ପ୍ରମୂଖ ଖବର
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସକାଳେ କଥା ହେଲେ ରାତିରେ ବିସ୍ଫୋରଣ, କୋଚ୍‌ଙ୍କ ସହ କଣ କଥା ହୋଇଥିଲେ ବିଧ୍ୱଂସୀ ବୈଭବ ?

Published By : Ankita S | April 29, 2025 10:29 AM

ନୂଆଦିଲ୍ଲୀ,୨୯/୦୪: ରାଜସ୍ଥାନ ରୟାଲ୍ସର ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଏବେ ସବୁ କ୍ରିକେଟ ଫ୍ୟାନ ଜାଣି ସାରିଛନ୍ତି । ଟି-୨୦ କ୍ରିକେଟରେ ସର୍ବକନିଷ୍ଠ ଦ୍ରୁତତମ ଶତକହାସଲକାରୀ ହୋଇଛନ୍ତି । ଗୁଜରାଟ ଟାଇଟନ୍ସ ବିପକ୍ଷରେ ଧୂଆଁଧାର ଇନିଂସ ଖେଳିଥିଲେ ବୈଭବ । ୩୫ ବଲରେ ଶତକ ହାସଲ କରିଥିଲେ । ସେଥିରେ ୧୧ ଛକା, ୭ ଚୌକା ସାମିଲ ଥିଲା । ମ୍ୟାଚ ପୂର୍ବରୁ ସେ ସକାଳେ ତାଙ୍କ କୋଚଙ୍କ ସହିତ କଥା ହୋଇଥିଲେ । ତାଙ୍କୁ କହିଥିଲେ ଆଜି ଏକ ବଡ଼ ପାଳି ଖେଳିବି । ଆଉ ତାହା ସତ ହେଲା । ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ବୈଭବ ବିସ୍ଫୋରଣ ଦେଖିବାକୁ ମିଳିଥିଲା । ଏକ ଐତିହାସିକ ଇନିଂସ ଖେଳିଥିଲେ ବୈଭବ ଯାହାକୁ କେହି ଭୁଲିପାରିବେ ନାହିଁ ।

'ସାର୍ ମୁଁ ମାରିବି'- ଗୁଜରାଟ ବିପକ୍ଷ ମ୍ୟାଚ ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ତାଙ୍କ କୋଚ୍ ମନୀଷ ଓଝାଙ୍କ ସହିତ କଥା ହୋଇଥିଲେ । ତାଙ୍କୁ କହିଥିଲେ, 'ସାର୍ ଆଜି ମୁଁ ମାରିବି । ବଡ଼ ଇନିଂସ ଖେଳିବି ।' ଉତ୍ତରରେ ତାଙ୍କ କୋଚ୍ କହିଥିଲେ, ମାରିବ, ହେଲେ ୱିକେଟ ହରାଇବନି । ଦେଖିଚାହିଁ ଖେଳିବ ଯସ୍ୱସୀଙ୍କ ସହିତ କଥା ହେବ ।'' 

ଆଉ ତାହା ହିଁ ହେଲା । ଗ୍ରାଉଣ୍ଡରେ ବୈଭବ ବିସ୍ଫୋରଣ ଦେଖିବାକୁ ମିଳିଥିଲା । ଗୁଜରାଟ ବୋଲରଙ୍କୁ ନିର୍ଦ୍ଧୁମ ପିଟିଥିଲେ । ସାମ୍ନାରେ ମହମ୍ମଦ ସିରାଜ, ଇଶାନ୍ତ  ଶର୍ମାଙ୍କ ପରି ଦକ୍ଷ ବୋଲର ଥିଲେ । ହେଲେ କାହାକୁ ଡରି ନଥିଲେ ସୂର୍ଯ୍ୟବଂଶୀ । ଶତକବୀର ବୈଭବ ୧୧ ଛକା ୭ ଚୌକା ମାରିଥିଲେ । ଆଇପିଏଲରେ ପ୍ରଥମ ଭାରତୀୟ ଭାବେ ୨୦୧୦ରେ ଦ୍ରୁତତମ ଶତକ ହାସଲ କରି ୟୁସୁଫ୍ ପଠାନଙ୍କ ରେକର୍ଡକୁ ଭାଙ୍ଗି କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ୧୦୧ ରନର ଧୂଆଁଧାର ଇନିଂସ ଖେଳିଥିବା ବୈଭବ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଅଧିକ ପଢନ୍ତୁ...IPL-2025: ବୈଭବଙ୍କ ଧୂଆଁଧାର ବ୍ୟାଟିଂରେ ଗୁଜରାଟ ଧରାଶୟୀ; ୮ ୱିକେଟରେ ଜିତିଲା ରାଜସ୍ଥାନ

ଅନେକ ପ୍ରତିଭାବାନ ଖେଳାଳି ତିଆରି କରିଥିବା ଆଇପିଏଲରେ ଆଜି ଆଉ ଜଣେ ଯୁବ ବ୍ୟାଟିଂ ବିସ୍ମୟଙ୍କ ଆବିର୍ଭାବ ହୋଇଛି । ସେ ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୧୪ ବର୍ଷ ୩୨ ଦିନ ବୟସରେ ସେ କନିଷ୍ଠ ଖେଳାଳି ଭାବେ ଦ୍ରୁତତମ ଶତକ ରେକର୍ଡ ଭାଙ୍ଗିଛନ୍ତି । ଭାରତୀୟ କ୍ରିକେଟର ଆଗାମୀ ଭବିଷ୍ୟତ ଭାବେ ଉଭା ହୋଇଛନ୍ତି । ତାଙ୍କ ବ୍ୟାଂଟି ବଳରେ ରାଜସ୍ଥାନ ରୟାଲ୍ସ ବିଜୟ ଧାରାକୁ ଫେରିଛି । ଦଳର ପ୍ଲେ ଅଫ୍ ଆଶା ଉଜ୍ଜୀବିତ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.