ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଫାଲଗୁନ ପୂର୍ଣ୍ଣିମାରେ ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ କରନ୍ତୁ ଏହି ସବୁ ଉପାୟ , ମିଳିବ ଆଶୀର୍ବାଦ

Published By : prameya | March 5, 2025 2:48 PM

ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥି ପବିତ୍ର ବୋଲି ବିବେଚନା କରାଯାଏ । ବର୍ଷକୁ ୧୨ଟି ପୂର୍ଣ୍ଣମା ପଡ଼ିଥାଏ। ସେହିପରି ମାସକୁ ଗୋଟିଏ ପୂର୍ଣ୍ଣମା ତିଥି ପଡ଼ିଥାଏ । ଧାର୍ମିକ ମାନ୍ୟତା ଅନୁସାରେ, ଫାଲଗୁନ ପୂର୍ଣ୍ଣିମାରେ ସ୍ନାନ ଦାନ କରିବା ଦ୍ବାରା ପୂଣ୍ୟ ମିଳିଥାଏ। ଏଥିସହ ଫାଲଗୁନ ପୂର୍ଣ୍ଣିମା ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି କରିବା ପାଇଁ ମଧ୍ୟ ବେଶ୍ ଲାଭକାରୀ ମନାଯାଏ। 

ଶାସ୍ତ୍ର ଅନୁସାରେ , ଫାଲଗୁନ ପୂର୍ଣ୍ଣିମା ଦିନ ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ଏବଂ ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ବିଶେଷ ଉପାୟ ରହିଛି। ମାନ୍ୟତା ରହିଛି ଯେ, ଫାଲଗୁନ ପୂର୍ଣ୍ଣିମା ଦିନ ଏହି ଉପାୟ କରିବା ଦ୍ବାରା ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ହୋଇଥାଏ । ଏଥିସହ ପିତୃ ପୁରୁଷ ପ୍ରସନ୍ନ ହୋଇ  ଆଶୀର୍ବାଦ ପ୍ରଦାନ କରିଥାନ୍ତି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ , ଫାଲଗୁନ ମାସର ଶୁକ୍ଳ ପକ୍ଷ  ପୂର୍ଣ୍ଣିମା ତିଥିର ଆରମ୍ଭ ୧୩ ମାର୍ଚ୍ଚ ସକାଳ ୧୦ ଟା ୩୫ ମିନିଟରୁ ଆରମ୍ଭ ହୋଇ ୧୪ ମାର୍ଚ୍ଚ ୧୨ଟା ୨୩ ମିନିଟରେ ଶେଷ ହେବ।

ଏହା ମଧ୍ୟ ପଢନ୍ତୁ- ଏପ୍ରିଲ ପହିଲାରୁ ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ, ବୁଧ କରିବେ ଗୋଚର

ଫାଲଗୁନ ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ଘରର ଦକ୍ଷିଣ ଦିଗରେ ଚୌମୁଖୀ ଦୀପ ଜାଳିବା ଉଚିତ୍  । ଏହାପରେ ପିତୃ ପୁରୁଷ ସ୍ତୋତ୍ର ପଢିବା ଆବଶ୍ୟକ । ମାନ୍ୟତା ରହିଛି ଯେ, ଏହି ଉପାୟ କରିବା ଦ୍ବାରା ପିତୃ ପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ଓ ପିତୃ ପୁରୁଷ ପ୍ରସନ୍ନ ହୋଇ ଆଶୀର୍ବାଦ କରିଥାନ୍ତି।  ସେହିପପି ଫାଲଗୁନ ପୂର୍ଣ୍ଣିମା ଦିନ ଭୋଜନ ଦାନ କରିବା ଶୁଭ ହୋଇଥାଏ। ଏହା ବ୍ୟତୀତ କିଛି ଗାଈ, କୁକୁର ଓ କାଉଙ୍କ ରୁଟି ଖାଇବାକୁ ଦେବ ଉଚିତ୍ । ସେହିପରି ଏହି ଦିନ ଗଙ୍ଗା ବ୍ୟତୀତ ଅନ୍ୟ କୌଣସି ପବିତ୍ର ନଦୀରେ ସ୍ନାନ କରି ପିତୃ ପୁରୁଷଙ୍କ  ତର୍ପଣ ଅବଶ୍ୟ କରିବା ଉଚିତ । ବିଶ୍ବାସ ରହିଛି ଯେ ଏଭଳି କରିବା ଦ୍ବାରା ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ହୋଇଥାଏ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.