ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଏହି ଦିନ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ସାବଧାନ ରହୁନ୍ତୁ ୩ ରାଶିର ବ୍ୟକ୍ତି ବିଶେଷ

Published By : prameya | March 6, 2025 3:21 PM

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟପରାଗର ରହିଛି ବିଶେଷ ମହତ୍ତ୍ୱ  । ୨୦୨୫ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୯ ମାର୍ଚ୍ଚ ଶନିବାର ଦିନ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨ଟା ୨୦ ମିନିଟରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୧୬ମିନିଟରେ ଶେଷ ହେବ । ଏହି ପରାଗ ମୋଟ ଅବଧି ୦୩ ଘଣ୍ଟା ୫୩ ମିନିଟ୍ ରହିବ । ବର୍ଷର ଏହି ପ୍ରଥମ ସୂର୍ଯ୍ୟପରାଗ ମୀନ ରାଶି ଏବଂ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ହେବ । ଯଦିଓ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ,ତଥାପି ଏହାର ପ୍ରଭାବ ଆଗାମୀ ୩ ମାସ ପର୍ଯ୍ୟନ୍ତ ଅନେକ ରାଶି ଉପରେ ଅନୁଭୂତ ହୋଇପାରେ । ଏହି ସୂର୍ଯ୍ୟପରାଗ ପରେ କିଛି ରାଶିଙ୍କୁ ବିଶେଷ ସତର୍କ ରହିବାକୁ ପଡିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଏହି ସୂର୍ଯ୍ୟ ପରାଗର ପ୍ରଭାବ ପଡ଼ିବ । 

ମେଷ ରାଶି: ସୂର୍ଯ୍ୟପରାଗ ଯୋଗୁଁ ମେଷ ରାଶିର ଲୋକମାନେ ଆର୍ଥିକ କ୍ଷତି ସହିପାରନ୍ତି । ଏହି ସମୟରେ ଯେକୌଣସି ପ୍ରକାରର ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ଆବଶ୍ୟକ । ବ୍ୟବସାୟରେ କାରବାର କରିବା ସମୟରେ ସତର୍କ ରୁହନ୍ତୁ । କାହା ପ୍ରଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ନଚେତ୍ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ । 


କର୍କଟ ରାଶି: କର୍କଟ ରାଶିର ବ୍ୟକ୍ତିମାନଙ୍କୁ ୨୯ ମାର୍ଚ୍ଚ ପର ଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ନିଜ କ୍ୟାରିଅର ପ୍ରତି ବହୁତ ସତର୍କ ରହିବାକୁ ପଡିବ । ଏହି ସମୟରେ କୌଣସି ବି ପ୍ରକାରର ଅସାବଧାନତା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଆପଣଙ୍କର ଏକ ଛୋଟ ଭୁଲ ମଧ୍ୟ ଆପଣଙ୍କୁ ବହୁତ ମହଙ୍ଗା ପଡ଼ିବ ଏବଂ ଆପଣଙ୍କ ଚାକିରି ମଧ୍ୟ ବିପଦରେ ପଡ଼ିପାରେ । 


ମୀନ ରାଶି: ବର୍ଷର ପ୍ରଥମ ସୂର୍ଯ୍ୟପରାଗ ମୀନ ରାଶିରେ ହେଉଛି। ତେଣୁ ଏହି ସମୟରେ ମୀନ ରାଶିର ଲୋକଙ୍କୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡ଼ିପାରେ । କୌଣସି ପ୍ରକାରର ଚାପକୁ ନିଜ ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ନାହିଁ ଏବଂ ଧର୍ଯ୍ୟର ସହିତ ନିଜର କାର୍ଯ୍ୟ ଗୁଡ଼ିକୁ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ । ପରିବାରରେ ଦ୍ୱନ୍ଦ୍ୱ ହେତୁ ଆପଣ ଚାପ ମଧ୍ୟ ଅନୁଭବ କରିପାରନ୍ତି । ଶାନ୍ତ ରୁହନ୍ତୁ ଏବଂ ବିବାଦର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.