ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଟିମ୍ ଇଣ୍ଡିଆରେ ସାମିଲ୍ ହେଲେ ମଧ୍ୟପ୍ରଦେଶର ଶୁଚି ଉପାଧ୍ୟାୟ , ଶ୍ରୀଲଙ୍କା- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ତ୍ରିକୋଣୀୟ ସିରିଜ

Published By : Prameya | April 10, 2025 4:48 PM

ନୂଆଦିଲ୍ଲୀ, ୧୦/୪ :   ତ୍ରିକୋଣୀୟ ସିରିଜ୍ ଲାଗି ଭାରତୀୟ ମହିଳା କ୍ରିକେଟ ଟିମ୍ ଘୋଷଣା। ଭାରତ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୭ଏପ୍ରିଲରୁ ୫ଟିକିଆ ସିରିଜ ଖେଳାଯିବ । ବିସିସିଆଇ ଏହି ସିରିଜ୍ ଲାଗି ମଧ୍ୟପ୍ରଦେଶର ଶୁଚି ଉପାଧ୍ୟାୟଙ୍କୁ ଟିମ୍ ଇଣ୍ଡିଆରେ  ସ୍ଥାନ ଦେଇଛି । ବାମ ହାତୀ ସ୍ପିନର ଶୁଚି କେତେକ ସୁଯୋଗରେ ଭଲ ପ୍ରଦର୍ଶନ କରିସାରିଛନ୍ତି । ସେ ଘରୋଇ କ୍ରିକେଟରେ ଭଲ ପରଫର୍ମ କରିଛନ୍ତି ।

ଶୁଚି ମଧ୍ୟପ୍ରଦେଶର ମଣ୍ଡଳା ଜିଲ୍ଲାରୁ ଅଟନ୍ତି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶୁଚିଙ୍କ ଲାଗି ଏକ୍ସରେ ପୋଷ୍ଟ ବି ସେୟାର କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି କି, ମଣ୍ଡଳା ଜିଲ୍ଲାର ଝିଅ ଶୁଚି ଉପାଧ୍ୟାୟଙ୍କୁ ଭାରତୀୟ ମହିଳା କ୍ରିକେଟ ଟିମରେ ଚୟନ କରାଯାଇଥିବାରୁ ହୃଦୟରୁ ଧନ୍ୟବାଦ । ଏହା ଆମ୍ ସମସ୍ତଙ୍କ ଲାଗି ଆନନ୍ଦର ବିଷୟ ଅଟେ କି ଆପଣ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ତ୍ରିକୋଣୀୟ ସିରିଜରେ ଭାରତୀୟ ଟିମରେ ସାମିଲ୍ ରହିବେ । ଆପଣ ନିଜ ଉତ୍କୃଷ୍ଟ ଖେଳି ମଧ୍ୟପ୍ରଦେଶ ଏବଂ ଦେଶର ନାଁକୁ ଉଜ୍ଜ୍ବଳ କରନ୍ତୁ, ଶୁଭକାମନା ’। 

ସେହିଭଳି ରାଜ୍ୟର ଖେଳ ଏବଂ ଯୁବ କଲ୍ୟାଣ ମନ୍ତ୍ରୀ ବିଶ୍ବାସ ସାରଙ୍ଗ ବି ଶୁଚିଙ୍କୁ ଭିଡ଼ିଓ କଲରେ କଥା ହୋଇ ଶୁଭେଚ୍ଛା ଦେଇଛନ୍ତି । ଖେଳ ମନ୍ତ୍ରୀ ସାରଙ୍ଗ ଶୁଚିଙ୍କ ଉଜ୍ଜ୍ବଳ ଭବିଷ୍ୟତର ଶୁଭକାମନା ଦେଇ କହିଛନ୍ତି କି ଶୁଚିଙ୍କ ଉପଲବ୍ଧି ଯୁବ ଖେଳାଳୀଙ୍କ ଲାଗି ପ୍ରେରଣାର ଉତ୍ସ ଅଟେ । ସାରଙ୍ଗ ଶୁଚିଙ୍କୁ ଶୁଭକାମନା ଦେଇ କହିଛନ୍ତି କି ବାପା, ମା,କୋଚ୍ ରାଜ୍ୟ ଏବଂ ଦେଶର ନାଁକୁ ଉଜ୍ଜ୍ବଳ କର’।  

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.