ଚନ୍ଦାହାଣ୍ଡି, ୨୪।୧୨ : ଚନ୍ଦାହାଣ୍ଡି ସ୍ଥିତ ପାନାବେଡା ଜୁନିଅର ମହାବିଦ୍ୟାଳୟର ଜନୈକ ଛାତ୍ରୀଙ୍କ ମୃତ ଦେହ ଏକ ଭଡା ଘରୁ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ମାଝୀଗୁଡା ଗ୍ରାମର ଚଲାଣ।
କଳାହାଣ୍ଡି ଜିଲ୍ଲା ମାଝୀଗୁଡା ଗ୍ରାମର ଛାତ୍ରୀ ଚାଲାଣ ଚନ୍ଦାହାଣ୍ଡି ସ୍ଥିତ ପାନାବେଡା ଜୁନିଅର ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ କଳା ବିଭାଗ ରେ ଅଧୟନ କରୁଥିଲେ। ସେ ନିଜର ତିନି ଜଣ ସାଙ୍ଗ ଙ୍କ ସହ ଚନ୍ଦାହାଣ୍ଡି ରେ ଭଡାରେ ରହି ପଢୁଥିଲେ। ଗତକାଲି ସେମାନେ ରାତି ପ୍ରାୟ ୧୧ଟା ସମୟରେ ଶୋଇ ପଡ଼ିଥିଲେ। ସକାଳୁ ତିନି ଜଣ ଝିଅ ଶୋଇ ଉଠିଥିବା ବେଳେ ଚାଲାଣ ଉଠି ନଥିଲେ। ସେମାନେ ତାଙ୍କୁ ଉଠେଇବା ବେଳେ ସେ କୌଣସି ଜବାବ ନଦେବାରୁ ସେମାନେ ଭୟଭୀତ ହୋଇ ସାହି ପଡିଶାକୁ ଖବର ଦେଇଥିଲେ। ଖବର ପାଇ ସମାଜସେବୀ କ୍ଷେମରାଜ ବାଘ, ପ୍ରତାପ ଚନ୍ଦ୍ର ବାଘ ଘଟଣା ସ୍ଥଳ କୁ ଆସି ଆମ୍ବୁଲାନ୍ସ ଯୋଗେ ଚନ୍ଦାହାଣ୍ଡି ସି ଏଇଚ ସି ରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖବର ପାଇ ରେଡ କ୍ରସ ପାଣ୍ଠି ରୁ ତାଙ୍କ ପରିବାର କୁ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ।