ପ୍ରମୂଖ ଖବର
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ସାତ ଖଣ୍ଡ ଗାଁକୁ ନାହିଁ ରାସ୍ତା, ବର୍ଷାରେ ବଢୁଛି ଦୁର୍ଦ୍ଦଶା ; ଖଟିଆରେ ବୁହା ହେଉଛନ୍ତି ରୋଗୀ

Published By : Gurupada Nath | July 30, 2025 10:36 PM

ଭବାନୀପାଟଣା,୩୦/୭ : କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ।  ଜିଲ୍ଲାର ସଦର ବ୍ଲକ ଭବାନୀପାଟଣା ଅନ୍ତର୍ଗତ ଶଗଡ଼ା ପଂଚାୟତର ଅଧିକାଂଶ ଗାଁକୁ ଆଜି ବି ପକ୍କା ରାସ୍ତାଟିଏ ନାହିଁ । ପ୍ରତି ବର୍ଷ ବର୍ଷା ଋତୁ ଆସିଲେ ସେମାନଙ୍କ ଦୁର୍ଦ୍ଦଶା ମୁହଁରେ ବଖାଣି ହେବ ନାହିଁ । ଖଟିଆରେ ରୋଗୀ ବୁହା ହେବା ଘଟଣା ସାଧାରଣ କଥା ହୋଇଛି ।

ସୂଚନାଯୋଗ୍ୟ ଯେ, ଭବାନୀପାଟଣାରୁ ୧୨କିମି ଦୂର ଶଗଡ଼ା ପଂଚାୟତ। ସେଠାରୁ ନାଗଝରି ଦେଇ ଆହୁରି ୧୨ କି.ମି ପରିଧିରେ ଆସୁଥିବା ବେଦକୋଟ, ନେହେଲା, ମକାଗୁଡ଼ା, କାଦୋପଦର, ନୁଆପଡ଼ା ଓ ମହୁଲପଡ଼ା । ପ୍ରାୟ ୭ରୁ ଅଧିକ ଗାଁ ରାସ୍ତା ଅବସ୍ଥା ଶୋଚନୀୟ । ଖରା ଦିନରେ ଗାଁରୁ ଲୋକେ ଯେମିତି ସେମିତ ଯାତାୟତ କରି ଦିଅନ୍ତି । ମାତ୍ର ବର୍ଷାରେ ଏକାଧିକ ଗାଁ ବିଚ୍ଛିନାଅଞ୍ଚଳର ଦୁଃଖ ଭୋଗ କରୁଛନ୍ତି । ପଂଚାୟତକୁ ଯିବାକୁ ହେଲେ ପ୍ରାୟ ୧୨କିଲୋମିଟର ଯାଏଁ ପାହାଡ଼ ଚଢି ଚାଲି ଚାଲି ଯିବାକୁ ପଡ଼େ । ଗାଁ ବିକାଶଠାରୁ ବହୁ ଦୂରରେ । ଜଙ୍ଗଲ ପାହାଡ଼ ପର୍ବତ ଘେରା ସବୁ ଗାଁ । ଗ୍ରାମ ଗୁଡ଼ିକରେ ୨୦ରୁ ୪୦ପରିବାରର ୧୬୦ଜନସଂଖ୍ୟା ବିଶିଷ୍ଟ । ସମସ୍ତେ ଆଦିବାସୀ ହରିଜନ ସମ୍ପ୍ରଦାୟର । ଜଙ୍ଗଲ ପାହାଡ଼କୁ ଲାଗି ରହିଛି ଏହି ଗ୍ରାମର ସମସ୍ତ ବାସିନ୍ଦା ଚାଷ ଉପରେ ନିର୍ଭର କରୁଥିବାବେଳେ ବର୍ଷ ତମାମ ଜଙ୍ଗଲ ଉପରେ ନିର୍ଭରଶୀଳ । ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ପାଖ ବଜାରରେ ବିକ୍ରି କରି ନିଜ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ପ୍ରତ୍ୟେକ ଦିନ ଭୋରରୁ ଜଙ୍ଗଲକୁ ଯାଇ କାଠ ସଂଗ୍ରହ କରିବା ଏବଂ ତାକୁ ବିକ୍ରି କରିବା ନିତିଦିନିଆ ବ୍ୟବସାୟ ଏହା ସହ ଜଙ୍ଗଲରୁ ଶାଳ ଏବଂ ଶିଆଳି ପତ୍ର ସଂଗ୍ରହ କରି ସେଥିରେ ଖଳି ଦନା ପ୍ରସ୍ତୁତ କରି ବିକ୍ରି କରିଥାନ୍ତି । ଋତୁ ଅନୁସାରେ ଜଙ୍ଗଲରୁ ମହୁଲ, ଶାଳ ମଞ୍ଜି, ଗରା, ତେନ୍ତୁଳି, ଆମ୍ବ ଓ ପଣସ ସଂଗ୍ରହ କରି ବଜାରରେ ବିକ୍ରି ନିଜ ନିଜ ପରିବାର ଚଳେଇଥାନ୍ତି । କାମ ଧନ୍ଦା ଅଭାବରୁ ଗ୍ରାମର ଯୁବ ପିଢ଼ି ଦାଦନ ଖଟିବାକୁ କେରଳରେ ଅଛନ୍ତି । ଆଜିର ମଣିଷ ଚନ୍ଦ୍ର ପୃଷ୍ଠରେ ରହିବାକୁ ଯୋଜନା କଲେଣି ହେଲେ ବେଦକୋଟ, ନେହେଲା, ମକାଗୁଡ଼ା, କାଦୋପଦର ଗାଁକୁ ରାସ୍ତାଟିଏ ନାହିଁ । ପ୍ରତ୍ୟେକ ବର୍ଷ ଏମଜିଏନଆରଜିଏସ ଯୋଜନାରେ ଲକ୍ଷାଧିକ ଟଙ୍କା ଅନୁଦାନ ଆସୁଛି । ଏହି ଗାଁ ଗୁଡ଼ିକୁ ରାସ୍ତା କାମ ପାଇଁ ମାତ୍ର ପଂଚାୟତ ନିକଟସ୍ଥ ଗାଁ ରାସ୍ତା କଡ଼ରୁ ମାଟି କାଢି ରାସ୍ତା ଉପରେ ପକେଇ ଦିଆଯାଉଛି । ଗୋଟିଏ ଦୁଇଟି ମାସ ପରେ ବର୍ଷା ହେଲେ ସେଇ ମାଟି ପୁଣି ଭାସି ଯାଉଛି । 

