ନୂଆଦିଲ୍ଲୀ: ଆଇପିଏଲର ୪୭ତମ ମ୍ୟାଚ୍ ରେ ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ୨୧୦ ରନ୍ ର ଟାର୍ଗେଟ ଦେଇଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ହେଉଥିବା ମ୍ୟାଚ୍ ରେ ରାଜସ୍ଥାନ ଟସ୍ ଜିତି ବୋଲିଂ କରିବାକୁ ବାଛିଥିଲା।
ଏହି ମ୍ୟାଚ୍ ରେ ଗୁଜରାଟ ୪ ୱିକେଟ୍ ହରାଇ ୨୦୯ ରନ୍ ସଂଗ୍ରହ କରିଥିଲା। ଶୁଭମନ ଗିଲ ୮୪ ଏବଂ ଜସ୍ ବଟଲର୍ ୫୦ ରନ୍ ହାସଲ କରିଛନ୍ତି। ରାଜସ୍ଥାନ ପକ୍ଷରୁ ମହେଶ ତିକ୍ଷଣା ୨ଟି ୱିକେଟ ନେଇଥିଲେ। ସନ୍ଦୀପ ଶର୍ମା ଏବଂ ଜୋଫ୍ରା ଆର୍ଚରଙ୍କୁ ମଧ୍ୟ ୧-୧ ୱିକେଟ୍ ମିଳିଛି।