ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ ବୁଲିବାକୁ ଆସି ବଙ୍ଗୀୟ ପର୍ଯ୍ୟଟକ ନିଖୋଜ

ନୀଳଗିରି,୧୩/୯ : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧିନ ବାବା ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠକୁ ବୁଲିବାକୁ ଆସିଥିବା ବଙ୍ଗୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ନିଖୋଜ । ଏ ନେଇ ପରିବାର ପକ୍ଷରୁ ଆଜି ନୀଳଗିରି ଥାନାରେ ଲିଖିତ ଅଭିଯୋଗ ହୋଇଛି । 

ସୂଚନା ମୁତାବକ ଗତ ୧୧ ତାରିଖ ବୁଧବାର ବଙ୍ଗ ପ୍ରଦେଶ ହାଓଡ଼ା ଜିଲ୍ଲା ଶ୍ୟାମପୁର ଥାନା ଅଞ୍ଚଳର ୬୦ରୁ ଊର୍ଦ୍ଧ୍ବ ବଙ୍ଗୀୟ ପର୍ଯ୍ୟଟକ ନୀଳଗିରିସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠକୁ ଏକ ଘରୋଇ ବସରେ ବୁଲିବାକୁ ଆସିଥିଲେ ।  ଯିବାବେଳେ ପର୍ଯ୍ୟଟକମାନଙ୍କ ମଧ୍ୟରୁ ଉକ୍ତ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସ୍ବର୍ଗତ ଈଶ୍ୱର ବିବେକାନନ୍ଦ କୁନ୍ତୀଙ୍କ ପୁଅ ସୁଜିତ (୪୮) ବସରେ ଯାଇ ନ ପାରି କୁଆଡ଼େ ନିଖୋଜ ହୋଇଯାଇଛନ୍ତି ବୋଲି ଆଜି ପରିବାରର ସୁଜିତଙ୍କ ପୁଅ ଶୈକତ କୁନ୍ତୀ, ଭାଇ ସୁନୀଲ କୁନ୍ତୀ, ପୁତୁରା ପୁଷ୍ପେନ୍ଦୁ କୁନ୍ତୀ ଶୈବ ପୀଠରେ ଆଜି ସକାଳ ୧୦ଘଟିକାରେ ପହଞ୍ଚି  ସିସି ଟିଭି ଫୁଟେଜ ଦେଖିବା ସହ ପୀଠ ସ୍ଥଳୀରେ ଥିବା ଦୋକାନୀମାନଙ୍କୁ ଫଟୋ ଦେଖାଇ ଭାଇର ଠିକଣା ପଚାରିଥିଲେ । ବହୁ ଖୋଜାଖୋଜି କରିବା ପରେ ସୁଜିତର ଠିକଣା ନ ପାଇ ନିରୁପାୟ ହୋଇ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.