କଟକ, ୧୦/୦୪ : ୟୁଟ୍ୟୁବର ତପି ମିଶ୍ର-ବନସ୍ମିତା ପତି ବିବାଦ ମାମଲା। ତପି ମିଶ୍ରଙ୍କ ପାଇଁ ଲାଗୁ ହେଲା ଅନ୍ତରୀଣ ଅଙ୍କୁଶ। ବନସ୍ମିତାଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଶିବ ତାଣ୍ଡବ ଲେଖାକୁ ବ୍ୟବହାର କରିପାରିବେନି ତପି ମିଶ୍ର। ହାଇକୋର୍ଟଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା।
୨୦୨୩ ମସିହା ଅକ୍ଟୋବରରେ, ଲେଖିକା ବନସ୍ମିତା ପତିଙ୍କ ଅଗ୍ନିପରୀକ୍ଷା ପୁସ୍ତକରେ ସଂସ୍କୃତ ଭାଷାରେ ଥିବା ‘ଶିବ ତାଣ୍ଡବ’ର ଓଡି଼ଆ ଅନୁବାଦ ପ୍ରକାଶିତ ହୋଇଥିଲା। କିନ୍ତୁ ଲେଖିକାଙ୍କଠାରୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ (ଏନଓସି) ନନେଇ ତପି ମିଶ୍ର ସାମାଜିକ ଗଣମାଧ୍ୟମରେ ନିଜ ନାଁରେ ରିଲିଜ୍ କରିଥିଲେ। ଏହାକୁ ତୀବ୍ର ନିନ୍ଦା କରିବା ସହ ଲେଖିକା ଜଣକ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ଗତମାସ ୨୭ ତାରିଖରେ ଇନ୍ଫୋସିଟି ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରି ତପିଙ୍କ ବିରୋଧରେ କପି ରାଇଟ୍ ଆଇନ୍-୧୯୫୭ର ସେକ୍ସନ ୬୩ ଲଗାଇଥିଲା । ବନସ୍ମିତା ଥାନାକୁ ଯିବା ଶୁଣି ତପି ଆହୁରି ରାଗିଯାଇଥିଲେ। ନିଜ ଫେସ୍ବୁକ୍ ଆକାଉଣ୍ଟରୁ ଲାଇଭ୍ରେ ଆସି ମନକୁ ଯାହା ଆସିଲା ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ବନସ୍ମିତାଙ୍କ ଚରିତ୍ର ସଂହାର କରିଥିଲେ । ଏମିତିକି ତାଙ୍କୁ ମାଡ଼ ମାରିବାକୁ ଧମକ ମଧ୍ୟ ଦେଇଥିଲେ । ଏହାପରେ ବନସ୍ମିତା ଥାନାରେ ଆଉ ଏକ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ନୂଆପଲ୍ଲୀ ଆଇଆର୍ସି ଭିଲେଜର ଏକ ଆପାର୍ଟମେଣ୍ଟର ଫ୍ଲାଟ୍ ନଂ ୧୦୧ରୁ ତପିଙ୍କୁ ଉଠାଇ ଆଣିଥିଲା ।
ଏହି ଖବରଟିକୁ ପଢନ୍ତୁ-ଗିରଫ ହେବା ପରେ ବି ଭାଙ୍ଗିନି ତପିଙ୍କ ତୋଡ଼, କହିଲେ "ଧର୍ମ ପାଇଁ ଲଢ଼ିକି ଯାଉଛି, ଫେରିଲେ ଆହୁରି ଶିବ ତାଣ୍ଡବ ଗାଇବି"