେ ଲୋକମାନେ ସଜାଗ ରହିବାକୁ ଅନୁରୋଧ କରିଛନ୍ତି।