ନୂଆଦିଲ୍ଲୀ,୧୦/୦୨: କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗର ଜେଲ୍ ଗୁଡ଼ିକରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଥିଲା। ଏହି ପ୍ରସଙ୍ଗଟି ହେଲା ରାଜ୍ୟ କାରାଗାରରେ ଥିବା ମହିଳା କଏଦୀମାନଙ୍କ ଗର୍ଭଧାରଣ। ବଙ୍ଗଳାର ଅନେକ ଜେଲରେ ପ୍ରାୟ ୧୯୬ ପିଲା ଜନ୍ମଗ୍ରହଣ କରିଛନ୍ତି। ଜେଲ ସଂସ୍କାର ସହିତ ଜଡ଼ିତ ଏକ ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରି କଲିକତା ହାଇକୋର୍ଟଙ୍କୁ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟ ଏହା ଉପରେ ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ ନିଜଆଡ଼ୁ ଘଟଣାକୁ ନେଇ ହସ୍ତକ୍ଷେପ କରିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ ସଞ୍ଜୟ କାରୋଲ ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପିଠ ସମସ୍ତ ରାଜ୍ୟକୁ ତୁରନ୍ତ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭାରତୀୟ ଜେଲ ଗୁଡ଼ିକରେ ସୁଧାର ପାଇଁ ହେଉଛି ଶୁଣାଣି:
ସୂଚନାଯୋଗ୍ୟ ଯେ, ଜଷ୍ଟିସ ଅମାନୁଲ୍ଲାଙ୍କ ଖଣ୍ଡପିଠ ଏକ ଜନହିତ ଆବେଦନଉପରେ ଶୁଣାଣି କରିଛନ୍ତି, ଯାହାର ଉଦ୍ଦେଶ୍ୟ ଭାରତୀୟ ଜେଲରେ ବର୍ଦ୍ଧିତ କଏଦୀଙ୍କ ଭିଡ଼ ସମସ୍ୟାର ମୁକାବିଲା କରିବା। ଏହା ଉପରେ ସୁପ୍ରିମକୋର୍ଟ ଗତ ମାସରେ ନିର୍ଦ୍ଦେଶ ଜାରି କରି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହା ମଧ୍ୟ ଜେଲରେ ଥିବା ଭିତ୍ତିଭୂମିର ମୂଲ୍ୟାଙ୍କନ କରିବା ଏବଂ ୨୦୧୬ ର ମଡେଲ ଜେଲ ମାନୁଆଲ ଅନୁଯାୟୀ ଅତିରିକ୍ତ ସୁବିଧାଗୁଡ଼ିକର ଆବଶ୍ୟକତା ନିର୍ଣ୍ଣୟ କରିବା ପାଇଁ ଜିଲ୍ଲା ସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଫେବୃଆରୀ ୮ ତାରିଖ ଗୁରୁବାର ଦିନ ପଶ୍ଚିମବଙ୍ଗ ଜେଲରେ ମହିଳା କଏଦୀଙ୍କ ଗର୍ଭଧାରଣ ପ୍ରସଙ୍ଗ ହାଇକୋର୍ଟରେ ଉଠିଥିଲା। ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଗୌରବ ଅଗ୍ରଓ୍ବାଲଙ୍କୁ ଜେଲ୍ରେ ଭିଡ଼ଭାଡ଼ ସମ୍ବନ୍ଧୀୟ ଜନହିତ ଆବେଦନ ସମ୍ପର୍କରେ ଆମିକସ୍ କ୍ୟୁରେ ଭାବେ ନିଯୁକ୍ତ କରାଯାଇଥିଲା। ଏମାଇକସ୍ କ୍ୟୁରେ ଏହାର ମୁକାବିଲା ପାଇଁ କିଛି ପରାମର୍ଶ ଦେଇଛନ୍ତି।
ପଢ଼ନ୍ତୁ: LACରେ ମୋଦି ସରକାରଙ୍କ ବଡ଼ ପଦକ୍ଷେପ, ଥୋଇଜ ଏୟାରବେସ୍ରେ ତିଆରି ଚାଲିଛି ଟର୍ମିନାଲ ଭବନ
ଆମିକସ୍ କ୍ୟୁରୀ କେଉଁ ପରାମର୍ଶ ଦେଲେ?
ମହିଳାଙ୍କ ଜେଲରେ ପୁରୁଷ କର୍ମଚାରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି। ସମସ୍ତ ଜିଲ୍ଲା ବିଚାରପତିଙ୍କୁ ନିଜ ଅଧୀନରେ ଥିବା ସୁଧାର ଗୃହ ପରିଦର୍ଶନ କରିବାକୁ କୁହାଯାଇଛି। ଯାହା ଦ୍ବାରା ଏହା ଜଣାପଡ଼ିପାରିବ ଯେ ସୁଧାର ଗୃହରେ କେତେ ମହିଳା କଏଦୀ ଗର୍ଭବତୀ ହୋଇଛନ୍ତି। ସୁଧାର ଗୃହକୁ ପଠାିବା ପୂର୍ବରୁ ସବୁ ମହିଳା କଏଦୀଙ୍କ ଗର୍ଭଧାରଣ ପରୀକ୍ଷା କରିବା ଉଚିତ୍। ସମସ୍ତ ଜିଲ୍ଲାର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟମାନଙ୍କୁ ମଧ୍ୟ ଏଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କୁହାଯାଇଛି।
ସ୍ଥିତି କେତେ ଗମ୍ଭୀର?
ପରିସ୍ଥିତିର ଗମ୍ଭୀରତାକୁ ସ୍ପଷ୍ଟ କରିବାକୁ ଆମିକସ୍ କ୍ୟୁରି ଏକ ସୁଧାର ଗୃହକୁ ନିକଟରେ ପରିଦର୍ଶନ କରିଥିବା ଦର୍ଶାଇଛନ୍ତି। ଯେଉଁଠାରେ ଜଣେ ଗର୍ଭବତୀ ମହିଳା କଏଦୀଙ୍କ ସହିତ ଅନ୍ୟ ପନ୍ଦର ଜଣ ପିଲା ମଧ୍ୟ ଜେଲରେ ଥିବା ମା’ମାନଙ୍କ ସହିତ ରହୁଥିଲେ। ତା’ପରେ ମାମଲାର ଗମ୍ଭୀରତାକୁ ଗ୍ରହଣ କରି ହାଇକୋର୍ଟ ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ମାମଲା ଉପରେ ତୁରନ୍ତ ଧ୍ୟାନ ଦେବା ଯୋଗ୍ୟ ବୋଲି ବିବେଚନା କରିଥିଲେ। ଫଳସ୍ୱରୂପ, ଖଣ୍ଡପିଠ ଆବେଦନର ଆଗାମୀ ବିଚାରବିମର୍ଶ ପାଇଁ ଅପରାଧିକ ମାମଲାଗୁଡ଼ିକ ପାଇଁ ଦାୟୀ ଡିଭିଜନ୍ ଖଣ୍ଡପିଠକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
You can also read: ହୋମ ଯଜ୍ଞରେ ହାଡ଼ ପକାଇବା ଉଚିତ୍ ନୁହେଁ , ରାମ ମନ୍ଦିରକୁ ନେଇ କଂଗ୍ରେସର ଟିପ୍ପଣୀରେ କମ୍ପିଲେ ଅମିତ ଶାହ