ଲାଞ୍ଜିଗଡ଼, ୩୧/୦୭(ଆପ୍ର)-ଲାଞ୍ଜିଗଡ଼ ବ୍ଲକ ଢେପଗୁଡା ଘାଟିରୁ ଆରମ୍ଭ କରି ଲାଞ୍ଜିଗଡ଼ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବିପଦ ସଂକୁଳ ଭାବେ ରହିଛି ଅନେକ ଶୁଖିଲା ଗଛ। ଶୁଖିଲା ଗଛଗୁଡ଼ିକ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାନବାହନ, ଯାତ୍ରୀଙ୍କ ପାଇଁ କାଳ ସାଜିଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବନବିଭାଗ କିଛିଟା ତତ୍ପର ହୋଇଛି ସତ କିନ୍ତୁ ସମସ୍ୟାର ସଂପୂର୍ଣ୍ଣ ସମାଧାନ ହୋଇପାରିନାହିଁ। ଗୁରୁବାର ବାଇକ ଚାଳକଙ୍କ ଉପରେ ଗଛ ଡାଳ ପଡିବାରୁ ସେ ଆହତ ହୋଇଛନ୍ତି।
ଗୁରୁବାର ଅପରାହ୍ନରେ ବାଇକ ଯୋଗେ ଲାଞ୍ଜିଗଡ଼ରୁ ଅମ୍ବାଦଳା ଯାଉଥିବାବେଳେ ଟାଙ୍ଗନକଣା ଛକ ନିକଟରେ ହଠାତ ଏକ ଶୁଖିଲା ଡାଳ ବାଇକ ଆରୋହୀ ଜେମେଶ ଚନ୍ଦ୍ର ସାହୁଙ୍କ ଉପରେ ପଡିଯିବାରୁ ସେ ଗୁରୁତର ହୋଇଛନ୍ତି। ସେହିପରି ତାଙ୍କ ବାଇକ ଭାଙ୍ଗି ଚୁରମାର ହୋଇଯାଇଛି। ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବନବିଭାଗ, ପୂର୍ତ୍ତ ବିଭାଗ ତରଫରୁ ପଦକ୍ଷେପ ନିଆଯାଇ ରାସ୍ତାକଡ଼ର ଶୁଖିଲା ଗଛ କାଟିବାକୁ ଦାବି କରାଯାଇଛି