ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

libya boat accident: ଲିବିୟା ଉପକୂଳରେ ଭୟଙ୍କର ଦୁର୍ଘଟଣା; ଡଙ୍ଗା ଓଲଟି ୬୫ ଜଣ ଯାତ୍ରୀଙ୍କ ମୃତ୍ୟୁ

Published By : Bijay Swain | February 10, 2025 10:36 PM

Image courtesy: EPA

ନୂଆଦିଲ୍ଲୀ: ସୋମବାର ୬୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଲିବିୟା ଉପକୂଳରେ ବୁଡିଯାଇଛି। ଏହି ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ ପାକିସ୍ତାନ ନାଗରିକ ଥିଲେ ବୋଲି ସୂଚନା ମିଳିଛି। ଏନେଇ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମଓଏଫଏ) ସୂଚନା ଜାରି କରିଛି। 

ଲିବିୟାର ରାଜଧାନୀ ତ୍ରିପୋଲିରେ ଥିବା ପାକିସ୍ତାନ ଦୂତାବାସ ଏ ସମ୍ପର୍କରେ ପ୍ରଥମେ ଖବର ପ୍ରକାଶ କରିଥିଲା। ତେବେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାକିସ୍ଥାନୀ ନାଗରିକମାନଙ୍କୁ ଚିହ୍ନଟ କରିବା ପାଇଁ ଦୁତାବସ ପକ୍ଷରୁ ତୁରନ୍ତ ଜାଭିୟା ଡାକ୍ତରଖାନାକୁ ଏକ ଟିମ୍ ପଠାଯାଇଛି ବୋଲି ସୂଚନା ମିଳିଛି। ଦୁର୍ଘଟଣାରେ ମୃତ ୬୫ ଯାତ୍ରୀଙ୍କ ମଧ୍ୟରେ ସମୁଦାୟ କେତେ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଛି ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ତେବେ ଏହି ଦୁର୍ଘଟଣାରେ ମୃତ ଯାତ୍ରୀମାନଙ୍କ ଜାତୀୟତା ଜାଣିବା ପାଇଁ ଲିବିଆ ସରକାରଙ୍କ ସହାୟତା ନିଆଯାଉଛି ବୋଲି ପାକିସ୍ଥାନ କତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। 

ଜାନୁଆରୀ ୨୦୨୫ ରେ ମଧ୍ୟ ଅନୁରୁପ ଭାବେ ଏହିଭଳି ଏକ ସମାନ ଘଟଣା ଘଟିଥିଲା। ଖବର ମୁତାବକ ମୋଟ ୬୬ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ଅତି କମରେ ୮୬ ଜଣ ଯାତ୍ରୀଙ୍କୁ ନେଇ ମରକ୍କୋକୁ ଯାଉଥିବା ଏକ ଡଙ୍ଗା ମୋରୋକ୍କୋ ଉପକୂଳରେ ଓଲଟିଯାଇଥିଲା। ଏହି ଦୁର୍ଘଟଣାରେ ୫୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ୩୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ପାରିଥିଲା। 

ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସରକାର ଏହି ଦୁର୍ଘଟଣାରେ ସାମିଲ ଥିବା ଲୋକଙ୍କ ସହ ଦେଶରୁ ବେଆଇନ ସ୍ଥାନାନ୍ତରଣରେ ସାହାଯ୍ୟ କରୁଥିବା ବିଭିନ୍ନ ଅଧିକାରୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।  ତେବେ ଚଳିତ ମାସରେ, ପାକିସ୍ତାନ ବିମାନବନ୍ଦରରୁ ମାନବ ଚାଲାଣରେ ଜଡିତ ଥିବାରୁ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ଅତି କମରେ ୩୫ ଜଣ ପାକିସ୍ଥାନୀ ଅଧିକାରୀଙ୍କୁ ନିଲମ୍ବିତ କରିଥିଲା ବୋଲି ସୂଚନା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.