ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ହୋଲିରେ କନ୍ୟା ରାଶିରେ ଲାଗିବ ଚନ୍ଦ୍ରଗ୍ରହଣ, ଏହି ୪ ରାଶି ଉପରେ ପଡ଼ିବ ଅଶୁଭ ପ୍ରଭାବ

Published By : Harapriya Sethi | March 7, 2025 2:57 PM

ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖରେ କନ୍ୟା ରାଶିରେ ହେବାକୁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଏହି ଦିନ ଦୋଳ ପୂର୍ଣ୍ଣିମା ମଧ୍ୟ ପଡ଼ୁଛି । ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦେଖିବାକୁ ମିଳିବ ନାହିଁ । ତେଣୁ ଏହାର କୌଣସି ଧାର୍ମିକ ପ୍ରଭାବ ବଡ଼ିବ ନାହିଁ । ପରନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବର୍ଷର ଏହି ପ୍ରଥମ ଚନ୍ଦ୍ରଗ୍ରହଣ ସମସ୍ତ ରାଶିଉପରେ ପ୍ରଭାବ ପକାଇବ । ଗ୍ରହଣ ଲାଗିବା ସମୟରେ ଚନ୍ଦ୍ର କନ୍ୟା ରାଶିରେ ରହିବେ । କନ୍ୟା ରାଶିରେ ପୂର୍ବରୁ କେତୁ ବିରାଜମାନ ହୋଇ ରହିଛନ୍ତି । 

କନ୍ୟା ରାଶିରେ କେତୁ ଏବଂ ଚନ୍ଦ୍ରଙ୍କ ସଂଯୋଗରୁ ଚନ୍ଦ୍ରଗ୍ରହଣ ହେବ । ଏହି ଗ୍ରହଣ ଲାଗିବାରୁ କିଛି ରାଶିର ବ୍ୟକ୍ତିଙ୍କୁ ମାନସିକ ଚିନ୍ତା ଭୋଗିବାକୁ ପଡ଼ିପାରେ । କେବଳ ସେତିକି ନୁହେଁ, ଜୀବନରେ ଉତ୍ଥାନ-ପତନର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ । ତେବେ ହୋଲିରେ କନ୍ୟା ରାଶିରେ ଚନ୍ଦ୍ରଗ୍ରହଣ ଲାଗିବାର ସମୟ ଏବଂ କେଉଁ କେଉଁ ରାଶି ଉପରେ ଏହାର ଅଶୁଭ ପ୍ରଭାବ ପଡ଼ିବ, ଆସନ୍ତୁ ସେ ବିଷୟରେ ଜାଣିବା ।

ଚନ୍ଦ୍ରଗ୍ରହଣର ସମୟ- ଭାରତୀୟ ସମୟ ଅନୁସାରେ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ ତାରିଖ ସକାଳ ୯ଟା ୨୯ ମିନିଟରେ ଆରମ୍ଭ ହୋଇ ଅପରାହ୍ନ ୩ଟା ୨୯ ମିନିଟରେ ସମାପ୍ତ ହେବ ।

ମେଷ ରାଶି-

ମେଶ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ସଂଘର୍ଷମୟ ହୋଇପାରେ । ମାନସିକ ଅବସାଦ ସହ ଆର୍ଥିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ । ଯଦି କୌଣସି ମହତ୍ତ୍ୱପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ନେବାକୁ ପଡ଼ୁଛି, ତେବେ ବର୍ତ୍ତମାନ ତାଠାରୁ ଦୂରେଇ ରୁହନ୍ତୁ । କୌଣସି ନୂତନ କାମର ଆରମ୍ଭ କରନ୍ତୁ ନାହିଁ । 

କର୍କଟ ରାଶି-

କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅଶୁଭ ସାବ୍ୟସ୍ତ ହେବ । କାରଣ କର୍କଟ ରାଶିର ସ୍ୱାମୀ ହେଉଛନ୍ତି ଚନ୍ଦ୍ର । ତେଣୁ କର୍କଟ ରାଶିର ବ୍ୟକ୍ତିଙ୍କୁ ଏହି ସମୟରେ ଆର୍ଥିକ, ମାନସିକ ଏବଂ ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ।

ତୁଳା ରାଶି- 

ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଭାବନାତ୍ମକ ଉତ୍ଥାନ-ପତନରେ ପରିପୂର୍ଣ୍ଣ ହୋଇ ରହିପାରେ । ଆପଣ କୌଣସି ନିସ୍ପତ୍ତି ନେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସବୁ ସମୟରେ ମନ ବିଚଳିତ ରହିବ । କୌଣସି ବିଷୟକୁ ନେଇ ମନରେ ଭୟ ସୃଷ୍ଟି ହେବ । ତେଣୁ ଏହି ସମୟରେ ଧୈର୍ଯ୍ୟର ସହ କାମ କରନ୍ତୁ । 

କନ୍ୟା ରାଶି- 

ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ କନ୍ୟା ରାଶିରେ ହିଁ ହେବ । ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ଏହି ସମୟରେ କୌଣସି ପ୍ରକାରର ରିସ୍କ ନିଅନ୍ତୁ ନାହିଁ ଏବଂ ସବୁବେଳେ ସତର୍କ ରୁହନ୍ତୁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.