ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ, ପ୍ରତିବାଦରେ ମିତ୍ରପୁର ଠାରେ ରାସ୍ତାରୋକ

ମିତ୍ରପୁର, ୧୨/୦୯ : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିକ ମିତ୍ରପୁର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟରେ ଅହେତୁକ ବିଳମ୍ଵ। ନିର୍ମାଣ କାର୍ଯ୍ୟରେ ଠିକାଦାରଙ୍କ ମନମାନି। ଡ୍ରେନ କାମ ଅସମ୍ପୂର୍ଣ୍ଣ ପାଇଁ ମିତ୍ରପୁର ବଜାରରେ ଜମୁଛି ପାଣି। ଯାହାଫଳରେ ଆଜି ମିତ୍ରପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ମିତ୍ରପୁର ଠାରେ ରାସ୍ତାରୋକ ହୋଇଛି। ଫଳରେ ନୀଳଗିରି-ବାଲେଶ୍ଵର, ଉଦଳା-ବାଲେଶ୍ଵର, ବରମପୁର-ବାଲେଶ୍ଵର ରାସ୍ତାରେ ଆସୁଥିବା ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ, ନୀଳଗିରି-ମିତ୍ରପୁର ରାସ୍ତା ପ୍ରଶସ୍ତିକରଣ ପାଇଁ କାର୍ଯ୍ୟ ଚାଲୁଛି। ହେଲେ କାର୍ଯ୍ୟର ଅହେତୁକ ବିଳମ୍ବ ପାଇଁ ବାରମ୍ବାର ଦୁର୍ଘଟଣା ଘଟି ଅନେକ ପ୍ରାଣହାନୀ ହେଉଛି। ଡ୍ରେନ କାମ ଅସମ୍ପୂର୍ଣ୍ଣ ପାଇଁ ମିତ୍ରପୁର ବଜାରରେ ପାଣି ମଧ୍ୟ ଜମୁଥିବା ବେଳେ ଗୋରୁଗାଈ ଡ୍ରେନରେ ଗଳି ପଡୁଛନ୍ତି। ବାରମ୍ବାର ଅଭିଯୋଗ ପରେ ଠିକାଦାର କାର୍ଯ୍ୟ ତ୍ୱରାନ୍ୱିତ କରୁନଥିବା ବେଳେ ବିଭାଗୀୟ ଅଧିକାରୀ ମଧ୍ୟ ଚୁପ୍ ବସିଛନ୍ତି। ଶେଷରେ ବାଧ୍ୟ ହୋଇ ମିତ୍ରପୁର କ୍ରିୟାନୁଷ୍ଠାନ କମିଟି ଡ଼ାକରାରେ କମିଟିର ସଦସ୍ୟ, ବଜାର କମିଟି, ଦୁର୍ଗାପୂଜା କମିଟି, ଟ୍ରକ ମାଲିକ ସଂଘ, କ୍ରସର ଓ ଖାଦାନ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନକାରୀମାନେ ରାସ୍ତାରୋକ କରିବା ସହ ଦୋକାନ ବଜାର ବନ୍ଦ କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.