ପୂର୍ବରୁ ଯେମିତି ରାସ୍ତା ଥିଲା ପୁଣି ସେଇ ଅବସ୍ଥା । ୪ବର୍ଷ ତଳେ ଏକ ରାସ୍ତା ଶଗଡ଼ାରୁ ମକାଗୁଡ଼ା ଯାଏଁ ସଂଯୋଗ କରିବାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଆରମ୍ଭ ହୋଇଥିଲା । ମାତ୍ର ତଲବରାଖୋଜ ଯାଏଁ ଯେଣୁତେଣୁ ୩କିମି ରାସ୍ତା କରି ଅଧାରେ ଛାଡି ଦିଆଗଲା । ଦୁର୍ଗମରେ ଥିବା ଏହି ଗ୍ରାମର ଲୋକେ କହୁଛନ୍ତି ଆମେ ଏହି ଜଙ୍ଗଲ ପାହାଡ଼ ଭିତରେ ରହୁଛୁ । ବାରମ୍ବାର ଲିଖିତ ଭାବେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଆମ ଗାଁ ରାସ୍ତା ନିର୍ମାଣ ନିମନ୍ତେ ଜଣାଉଛି ହେଲେ କେହି ଆମ କଥା ଶୁଣୁନାହାନ୍ତି । ଆମ ଗାଁର କୌଣସି ବ୍ୟକ୍ତି ରୋଗ ଗ୍ରସ୍ତ ହେଲେ ଆମ୍ବୁଲାନ୍ସ ଡାକିଲେ ଆସୁନି । ୧୨କିମି ଦୂର ତଲବରାଖୋଜ ସଡ଼କରେ ଆମ୍ବୁଲାନ୍ସ ରହିଯାଉଛି । ଆମେ ଖଟିଆରେ ରୋଗୀଙ୍କୁ ବୋହି ବୋହି ନେବାକୁ ପଡୁଛି । ସେହିଭଳି ଗର୍ଭବତୀ ମା’ମାନଙ୍କୁ ମଧ୍ୟ ସେମିତି ନେବାକୁ ପଡୁଛି । ଆମେମାନେ ଏକ ଅଭିଶପ୍ତ ଜୀବନଯାପନ କରୁଛୁ । ନିର୍ବାଚନ ଆସିଲେ ନେତା ମାଳମାଳ ଆସୁଛନ୍ତି । ବଡ଼ ବଡ଼ ପ୍ରତିଶ୍ରୁତି ଦେଉଛନ୍ତି । ନିର୍ବାଚନ ସରିଗଲେ ଆଉ ଦେଖାଦେଉ ନାହାନ୍ତି । ଆମେ ଚାଷ ବାସ କରୁଛୁ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ଲାଗି ଆମକୁ ୧୨କିମି ପାହାଡ଼ ରାସ୍ତା ଚାଲି ଚାଲି ବୋହି ନେବାକୁ ପଡୁଛି । ଚାଷ ପରିଶ୍ରମଠାରୁ ଉତ୍ପାଦିତ ସାମଗ୍ରୀ ବୋହି ନେବା କଷ୍ଟ ବଳି ପଡୁଛି । ଶଗଡ଼ା ମୁଖ୍ୟ ସଡକଠାରୁ ନାଗଝରୀ ଦେଇ ମକାଗୁଡ଼ା ପର୍ଯ୍ୟନ୍ତ ୧୨କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯାଇ ପକ୍କା ରାସ୍ତା ନିର୍ମାଣ କରିବା ଲାଗି ବାରମ୍ବାର ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ଫଳ ମିଳିନି । ଆମେ ଏକ ଅପହଂଚ ଅଞ୍ଚଳରେ ରହୁଥିବା ଯୋଗୁଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଆମ ଗାଁ ଗୁଡ଼ିକୁ ରାସ୍ତା କରି ଗ୍ରାମବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବେ ବୋଲି ଆଶା କରୁଥିଲୁ । ହେଲେ ଆଜି ପର୍ଯ୍ୟନ୍ତ କିଛି କଲେନି ଆମକୁ ଠକି ଦେଲେ । ପିଇବାକୁ ପାଣି ନାହିଁ । ପିଲାଙ୍କ ପଢିବାକୁ ସ୍କୁଲ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ । ଆମକୁ ନେତା ଠକିଲେ ତାସହ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଠକିଲେ । ଆମ ପୂର୍ବ ପୁରୁଷ ଯେମିତି ଜୀବନ ଯାପନ କରୁଥିଲେ ଆମେବି ସେମିତି ଜୀବନଯାପନ କରୁଛି । ଆମେ ଆମ ମୌଳିକ ସୁବିଧାରୁ ବଂଚିତ ହୋଇ ଏକ ଅପହଞ୍ଚ ଅଂଚଳରେ ବସବାସ କରିଛୁ ବୋଲି ଅତିଦୁଃଖର ସହିତ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.