ନୂଆଦିଲ୍ଲୀ,୧୨ /୦୨: ଗୁଗୁଲ ସିଇଓ ସୁନ୍ଦର ପିଚାଇ ପ୍ୟାରିସରେ ପରପ୍ଲେକ୍ସସିଟି ଏଆଇ ସହ ପ୍ରତିଷ୍ଠାତା ଅରବିନ୍ଦ ଶ୍ରୀନିବାସଙ୍କୁ ଭେଟିଛନ୍ତି । ପ୍ୟାରିସରେ ଆୟୋଜିତ ଏଆଇ ସମ୍ମିଳନୀରେ ଦୁଇଜଣଙ୍କର ସାକ୍ଷାତକାର ହୋଇଛି । ଦୁଇ ଚେନ୍ନାଇ ବୟଙ୍କ ଭେଟଗାଟକୁ ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଏ 'ଚେନ୍ନାଇ ବୟ' ଭେଟ୍ କହିଥିବା ବେଳେ କିଏ ଭାରତୀୟ ବଂଶୋଦ୍ଭବ ସିଇଓ ବୋଲି କମେଣ୍ଟରେ କହିଛନ୍ତି ।
ଦୁଇ ହାଇପ୍ରୋଫାଇଲ ଭାରତୀୟ ବଂଶୋଦ୍ଭବଙ୍କର ଏହି ସାକ୍ଷାତକାରକୁ ନେଇ ସୋସିଆଲ ମଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଆଇ ସମ୍ମିଳନୀରେ ଉଭୟ ସୁନ୍ଦର ପିଚାଇ ଓ ଅରବିନ୍ଦ ଶ୍ରୀନିବାସ ପ୍ୟାରିସରେ ସାମିଲ ହୋଇଥିଲେ । ସୋସିଆଲ ମିଡିଆ ଏକ୍ସରେ ପଟୋ ପୋଷ୍ଟ କରି ସୁନ୍ଦର ପିଚାଇଙ୍କ ସହ ସାକ୍ଷାତକାର ନେଇ ଖୁସି ବ୍ୟକ୍ତ କରିଛନ୍ତି ପରପ୍ଲେକ୍ସସିଟି ଏଆଇ ସହ ପ୍ରତିଷ୍ଠାତା ଅରବିନ୍ଦ ଶ୍ରୀନିବାସ । ଉଭୟ ଫର୍ମାଲ ପୋଷାକରେ ନଜର ଆସିଥିଲେ । ଶ୍ରୀନିବାସ ନାଲି ରଙ୍ଗର ଟାଏ ଭିଡିଥିବାବେଳେ ସୁନ୍ଦର ବ୍ଲୁ ଟାଏ ଭିଡିଥିବା ଦେଖିବାକୁ ମିଳିଛି । ମାତ୍ର କିଛି ଘଣ୍ଟା ମଧ୍ୟରେ ପୋଷ୍ଟଟିକୁ ୫ ଲକ୍ଷରୁ ଲୋକ ଦେଖି ବିଭିନ୍ନ କମେଣ୍ଟ ଦେଇଛନ୍ତି ।
ଜଣେ ୟୁଜର୍ସ ଲେଖିଛନ୍ତି, ଦୁଇ ଚେନ୍ନାଇ ବୟ ଏଆଇ ଦୁନିଆରେ ରାଜ କରୁଛନ୍ତି । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଚେନ୍ନାAI ଏକ୍ସପ୍ରେସ୍ । ସେହିପରି ଆଉ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି 'ଚେନ୍ନାଇ ବୟ' । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଚେନ୍ନାଇର ଦୁଇଜଣ ସମଗ୍ର ବିଶ୍ବ ସନ୍ଧାନରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି ।
ସୁନ୍ଦର ପିଚାଇ ଓ ଶ୍ରୀନିବାସ ଦୁହେଁ ଚେନ୍ନାଇବାସିନ୍ଦା । ସୁନ୍ଦର ପିଚାଇଙ୍କ ଜନ୍ମ ମଦୁରାଇରେ । ଚେନ୍ନାଇରେ ତାଙ୍କ ପିଲା ଦିନ କଟିଛି । ଅରବିନ୍ଦ ଶ୍ରୀନିବାସଙ୍କ ଜନ୍ମ ମଧ୍ୟ ଚେନ୍ନାଇରେ । ଉଭୟ ଆଇଆଇଟିରୁ ପାଠ ପଢିଛନ୍ତି । ଶ୍ରୀନିବାସ ମଦୁରାଇରେ ପଢିଥିବାବେଳେ ସୁନ୍ଦର ପିଚାଇ ଆଇଆଇଟି ଖଡଗପୁରରୁ ପଢିଛନ୍ତି ।