ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଜବରଦଖଲରେ ଥିବା ବଡବଡିଆ ଓ ପ୍ରଭାବଶାଳୀଙ୍କ କୋଠା ଘର ଉଚ୍ଛେଦ ହେବ : ସୁରେଶ ପୂଜାରୀ

ସମ୍ବଲପୁର, ୧୭/୦୭ : ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଗସ୍ତ କରି ଗୁଡେଶ୍ଵର ବାବା ମନ୍ଦିର ରାସ୍ତାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଛନ୍ତି। ନିଜେ ଗଛ ଲଗାଇବା ସହ ସେ ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି। ସାଢେ ଚାରି କୋଟି ଓଡ଼ିଆ ଯଦି ଗୋଟେ ଗୋଟେ ଗଛ ଲଗାଇବେ ତେବେ ଓଡ଼ିଶାରେ ଏକା ସାଙ୍ଗରେ ସାଢେ ୪କୋଟି ଗଛ ଲାଗି ପାରିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଜବରଦଖଲକାରୀଙ୍କୁ ଛଡାଯିବ ନାହିଁ। ଘରଟିଏ ପାଇଁ ଝୋପଡି କରି ୪ ଡେସିମିଲ ଜମି ରଖିଥିବା ଗରିବ ଅପେକ୍ଷା ଏଥର ପ୍ରଭାବଶାଳୀଙ୍କ ଜବରଦଖଲ ଉଚ୍ଛେଦ କରାଯିବ। ଏହା ସହ ପ୍ରଭାବଶାଳୀ ଯେଉଁ ଜଙ୍ଗଲ, ଜମି ଓ ଜଳ ମାଡି ବସିଛନ୍ତି ତାହା ଉଚ୍ଛେଦ ହେବ। ଏହା ସହ ବେଆଇନ ଆଶ୍ ଡମ୍ପିଂ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ମନ୍ତ୍ରୀ କହିଛନ୍ତି। ଯେଉଁ ଶିଳ୍ପାନୁଷ୍ଠାନ ଜାଗା ଜମି ମାଡିବସିଛନ୍ତି ତାହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୁରେଶ କହିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.