ଢେଙ୍କାନାଳ,୩୧/୭ : ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର। ପାରିବାରିକ କଳହରୁ ବଧୂ ହତ୍ୟା ଅଭିଯୋଗ। ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗାଁରେ ଏଭଳି ଘଟଣା ଘଟିଛି । ଗୁରୁବାର ସକାଳେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଶାଶୁଘର ଲୋକେ ବୋହୂକୁ ହତ୍ୟା କରିଥିବା ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ସ୍ଵାମୀକୁ ଅଟକ ରଖି ପଚରାଉଚୁରା କରୁଛି।
ସୂଚନାନୁଯାୟୀ, କଙ୍କଡ଼ାହାଡ଼ ଗାଁର ପ୍ରତିମା ମହାରଣା (୩୫ ବର୍ଷ) ଏବଂ ତାଙ୍କ ସ୍ଵାମୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିଶୃଙ୍ଖଳା ଲାଗି ରହିଥିଲା। ବୁଧବାର ରାତିରେ ସମସ୍ତେ ଶୋଇଥିଲେ। ସକାଳୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବିଳମ୍ବିତ ରାତିରେ ସ୍ୱାମୀ, ଶାଶୁ, ଶ୍ଵଶୁର ମିଶି ତଣ୍ଟିଚିପି ହତ୍ୟା କରିଥିବା ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମହିଳାଙ୍କ ସ୍ଵାମୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।