ପ୍ରମୂଖ ଖବର
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଅନିଶ୍ଚିତତା ମଧ୍ୟରେ ଇନ୍ଦ୍ରାବତୀର ପର୍ଯ୍ୟଟନ ବିକାଶ

Published By : Gurupada Nath | July 30, 2025 10:22 PM

ଜୟପାଟଣା,୩୦/୭ :  ପ୍ରକୃତିର ଅତୁଳନୀୟ ସମ୍ଭାର ମଧ୍ୟରେ ରହି ଆସିଥିବା ଇନ୍ଦ୍ରାବତୀ ପ୍ରକଳ୍ପର ପର୍ଯ୍ୟଟନ ପୃଷ୍ଠଭୂମି ବର୍ଷବର୍ଷ ଧରି ଅଣଦେଖା ହୋଇ ଆସୁଛି । ସାମାନ୍ୟତମ ଉଦ୍ୟମ ହୋଇପାରିଥିଲେ ଜଳଭଣ୍ଡାର ପାଇଁ ସର୍ବସ୍ବ ହରାଇ ଏକ ଅନିଶ୍ଚିତ ଜୀବନ ବିତାଇ ଆସୁଥିବା ବନବାସୀମାନଙ୍କର ଆର୍ଥିକ ବିକାଶ ସହ ଥୁଆମୂଳ ରାମପୁର ଅଞ୍ଚଳର ଏକ ସମ୍ଭ୍ରାନ୍ତ ପରିଚୟ ସୃଷ୍ଟି ହୋଇଥାନ୍ତା । ପରିଶେଷରେ କଳାହାଣ୍ଡି ଜିଲ୍ଲାର କୃଷି ଓ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାର ପରିଚୟକୁ ଶିଖରରେ ପହଞ୍ଚାଇ ନିଜେ ନିଶ୍ୱ ହୋଇ ରହିଗଲା । 

ଇନ୍ଦ୍ରାବତୀର ପ୍ରାକୃତିକ ବୈଭବର କଥା ଶୁଣି ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ନିରାଶ ହେବାକୁ ପଡ଼ିଲା । ଅନ୍ୟମାନଙ୍କ ମଙ୍ଗଳ ପାଇଁ ଗୋଦାବରୀ ଅବବାହିକାରୁ ମହାନଦୀ ଅବବାହିକାରେ ପଟ୍ଟ ପରିବର୍ତ୍ତନ ପୂର୍ବକ ନିଜକୁ ସମାହିତ କରି ଦେଇଥିବା ପ୍ରକୃତି ରାଣୀ ଇନ୍ଦ୍ରାବତୀ ଧିରେ ଧିରେ ଆଭୂଷଣ ଶୂନ୍ୟ ହୋଇଗଲା । ଥୁଆମୂଳ ରାମପୁର ବ୍ଲକର ମର୍ଦ୍ଧି ଗୁଡାରୁ ଆତ୍ମ ପ୍ରକାଶ କରିଥିବା ଇନ୍ଦ୍ରାବତୀ ୫୩୪କିଲୋମିଟର ପ୍ରବାହିତ ହେବା ପରେ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଗୋଦାବରୀ ନଦୀ ଗର୍ଭରେ ବିଲୀନ ହୋଇଗଲା । ସେହି ଇନ୍ଦ୍ରାବତୀ ନଦୀ ଓଡ଼ିଶା ଅତିକ୍ରମ କଲା ପରେ ଛତିଶଗଡ଼ ରାଜ୍ୟର ଚିତ୍ରକୁଟଠାରେ ପ୍ରାକୃତିକ ଜଳପ୍ରପାତ ସାଙ୍ଗକୁ ସରକାରୀ ଉଦ୍ୟମରେ ନିଜର ବାସ୍ତବ ସ୍ୱରୂପକୁ ନେଇ ସମସ୍ତଙ୍କୁ ଆକର୍ଷିତ କଲା । ସେଠାରେ ଧର୍ମ, ସଂସ୍କୃତି ଓ ପର୍ଯ୍ୟଟନ ବିକାଶ ହେତୁ ଅଞ୍ଚଳବାସୀଙ୍କ ପାଇଁ ଅନୁକୂଳ ବାତାବରଣ ତିଆରି ହେଲା । ଓଡ଼ିଶାର ପର୍ଯ୍ୟଟକ ମଧ୍ୟ ଇନ୍ଦ୍ରାବତୀର କମନୀୟତାକୁ ଦେଖି ଆତ୍ମବିଭୋର ହେଲେ । 

ଗତ ୧୪/୦୧/୨୦୨୧ମସିହାରେ ଇନ୍ଦ୍ରାବତୀ ସଂଗ୍ରହାଳୟ ଓ ପ୍ରମାଦ ଉଦ୍ୟାନ ନିର୍ମାଣ ପାଇଁ ଘୋଷଣା କରାଯାଇଥିଲା । ୨୦କୋଟି ଟଙ୍କାର ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ସଂଗ୍ରହାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଗଲା । ୨୦୨୩ଜୁନ ମାସରୁ ୩.୨୩କୋଟି ଟଙ୍କାର ଟେଣ୍ଡର ଚୁକ୍ତି ସ୍ବାକ୍ଷରିତ ହୋଇ ସଂଗ୍ରହାଳୟର କାର୍ଯ୍ୟ ଆରମ୍ଭ ହେଲା । ମଙ୍ଗଳପୁର ହାତୀ ଆନିକଟ ସଂଲଗ୍ନ ଲିଫ୍ଟ କେନାଲ ପମ୍ପ ଗୃହ ପାର୍ଶ୍ଵରେ ୮.୧୯ଏକର ଜମି ଚିହ୍ନଟ କରାଗଲା । ଏବେ ସଂଗ୍ରହାଳୟର କୋଠା ନିର୍ମାଣ ପରିସମାପ୍ତ ଆଡ଼େ ପହଞ୍ଚୁ ଥିବାବେଳେ ତତ୍ ସଂଲଗ୍ନ ପରିବେଶ ଓ ପ୍ରମୋଦ ଉଦ୍ୟାନର ପରିକଳ୍ପନା ଅନିଶ୍ଚିତତା ମଧ୍ୟରେ ରହି ଯାଇଛି । ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେଲେ ଏହା ଏକ ଅନ୍ତଃ ରାଜ୍ୟ ଦର୍ଶନ ସ୍ଥଳୀ ପାଲଟିବ ବୋଲି ସମସ୍ତେ ଉତ୍ସୁକତା ସହିତ ଅନାଇ ରହିଥିବାବେଳେ ପରବର୍ତ୍ତୀ ବିକାଶକୁ ବର୍ତ୍ତମାନର ବିଜେପି ସରକାର ଅଗ୍ରାଧିକାର ଦେବା ପାଇଁ ଦାବି ହେଉଛି । ଏହି ବିକାଶ ସହିତ ଇନ୍ଦ୍ରାବତୀର ଉତ୍ପତ୍ତି ସ୍ଥଳକୁ ଆକର୍ଷଣୀୟ କରିବା ସହିତ ଜଳଭଣ୍ଡାରର ୧୧୦ବର୍ଗ କିଲୋମିଟର ପରିଧିର ବିକାଶ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେବାକୁ ଦାବି ହେଉଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.