ମୋରଡ଼ା, ୩୧/୦୮ : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ। ୫୯୨ ଲିଟର ଦେଶୀ ମଦ ଜବତ କରିବା ସହ ୮୦୫୦ ଲିଟର ମହୁଲ ପୋଚ ନଷ୍ଟ କଲା ପୁଲିସ। ଏହା ସହ ଚୋରା ମଦ କାରବାର ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି।
ସୂଚନାନୁଯାୟୀ, ଶୁଳିଆପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ମଦ କାରବାର ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଜିଲ୍ଲା ଅବକାରୀ ଅଧିକାରୀ ପ୍ରଶାନ୍ତ କୁମାର କାହଁରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ କୁଣ୍ଢିହାଶୋଳ, ଗେଣ୍ଡାଖାଳ, ମଣ୍ଡା, ଦୁବୁଲାବେଡା, ତୁମୁଡି ଅଞ୍ଚଳରେ ଥିବା ମଦ ଭାଟି ଉପରେ ଚଢାଉ କରିଥିଲା। ଚଢାଉ ବେଳେ ୫୯୨ ଲିଟର ଦେଶୀ ମଦ ଜବତ ହେବା ସହ ୮୦୫୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି। ଚୋରା ମଦ କାରବାର ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ୨ ଜଣ ହେଲେ କୁଣ୍ଢିହାଶୋଳର ବୀଣାପାଣି ହେମ୍ବ୍ରମ ଏବଂ ତୁମୁଡିର ଦୁଲି ସିଂ।