ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସାପ କାମୁଡାରେ ନାବାଳକ ମୃତ: ଫୋନରେ ଫୁଙ୍କିଲା ଗୁଣିଆ, ୨ଘଣ୍ଟା ଡାକ୍ତରଖାନାରେ ପଡ଼ିରହିଲା ମୃତଦେହ

ସୋର,୧୫/୦୯: ସାପ କାମୁଡ଼ାରେ ପ୍ରାଣ ହରାଇଲା ନାବାଳକ । ବାରିପଦାରୁ ଫୋନରେ ଝଡ଼ା ଫୁଙ୍କା କଲା ଗୁଣିଆ । ୨ଘଣ୍ଟା ଆମ୍ବୁଲାନ୍ସରେ ପଡ଼ିରହିଲା ମୃତଦେହ । ମୃତ ନାବାଳକ ଜଗବନ୍ଧୁ ବେହେରାଙ୍କ ୧୪ ବର୍ଷର ପୁଅ ମନୋରଞ୍ଜନ ବେହେରା ବୋଲି ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ଖଇରା ଗଗନଧୂଳି ପଞ୍ଚାୟତ ପାଣିଶିଆଳି ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ମନୋରଞ୍ଜନ ଶନିବାର ରାତିରେ ଘରେ ଶୋଇଥିଲେ । ତେବେ ରବିବାର ଭୋର ସମୟରେ ତାଙ୍କ ଆଙ୍ଗୁଠିକୁ ଏକ ରଣା ସାପ କାମୁଡ଼ି ଦେଇଥିଲା । ମନୋରଞ୍ଜନ କଷ୍ଟରେ ଚିତ୍କାର କରିବାରୁ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ନିଆଯାଇଥିଲା । ତେବେ କଟକ ନେବା ରାସ୍ତାରେ ମନୋରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ମନୋରଞ୍ଜନଙ୍କ ମୃତଦେହକୁ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ସୋର ଡାକ୍ତରଖାନା ସମ୍ମୁଖରେ ଆମ୍ବୁଲାନ୍ସରେ ରଖିଥିଲେ ।

ଏଭଳି ସ୍ଥିତିରେ ଆମ୍ୱୁଲାନ୍ସରେ ଦେଖିବାକୁ ମିଳିଥିଲା ଏକ ଅମାନୁଷିକ ଦୃଶ୍ୟ । ଦୁଇ ବ୍ୟକ୍ତି ଆମ୍ବୁଲାନ୍ସରେ ଏକ ପିତଳ କୁମ୍ଭ ଓ କିଛି ଗେଣ୍ଡୁ ଫୁଲ ଧରି ବାରିପଦାର ଜଣେ ଗୁଣିଆ ନିର୍ଦ୍ଦେଶରେ ଝଡ଼ାଫୁଙ୍କା କରିଥିଲେ । ଏଥିରେ ମନୋରଞ୍ଜନଙ୍କ ପରିବାର ଲୋକେ ମଧ୍ୟ ସହଯୋଗ କରିଥିଲେ । ସେମାନଙ୍କର ବିଶ୍ୱାସ ଥିଲା ଯେ, ଝଡ଼ାଫୁଙ୍କା କରି ସେ ତାଙ୍କ ପୁଅକୁ ଫେରି ପାଇବେ । ଏହି ଆଶାରେ ମନୋରଞ୍ଜନଙ୍କ ମୃତଦେହକୁ ଷ୍ଟ୍ରେଚରରେ ନେଇ ହସ୍ପିଟାଲ ପରିସରରେ ରଖି ଝଡ଼ାଫୁଙ୍କା କରାଇଥିଲେ ମନୋରଞ୍ଜନଙ୍କ ପରିବାର ଲୋକେ । ଏଥି ସହିତ ମୃତଦେହର ପାଦ ଓ ଛାତିକୁ ମଧ୍ୟ ଘଷିଥିଲେ । ଏସବୁ ପରେ ମୃତ ମନୋରଞ୍ଜନ ନବଞ୍ଚିବାରୁ ଡାକ୍ତରଙ୍କ ପାଖକୁ ନେଇଥିଲେ । ସେଠାରେ ଡାକ୍ତର ମନୋରଞ୍ଜନକୁ ମୃତ ଘୋଷଣା କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.