ପ୍ରମୂଖ ଖବର
  • ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ, ଧରାପଡ଼ିଲେ ରାଜସ୍ବ ବିଭାଗର ବରିଷ୍ଠ କିରାଣୀ
  • ||
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବୌଦ୍ଧ ଭାରପ୍ରାପ୍ତ ତହସିଲଦାରଙ୍କୁ ଦୁର୍ବ୍ୟବହାର

Published By : Gurupada Nath | July 30, 2025 11:27 PM

ବୌଦ୍ଧ,୩୦/୭ : ବୌଦ୍ଧ ଭାରପ୍ରାପ୍ତ ତହସିଲଦାର ମହମ୍ମଦ ରାଜେ ରସୁଲଙ୍କୁ କିଛି ଯୁବକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗତ ୨୮ତାରିଖରେ ବୌଦ୍ଧର ଭାରପ୍ରାପ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ନିଜ କାର୍ଯ୍ୟାଳୟରେ ବସି ସରକାରୀ କାର୍ଯ୍ୟ କରୁଥିବା ସମୟରେ ବୌଦ୍ଧ ସହର ରାଜନପାଲିର ବିବେକାନନ୍ଦ ସାହୁ,ଏନଏସି ଛକର ସଂଜିବ ସାହୁ ଓ ବଗିଚାସାହିର ଅଭିଜିତ ମହାପାତ୍ର ତହସିଲ କାର୍ଯ୍ୟାଳୟକୁ ଆସିଥିଲେ ।

ବିବେକାନନ୍ଦ ସାହୁ ଭାରପ୍ରାପ୍ତ ତହସିଲଦାରଙ୍କୁ ଗୋଟିଏ ସାର୍ଟିଫାଏଡ କପି ଦେବାକୁ କେତେ ସମୟ ଲାଗେ ବୋଲି ପ୍ରଶ୍ନ କରିଥିଲେ । ଭାରପ୍ରାପ୍ତ ତହସିଲଦାର କୌଣସି କାରଣରୁ ତାଙ୍କର ଆବେଦନ ନାମଞ୍ଜୁର ହୋଇଥିବା କହିବା ପରେ ବିବେକାନନ୍ଦ ସାହୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ସାଥିରେ ଯାଇଥିବା ସଂଜିବ କୁମାର ସାହୁ ନିଜକୁ ବଜରଙ୍ଗଦଳର ସଭାପତି ବୋଲି ପରିଚୟ ଦେଇଥିଲେ । ଜୟ ଶ୍ରୀରାମ କହିବାକୁ କହି ତହସିଲଦାରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଅନ୍ୟତମ ଯୁବକ ଅଭିଜିତ ମହାପାତ୍ର ସେମାନଙ୍କୁ ସମର୍ଥନ କରିଥିବା ନେଇ ଭାରପ୍ରାପ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଭୟରେ ତହସିଲଦାର ସାର୍ଟିଫାଏଡ କପି ପ୍ରଦାନ କରିବା ପରେ ଯୁବକମାନେ ସେଠାରୁ ଚାଲିଯାଇଥିଲେ । ଏହି ଘଟଣାରେ ତହସିଲଦାର ନିଜକୁ ଅସୁରକ୍ଷିତ ମନେ କରିବା ସହିତ ତାଙ୍କର କିଛି କ୍ଷତି ହେଲେ ଉକ୍ତ ଯୁବକମାନେ ଦାୟୀ ରହିବେ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନୀଙ୍କୁ ପଚାରିବାରୁ ଏ ନେଇ ଏକ ମାମଲାରୁଜୁ ହୋଇ ତଦନ୍ତ ଚାଲୁ ରହିଛି ବୋଲି ପ୍ରକାଶ କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.