ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ରାଶି ପରିବର୍ତ୍ତନ କରିବେ ରାହୁ ଏବଂ କେତୁ, ସବୁ ରାଶି ବ୍ୟକ୍ତିଙ୍କ ପାଇଁ ହେବ ଘାତକ, ଜାଣନ୍ତୁ କିପରି ପାଇବେ ମୁକ୍ତି...

Published By : Harapriya Sethi | March 6, 2025 11:30 AM

ହିନ୍ଦୁ ଧର୍ମରେ ରାହୁ-କେତୁଙ୍କୁ ଛାୟା ଗ୍ରହ ଭାବରେ ବିବେଚନା କରାଯାଏ । ଏହି ଦୁଇ ଗ୍ରହ ମିଛ ଗ୍ରହ ବୋଲି ମଧ୍ୟ ଜଣାଶୁଣା । ଯେତେବେଳେ ଏହି ଗ୍ରହ କୌଣସି ରାଶିରେ ପ୍ରବେଶ କରନ୍ତି, ସେହି ରାଶିର ବ୍ୟକ୍ତିଙ୍କ ଜୀବନରେ ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି । ଯେକୌଣସି ରାଶିରେ ଏହି ଦୁଇ ଗ୍ରହଙ୍କ ଉପସ୍ଥିତି ଜୀବନରେ ବିନାଶ ଆଣି ଦେଇଥାଏ । ତେଣୁ ରାଶିରେ ଏହି ଦୁଇ ଗ୍ରହ ପ୍ରବେଶ କରିବା ବିଷୟରେ ଶୁଣିବା ମାତ୍ରେ ଲୋକମାନେ ଥରି ଉଠନ୍ତି । ଏହି ଦୁଇ ରାଶିଙ୍କ ଖରାପ ନଜର ଜଣେ ରାଜାଙ୍କୁ ଗରିବ କରିଦେଇ ପାରେ ଏବଂ ଭଲ ଦୃଷ୍ଟି ଲୋକଙ୍କ ଜୀବନରେ ଖୁସି ଆଣି ଦେଇଥାଏ । ଶନି ଦେବଙ୍କ ପରେ ରାହୁ ଏବଂ କେତୁ ସବୁଠାରୁ ଧୀର ଗତିରେ ଯେକୌଣସି ରାଶିରେ ପ୍ରବେଶ କରନ୍ତି । ଏହି ଦୁଇ ରାଶି ଯେକୌଣସି ରାଶିରେ ପ୍ରବେଶ କରିବା ପରେ ଦେଢ଼ ବର୍ଷ ଯାଏଁ ରହିଥାନ୍ତି । ଏହି ସମୟ ଅବଧି ମଧ୍ୟରେ ଏହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିଯାଏ । 

ମେ ୧୮ ତାରିଖରେ ରାହୁ ଏବଂ କେତୁ କରିବେ ରାଶି ପରିବର୍ତ୍ତନ-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମେ ୧୮ ତାରିଖରେ ରାହୁ ମୀନ ରାଶି ଛାଡି କୁମ୍ଭ ରାଶିରେ ପ୍ରବେଶ କରିବେ । ସେହିପରି କେତୁ କନ୍ୟା ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ । ରାହୁ ଏବଂ କେତୁଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଏହାର ଭଲ ଏବଂ ଖରାପ ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ । ଏହି ସମୟ ମଧ୍ୟରେ ଜୀବନରେ ଉତ୍ଥାନ-ପତନ ଦେଖିବାକୁ ମିଳିବ। ତଥାପି ଏହାର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଉପଚାର ଦିଆଯାଇଛି । ଯାହା ସମସ୍ତ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ ।

ରାହୁଙ୍କ ପ୍ରଭାବ-

ରାହୁ କୁମ୍ଭ ରାଶିରେ ପ୍ରବେଶ କରିବା ଫଳରେ ସମସ୍ତ ରାଶିରେ ଉତ୍ଥାନ- ପତନ ଲାଗି ରହିବ । ଏହି ସମୟରେ ସମ୍ପର୍କକେ ତିକ୍ତତା ଦେଖାଦେବ । ବୈବାହିକ ଜୀବନରେ କଳହ ସୃଷ୍ଟି ହେବ । କ୍ୟାରିୟର୍‌ରେ ଅସଫଳ ହେବେ । ଏଭଳି ସ୍ଥିତିରେ ମନକୁ ଶାନ୍ତ ରଖି ଚତୁରତାର ସହ କାମ କଲେ, ସମସ୍ତ ସମସ୍ୟାର ସମାଧାନ କରିପାରିବେ । ଯେକୌଣସି ପରିସ୍ଥିତିରେ ଭାବିଚିନ୍ତି ନିଷ୍ପତ୍ତି ନେବା ଠିକ୍ ହେବ । ମାନସିକ ଚାପ ମଧ୍ୟ ବୃଦ୍ଧି ପାଇବ । କିନ୍ତୁ ଆପଣଙ୍କୁ ଏହି ସମୟରେ ଆତ୍ମବିଶ୍ୱାସ ବଜାୟ ରଖିବାକୁ ପଡିବ।

କେତୁଙ୍କ ପ୍ରଭାବ-

କେତୁ କନ୍ୟା ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ । କେତୁଙ୍କ ଏହି ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶିମାନଙ୍କ ଉପରେ ଦେଖିବାକୁ ମିଳିବ । ଏହି ସମୟରେ କିଛି ରାଶିର ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । କିନ୍ତୁ କିଛି ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ। ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ତେଣୁ ନିୟମିତ ବ୍ୟାୟାମ କରନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ଅର୍ଥ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ତେଣୁ ଏହି ସମୟରେ ଶାନ୍ତି ଏବଂ ଧର୍ଯ୍ୟ ବଜାୟ ରଖନ୍ତୁ।

ପ୍ରତିକାର-

ରାହୁ ଏବଂ କେତୁଙ୍କ କୁପ୍ରଭାବରୁ ବଞ୍ଚିବା ପାଇଁ ତମ୍ୱା, ଲୁହା, ହଳଦିଆ ବସ୍ତ୍ର, ନଡ଼ିଆ, ଖାଦ୍ୟ ପଦାର୍ଥ ଏବଂ କମ୍ୱଳ ଇତ୍ୟାଦି ଦାନ କରିବା ଉଚିତ୍‌। ଏହାଛଡ଼ା ରାହୁ ଏବଂ କେତୁଙ୍କ ମନ୍ତ୍ର ଜପ କରନ୍ତୁ । ଏହି ସମୟ ଅବଧିରେ ସମସ୍ତ ରାଶିର ବ୍ୟକ୍ତି ଭଗବାନ ଶିବଙ୍କ ପୂଜା କରିବା ଉଚିତ୍‌ । ମହାଦେବଙ୍କ କୃପାରୁ ରାହୁ ଏବଂ କେତୁଙ୍କ କୁଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ ନାହିଁ । ଏହା ସହ ସମସ୍ତ ପ୍ରକାରର ବିପଦରୁ ମଧ୍ୟ ମୁକ୍ତି ପାଇବେ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.