ଭୋଗରାଇ, ୧୫।୯: ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇପଡ଼ିଛି ଭୋଗରାଇ । ଗତ ଦୁଇ ଦିନ ଧରି ଭୋଗରାଇରେ ପ୍ରବଳ ବର୍ଷା ଲାଗିରହିଛି । ବର୍ଷା ପ୍ରଭାବରେ ବିଭିନ୍ନ ଗାଁରେ ଜଳମଗ୍ନ ହେବା ସହିତ କୁଳିଦା ଗାଁରେ ୪୦ ଫୁଟ୍ ରାସ୍ତା ଭୁଶୁଡ଼ି ଏକ ବିରାଟ ଭୂସ୍ଖଳନ ହୋଇଛି । ୪୦ଟି ପରିବାରର ୧୦୦ରୁ ଉର୍ଦ୍ଧ୍ୱ ଲୋକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛନ୍ତି ।
ଭୂସ୍ଖଳନ ଯୋଗୁଁ ଲୋକମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ୩ଟି ପକ୍କା ଘର ଭୁଶୁଡ଼ିଯିବା ଆଶଙ୍କା ରହିଛି । ଘଟଣାସ୍ଥଳରେ ଜିଲ୍ଲା ପରିଷଦ ଓ ସରପଞ୍ଚ ପହଞ୍ଚି ବୁଝାସୁଝା ଆରମ୍ଭ କରିଛନ୍ତି ।