ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ବଢ଼ିବ ଆଇପିଏଲ କଳେବର, ଖେଳାଯିବ ୯୪ ମ୍ୟାଚ

Published By : Prameya | April 29, 2025 12:23 PM

ନୂଆଦିଲ୍ଲୀ, ୨୯/୦୪ : ବଢ଼ିବ ଆଇପିଏଲ କଳେବର । ମ୍ୟାଚ୍‌ ସଂଖ୍ୟା ୭୪ରୁ ବୃଦ୍ଧି ହୋଇ ୯୪ ହେବ । ଏ ବିଷୟରେ ସୂଚନା ଦେଇଛନ୍ତି ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୂମାଲ । ବିସିସିଆଇ ଏ ବିଷୟରେ ଯୋଜନା କରୁଛି । ନୂଆ ଗଣମାଧ୍ୟମ ଅଧିକାର ଚକ୍ରରୁ ଏହା ଲାଗୁ ହେବ । ଅର୍ଥାତ ବର୍ତ୍ତମାନର ପ୍ରସାରଣ ଅଧିକାର ପାଇଥିବା ଡିଜନୀ ଷ୍ଟାର ଓ ଭାଏକମ-୧୮ର ଚୁକ୍ତି ୨୦୨୭ରେ ପୂରଣ ହେବ । ୨୦୨୮ରେ ନୂଆ ପ୍ରସାରଣ ଅଧିକାର ପାଇଁ ନିଲାମ ହେବ । ସେତେବେଳେ ମ୍ୟାଚ୍‌ ସଂଖ୍ୟା ୯୪କୁ ବୃଦ୍ଧି କରାଯିବ । 

ଆଇପିଏଲ୍‌ ଅଧ୍ୟକ୍ଷ ଧୂମାଲ କହିଛନ୍ତି, ‘ପୂର୍ବରୁ ମ୍ୟାଚ୍‌ ସଂଖ୍ୟା ବୃଦ୍ଧି କରାଯିବା ବିଷୟରେ ବିସିସିଆଇ ବୈଠକରେ ବହୁ ଥର ଆଲୋଚନା ହୋଇଛି । ୨୦୨୮ରୁ ୯୪ ମ୍ୟାଚ୍‌ ଖେଳାଯିବା ନେଇ ଯୋଜନା ହେଉଛି । ଏ ବିଷୟରେ ଆଇସିସି ସହ ମଧ୍ୟ କଥାବାର୍ତ୍ତା ଚାଲିଛି । ଫ୍ରାଞ୍ଚାଇଜ, ବିଜ୍ଞାପନଦାତା, ପ୍ରସାରଣ ଏବଂ ପ୍ରଶଂସକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯିବ । ଆଇସିସି ଇଭେଣ୍ଟ ଏବଂ ଦ୍ୱିପାକ୍ଷିକ ସିରିଜକୁ ଗୁରୁତ୍ୱ ଦେଇ ମ୍ୟାଚର ସଂଖ୍ୟା ବୃଦ୍ଧି ହେବ । ଚଳିତ ସଂସ୍କରଣରେ ୧୦ଟି ମ୍ୟାଚ୍‌ ବୃଦ୍ଧି କରାଯିବା ନେଇ ଯୋଜନା ଥିଲା । କିନ୍ତୁ ତାହା ସମ୍ଭବ ହୋଇପାରିଲା ନାହିଁ । ଯଦି ଟୁର୍ଣ୍ଣାମେଣ୍ଟରେ ୯୪ଟି ମ୍ୟାଚ୍‌ ଖେଳାଯାଉଛି ତେବେ ପ୍ରତ୍ୟେକ ଦଳ ଘରୋଇ ଭେନ୍ୟୁ ଓ ଘରୋଇ ଭେନ୍ୟୁ ବାହାରେ ସମାନ ଦଳ ବିପକ୍ଷରେ ଖେଳିବାର ସୁଯୋଗ ପାଇବେ ।’ 

ସେ ଆହୁରି ମଧ୍ୟ କହିଛନ୍ତି, ‘ଦଳ ସଂଖ୍ୟା ବୃଦ୍ଧି କରାଯିବାର କୌଣସି ଯୋଜନା ନାହିଁ । ଏବେ ଅନ୍ତର୍ଜାତୀୟ ସୂଚୀ ବେଶ ବ୍ୟସ୍ତବହୁଳ ରହିଛି । ତେଣୁ ସବୁଦିଗକୁ ଦୃଷ୍ଟି ଦେଇ ବିଚାର ବିମର୍ଶ ଚାଲିଛି । ବର୍ଷକୁ ବର୍ଷ ଆଇପିଏଲର ଲୋକପ୍ରିୟତା ବଢ଼ି ବଢ଼ି ଚାଲିଛି । ଇତିମଧ୍ୟରେ ୧୮ତମ ସଂସ୍କରଣ ଅଧା ହେବାକୁ ବସିଲାଣି । ଦର୍ଶକ ଓ ପ୍ରଶଂସକଙ୍କ ଆଗ୍ରହକୁ ଦେଖି ସବୁ କିଛି କରାଯାଉଛି ।’ ଯଦି ଆଇପିଏଲରେ ମ୍ୟାଚ୍‌ ସଂଖ୍ୟା ବଢ଼େ ତେବେ ଦିନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ଯାହା ଆଶା କରାଯାଉଛି ଦିନ ବଢ଼ିଲେ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ମଧ୍ୟଭାଗରୁ ଆରମ୍ଭ ହୋଇ ମେ’ ଶେଷ ପର୍ଯ୍ୟନ୍ତ ଚାଲିବ । ୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିଲା । ୮ଟି ଦଳ ୫୯ ମ୍ୟାଚ୍‌ ୪୪ ଦିନରେ ଖେଳିଥିଲେ । ୧୫ଟି ଡବଲ ହେଡର ମ୍ୟାଚ୍‌ ଥିଲା । ୨୦୨୨ରୁ ଦଳ ସଂଖ୍ୟା ୧୦ ହେବା ପରେ ୭୪ଟି ମ୍ୟାଚ୍‌ ଖେଳାଯାଉଛି । ଦିନ ସଂଖ୍ୟା ୬୦ରୁ ୬୫ ଦିନ ମଧ୍ୟରେ ସୀମିତ ରହିଛି । ୨୦୨୨ରେ ଡିଜନୀ ଷ୍ଟାର ଏବଂ ଭାଏକମ-୧୮ ଟେଲିଭିଜନ ଓ ଡିଜିଟାଲ ପ୍ରସାରଣ ଅଧିକାର ଜିତିଥିଲେ । ୫ ବର୍ଷକୁ ସେମାନେ ୪୮, ୩୯୦ କୋଟି ଟଙ୍କା ପ୍ରଦାନ କରିବେ । ୨୦୨୭ରେ ସେମାନଙ୍କର ଚୁକ୍ତି ପୂରଣ ହେବ ।

ଏହି ଖବରଟିକୁ ପଢନ୍ତୁ-ସକାଳେ କଥା ହେଲେ ରାତିରେ ବିସ୍ଫୋରଣ, କୋଚ୍‌ଙ୍କ ସହ କଣ କଥା ହୋଇଥିଲେ ବିଧ୍ୱଂସୀ ବୈଭବ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.