ପ୍ରମୂଖ ଖବର
  • ଆୟର୍ଲାଣ୍ଡରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି, ସତକର୍ତା ଜାରି କଲା ଦୂତାବାସ
  • ||
  • ଓଲିଉଡ୍ ପାଇଁ ପୁଣି ଖୁସି ଖବର, ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର
  • ||
  • ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ, ଧରାପଡ଼ିଲେ ରାଜସ୍ବ ବିଭାଗର ବରିଷ୍ଠ କିରାଣୀ
  • ||
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

କଳାହାଣ୍ଡିର ଅନାଲୋଚିତ ଶୈବ ପୀଠ ଖିଲାପଦର୍; ଅଷ୍ଟ ଧାତୁ ଶିକୁଳିରେ ପୂଜା ପାଉଛନ୍ତି ମହାଦେବ

Published By : Bijay Swain | July 28, 2025 8:58 PM

ଭବାନୀପାଟଣା/ବିଶ୍ୱନାଥପୂର,୨୮/୭(ଆପ୍ର): ବିଶ୍ୱାସ ଓ ଆଶ୍ଚର୍ଯ୍ୟର ସ୍ଥାନ ହେଉଛି ଗୁପ୍ତ ଶୈବ ପୀଠ ଖିଲାପଦର୍। ଯେଉଁଠି ଅଷ୍ଟ ଧାତୁ ଶିକୁଳି ରୂପରେ ପୂଜା ପାଉଛନ୍ତି ଦେବାଧି ଦେବ ମହାଦେବ। ଯାହାକି ଏକ ବିରଳ ଘଟଣା। ଯେଉଁ ସ୍ଥାନରେ ପୂଜା ପାଉଛନ୍ତି ତାହାର ନିକଟରେ ରହିଛି ଏକ ଗୁପ୍ତ ଜଳକୁଣ୍ଡ। ପ୍ରାୟ ୧୦ ଫୁଟ୍ ଉଚ୍ଚର ଜଳ ପ୍ରପାତ ରହିଛି। ଜଳ କୁଣ୍ଡର ଗଭୀରତା କେହି ଜାଣି ନାହାଁନ୍ତି। ସେଠାରେ ଗୁପ୍ତରେ ରହିଛନ୍ତି ସ୍ଵୟମ୍ଭୁ ଶିବ ଲିଙ୍ଗ। ଯାହାଙ୍କ ଦର୍ଶନ ଦୁର୍ଲଭ। କୁଣ୍ଡରୁ ଉତ୍ପତ୍ତି ଜଳ ପାତାଳରୁ ଆସୁଥିବା ନେଇ ମଧ୍ୟ ବିଶ୍ୱାସ ରହିଛି।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୂଷାନାଲ ଠାରୁ ମାତ୍ର ଛଅ କିଲୋମିଟର ଦୂରରେ ରହିଛି ଗୁଣ୍ଡିରାଣୀ ପାହାଡ଼। ପାହାଡ଼ର ପାଦଦେଶରେ ଖିଲାପଦର ନାମକ ଏକ ଗୁମ୍ଫାରେ ପ୍ରାଚୀନ କାଳରୁ ଏହି ଅନାଲୋଚିତ ଶୈବ ପୀଠ ରହିଛି। ଚାରି ପାର୍ଶ୍ବରେ ଘଞ୍ଚଜଙ୍ଗଲ ଓ ପଥର ଗୁମ୍ପା। ମଝିରେ ଖିଲାପଦର ପୀଠରେ ପୂଜା ପାଉଛନ୍ତି ମହାଦେବ। ପୂଜକ ବାସୁଦେବ ଦୋରାଙ୍କୁ ମନ୍ଦିର ନେଇ ପ୍ରଶ୍ନ ପଚରାଯିବାରୁ ସେ ତାଙ୍କ ପୂର୍ବଜଙ୍କ ଠାରୁ ଯାହା ଶୁଣି ଆସିଛନ୍ତି ବା ଯାହା ଏହି ପୀଠର କିମ୍ବଦନ୍ତୀ ରହିଛି ତାହାକୁ ପ୍ରକାଶ କରିଥିଲେ। 

କିମ୍ୱଦନ୍ତୀ ମୁତାବକ, ବହୁ ବର୍ଷ ପୂର୍ବେ ମାଧବ ଦାସ ନାମକ ଜଣେ ସାଧୁ ଥିଲେ। ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଗୁଣ୍ଡିରାଣୀ ପାହାଡ଼ରେ ଥିବା ଗୁପ୍ତ ଜଳ କୁଣ୍ଡରେ ଆବାହନ କାଳରୁ ମୁଁ ଅଛି। କୁଣ୍ଡକୁ କେହି ପ୍ରଵେଶ କରିପାରିବେ ନାହିଁ। ତାହାର ପାର୍ଶ୍ଵରେ ମୋର ପ୍ରତୀକ ଅଛି। ତୁ ଆସିଲେ ପାଇବୁ ବୋଲି ମହାଦେବ ସ୍ଵପ୍ନାଦେଶ କରିଥିଲେ। ସାଧୁ ମାଧବ ଦାସ ସ୍ୱପ୍ନ ବିଷୟରେ ସିନ୍ଧିପଦର ଗ୍ରାମରେ ରହୁଥିବା ବାଲାଜୀ ଦୋରାଙ୍କୁ ଜଣାଇବା ସହ ଉଭୟ ସେହି ଗୁପ୍ତ ଶୈବ ପୀଠର ସନ୍ଧାନରେ ଗୁଣ୍ଡିରାଣୀ ପାହାଡକୁ ଯାଇଥିଲେ। ସେଠାରେ ଥିବା ପ୍ରାୟ ଦଶ ଫୁଟ୍ ଉଚ୍ଚରୁ ଏକ ଜଳ ପ୍ରପାତ ରହିଥିବା ବେଳେ ଗୁମ୍ଫାରେ ଏକ ଜଳ କୁଣ୍ଡ ରହିଛି। ସେହି ଗୁମ୍ଫାରେ ସ୍ଵୟମ୍ଭୁ ଉତ୍ପତ୍ତି ଶିବ ଲିଙ୍ଗ ଗପ୍ତରେ ଥିବା ବେଳେ ତାହାରି ନିକଟରୁ ସ୍ୱପ୍ନ ମୁତାବକ ଅଷ୍ଟ ଧାତୁର ଶିକୁଳି ଥିବା ଉଭୟ ଦେଖିଥିଲେ। ସେହି ଶିକୁଳିରେ ଶିବଙ୍କ ପୂଜାର୍ଚ୍ଚନା କେଉଁ କାଳରୁ କରାଯାଇ ଆସୁଛି। 

