ପ୍ରମୂଖ ଖବର
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ

Published By : Harapriya Sethi | July 31, 2025 1:21 PM

କୋକସରା,୩୧/୦୭: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗାରେ ନୂଆ ଧାନ ମଣ୍ଡିକୁ ଚାଷୀଙ୍କ ବିରୋଧ । ଶିଉନି ଗାଁର ଚାଷୀମାନେ ଦୀର୍ଘବର୍ଷ ହେଲା ଆମପାଣି ନିୟନ୍ତ୍ରିତ ବଜାର କମିଟି ମଣ୍ଡିରେ ଧାନ ବିକ୍ରି କରି ଆସୁଛନ୍ତି। ହେଲେ ରାଜସ୍ୱ ବିଭାଗ ପକ୍ଷରୁ ଆସନ୍ତା ଖରିଫ ଋତୁଠାରୁ ଶିଉନି ଗାଁର ଚାଷୀଙ୍କୁ ବରାଡ଼ଙ୍ଗା ଗାଁରେ ହେବାକୁ ଥିବା ନୂତନ ମଣ୍ଡିରେ ଧାନ ବିକ୍ରି କହଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଗୁରୁବାର ବରାଡ଼ଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗଙ୍କ ନେତୃତ୍ୱରେ ଶିଉନି ଗାଁର ଚାଷୀମାନେ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।  ନୂତନ ମଣ୍ଡିରେ ଧାନ ବିକ୍ରି ପାଇଁ ପରିବହନ ବ୍ୟବସ୍ଥା ଠିକ୍ ନାହିଁ । ଆମପାଣି ଠାରୁ ନୂତନ ମଣ୍ଡିର ଦୂରତା ବେଶୀ ରହୁଛି । ନୂଆ ମଣ୍ଡିରେ ଚାଷୀଙ୍କ ଧାନ ସୁରକ୍ଷିତ ରହିବ ନାହିଁ ଏବଂ ଆନୁସଙ୍ଗିକ ଭିତ୍ତିଭୂମି ନାହିଁ ବୋଲି ଏକ ଲିଖିତ ଦାବିପତ୍ର ଦେଇଛନ୍ତି । ଏହା ସହ ପୁର୍ଭଭଳି ଆମପାଣି ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ମଣ୍ଟୁ ଧଙ୍ଗଡା ମାଝୀ ,ସୁବାଷ ବେହେରା, ଗୋବିନ୍ଦ ମାଝୀ, ହିମାଞ୍ଚଳ ପୁଝାରୀ, କାର୍ତ୍ତିକ ରାଉତ , ଦେବାନନ୍ଦ ରାଉତ, ମୋହନ ରାଉତ, ଜଗନ୍ନାଥ ପୁଝାରୀ, ନରେନ୍ଦ୍ର ଧଙ୍ଗଡା ମାଝୀ, ସମନ୍ତ ପଣ୍ଡା, ପରମେଶ୍ବର ଧଙ୍ଗଡା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ ଏହା ଉପରେ ତଦନ୍ତ କରି ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.