ନୂଆଦିଲ୍ଲୀ, ୨୩ /୫: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିତାମାତାଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ୍ । ଆପ୍ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣାରେ ଆଜି ଦିଲ୍ଲୀ ପୋଲିସ ତାଙ୍କୁ ପଚରାଉଚରା କରିବ । ଏଥି ନିମନ୍ତେ ସିଏମ୍ ହାଉସ୍ରେ ତାଙ୍କୁ ପୂର୍ବାହ୍ନ ୧୧ଟା୩୦ ମିନିଟ୍ର ସମୟ ଦିଆଯାଇଥିବା ସୂଚନା ମିଳିଛି ।
ପ୍ରକାଶ ଥାଉକି, ଗତ ୧୩ ତାରିଖରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ କେଜ୍ରିୱାଲଙ୍କ ସରକାରୀ ବାସଭବନକୁ ଯାଇଥିଲେ। ସେଠାରେ କେଜ୍ରିୱାଲଙ୍କ ପିଏ ବୈଭବ କୁମାର ତାଙ୍କୁ ଆକ୍ରମଣ ନେଇ ସ୍ୱାତୀ ମାଲିୱାଲ ଅଭିଯୋଗ କରିଥିଲେ। ଏନେଇ ଦିଲ୍ଲୀ ପଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ବୈଭବ କୁମାରଙ୍କୁ ଗିରଫ କରିଛି। ତେବେ ଘଟଣା ସମୟରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପିତାମାତା ଥିବାରୁ ଦିଲ୍ଲୀ ପୋଲିସ ଆଜି ସେମାନଙ୍କୁ ପଚରାଉଚରା କରିବ ବୋଲି ଜଣାପଡିଛି।