ପ୍ରଥମେ ସାଧୁ ମାଧବ ଦାସ ପୂଜା ଆରମ୍ଭ କରିଥିଲେ। ତାଙ୍କ ପରେ ବାଲାଜୀ ଦୋରା ତାଙ୍କ ଉପରାନ୍ତ ପୁତ୍ର ଦୀନବନ୍ଧୁ ଦୋରା ଓ ତାଙ୍କର ଉତ୍ତର ପୀଢ଼ି ଏଠାରେ ପୂଜକ ଭାବେ ଭଗବାନ ଶଙ୍କରଙ୍କ ପୂଜା ସେବା ଦାୟିତ୍ଵ ତୁଲାଇ ଆସିଛନ୍ତି। ତେବେ ଏହି ଉତ୍ପତ୍ତି ଜଳକୁଣ୍ଡ କେତେ ଗଭୀର କେହି ଜାଣନ୍ତି ନାହାନ୍ତି। ବିଶ୍ୱାସ ଯେ, ଏହି କୁଣ୍ଡରୁ ଯେଉଁ ଜଳ ବାହାରୁଛି ତାହା ପାତାଳରୁ ବାହାରୁଛି। ସେହି କୁଣ୍ଡରୁ ଝରଣା ସୃଷ୍ଟି ହୋଇ ତାହା ନଦୀରେ ପରିଣତି ହେଇଛି ।ଅଂଚଳର ୧୦ଖଣ୍ଡ ଗ୍ରାମକୁ ସଂଯୋଗ କରୁଛି। ତାହାର ଜଳରେ ଲୋକେ ଚାଷକରି ଉପକୃତ ମଧ୍ୟ ହେଉଛନ୍ତି। ଯାହାକି ଶେଷରେ ରେତ ନଦୀରେ ମିଶିଛି।

ତେବେ ଏହି ଅନାଲୋଚିତ ଖିଲାପଦର୍ ଶୈବ ପୀଠ ସହ ସ୍ଥାନୀୟ ଅଧିବାସୀଙ୍କ ଅନେକ ପରମ୍ପରା ଜଡ଼ିତ ଥିବା ବେଳେ ମହାଆଡମ୍ବରରେ ଶିବ ରାତ୍ରି ଓ ବିଭିନ୍ନ ପର୍ବପର୍ବାଣି ଚଳି ଆସିଛି।  ଏହି ମନ୍ଦିର ବହୁତ ପୁରାତନ କାଳରୁ ଥିବାରୁ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ଅଛି। ବିଶେଷ ଭାବରେ ଶ୍ରାବଣ ମାସରେ କାଉଡିଆ ମାନେ କଳାହାଣ୍ଡି ଜିଲ୍ଲା ଏବଂ ପଡୋଶୀ ଜିଲ୍ଲା ରାୟଗଡାରୁ ପାଣି ଭାର ନେଇ ଆସିଥାନ୍ତି। କିମ୍ବଦନ୍ତି କୁହେ, ଏଠାରେ ଗୁପ୍ତ ଶିବଙ୍କ କୁଣ୍ଡରେ ଦର୍ଶନ କଲେ ଅଟକି ରହୁଥିବା କାମ ଏବଂ ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହ ସଫଳତା ମିଳିଥାଏ। ତେଣୁ ପ୍ରତିଦିନ ବହୁ ଶ୍ରଦ୍ଧାଳୁ ଏଠାକୁ ମହାଦେବଙ୍କ ପୂଜା କରିବାକୁ ଆସନ୍ତି। ତେବେ 

ଦୁଃଖର ବିଷୟ ଏହି ସ୍ଥାନକୁ ରାସ୍ତା ନାହିଁ। ସିନ୍ଧିପଦର୍ ଗାଁରୁ ତିନି କିଲୋମିଟର ଚାଲିକି ଯିବାକୁ ହୁଏ।  ସ୍ଥାନୀୟ ଲୋକେ ଅନେକ ଥର ରାସ୍ତା ନିର୍ମାଣ ସହ ଏହି ଅଲୌକିକ କ୍ଷେତ୍ରର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଲାଗି ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ହେଲେ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ସୁବିଧାରେ ଦର୍ଶନ କରିପାରନ୍ତେ ବୋଲି କୃପାସିନ୍ଧୁ ଦୋରା କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.