ପ୍ରମୂଖ ଖବର
  • ଆୟର୍ଲାଣ୍ଡରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି, ସତକର୍ତା ଜାରି କଲା ଦୂତାବାସ
  • ||
  • ଓଲିଉଡ୍ ପାଇଁ ପୁଣି ଖୁସି ଖବର, ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର
  • ||
  • ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ, ଧରାପଡ଼ିଲେ ରାଜସ୍ବ ବିଭାଗର ବରିଷ୍ଠ କିରାଣୀ
  • ||
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ପ୍ରଥମେ ଆବଶ୍ୟକ ଭିତ୍ତିଭୂମି, ପରେ ୟୁନିଫାଏଡ ଅଟୋମେସନ ସିଷ୍ଟମ : ମିଳିତ ଶିକ୍ଷକ ସଂଘର ଦାବି

Published By : Suraj Kumar | July 31, 2025 9:37 PM

ଲାଞ୍ଜିଗଡ଼, ୩୧/୦୭(ଆପ୍ର)-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ୟୁନିଫାଏଡ ଅଟୋମେସନ ସିଷ୍ଟମ। ଏହାଦ୍ୱାରା ସ୍କୁଲଗୁଡ଼ିକୁ ଶିକ୍ଷକ ଯୋଗାଇଦେବା, ସ୍କୁଲ ମନିଟରିଂ କରିବା, ଛୁଟି ମଞ୍ଜୁର, ବଣ୍ଟନ ବ୍ୟବସ୍ଥା ପରିଚାଳନା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ଡ୍ରପଆଉଟ ରୋକିବା, ଶିକ୍ଷକ ଓ କର୍ମଚାରୀ ଉପସ୍ଥାନ ତଥା ଅଭିଯୋଗ ଗ୍ରହଣ ଆଦି ଅନ୍ତର୍ଭୁକ୍ତ ରହିଛି। 

ତେବେ କଳାହାଣ୍ଡି ଜିଲ୍ଲା ବିଶେଷ କରି ଲାଞ୍ଜିଗଡ଼ ବ୍ଲକ ଭଳି ଆଦିବାସୀ ଓ ଅନୁସୂଚିତ ଜାତି ବହୁଳ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ଅନେକ ସମସ୍ୟା ରହିଛି। ଏପରିକି ୟୁନିଫାଏଡ ଅଟୋମେସନ ସିଷ୍ଟମ ଲାଗୁ କରିବା ପାଇଁ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ଏହା ଲାଗୁ କରିବା ବିଭାଗୀୟ ଦୂରଦୃଷ୍ଟିର ଅଭାବ ବୋଲି ଅସନ୍ତୋଷ ପ୍ରକାଶ କରିଛି ଲାଞ୍ଜିଗଡ଼ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ। 

ଆବଶ୍ୟକୀୟ ଭିତ୍ତିଭୂମି ଯଥା ଶିକ୍ଷକ ନିଯୁକ୍ତି, ମୋବାଇଲ ଫୋନ ପ୍ରଦାନ, ନେଟ୍ ପ୍ୟାକ୍, କମ୍ପ୍ୟୁଟର ଶିକ୍ଷକ ନଯୋଗାଇବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖୁବା ପାଇଁ ଜିଲ୍ଲା ସଂଗଠନ ତରଫରୁ ସରକାରଙ୍କୁ ପୂର୍ବରୁ ଦାବି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଶିଶୁବାଟିକା ପାଇଁ ଶ୍ରେଣୀଗୃହ ଅଭାବ, ଅଣଶିକ୍ଷାଦାନ କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କୁ ନିୟୋଜନ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସମସ୍ୟା ସୃଷ୍ଟି କରୁଛି। ସେହିପରି ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ଅଧୂକାଂଶ ବିଦ୍ୟାଳୟରେ   ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି।ଏହି ପରିସ୍ଥିତିରେ ୟୁନିଫାଏଡ ଅଟୋମେସନ ସିଷ୍ଟମ ଲାଗୁ କରିବା ଆଦୌ ସମ୍ଭବ ନୁହେଁ ବୋଲି ଦର୍ଶାଇଛି ମିଳିତ ଶିକ୍ଷକ ସଂଘ। ଏଣୁ ଖାଲି ପଡ଼ିଥିବା ପଦବୀ ପୁରଣ କରିବା ସହିତ ଶିକ୍ଷକମାନଙ୍କୁ ବୋଝମୁକ୍ତ କରାଇଲେ ସରକାରଙ୍କ ଏହି ଡିଜିଟାଲ ରୂପରେଖ ଓ ଶିଶୁବାଟିକା ବ୍ୟବସ୍ଥା ସାକାର ହୋଇପାରିବ। ସେହିପରି ଉପଯୁକ୍ତ ଭିତ୍ତିଭୂମି ନହେବା ଯାଏଁ ଏହା ବନ୍ଦ କରିବାକୁ ଲାଞ୍ଜିଗଡ଼ ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସରକାରଙ୍କୁ ଦାବି କରାଯାଇଛି। 

ଗୁରୁବାର  ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୩୦୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେରଙ୍କ ଜରିଆରେ  ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଅବସରରେ   ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଉପସଭାନେତ୍ରି ଅର୍ଚ୍ଚନା ମିଶ୍ର, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କୋଷାଧ୍ୟକ୍ଷ ଶିବ ପ୍ରସାଦ ଦାସ, AUCTPTF ର ଜିଲ୍ଲା ସଭାପତି ଲବ ଦୁର୍ଗା, ଲାଞ୍ଜିଗଡ଼ ପ୍ରାଥମିକ ଶିକ୍ଷକ ସଂଘ(AUPTF) ସଭାପତି ପ୍ରମୋଦ ମହାନ୍ତି,  AUCTPTF ବ୍ଲକ୍ ସଭାପତି ଅନିଲ ତ୍ରିପାଠୀ, ସମ୍ପାଦକ(AUPTF) ଏମ୍. ଏସ୍. ଶେଖର, ସମ୍ପାଦକ(AUCTPTF) ମନୋଜ ମହାଖୁଡ,  ଏକ୍ସ କାଡ଼ର୍ ସଭାପତି ପଞ୍ଚାନନ୍ ନାଗ, ଏକ୍ସ କାଡ଼ର୍ ସମ୍ପାଦକ ଗିରିଧାରୀ ଗୌଡ, ବରିଷ୍ଠ ଶିକ୍ଷକ ତପନ ଭୋଇ, ମହେଶ୍ବର ନାୟକ, ଦିବାକର ବିଭାର, ଜଳନ୍ଧର ମାଝୀ, ରାଘବ ଗହିର, ସୌଭାଗ୍ୟ ସାହୁ, ପ୍ରକାଶ ପ୍ରଧାନ, ଚନ୍ଦନ ସାହୁ, ଗଣେଶ ଠେଲା, ନରୋତ୍ତମ ନାଗ, ଦେବାଶିଷ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.