ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ୱାଙ୍ଖଡେ ଷ୍ଟାଡିୟମରେ ନୀତା ଅମ୍ବାନୀଙ୍କ ସହିତ ମୁମ୍ବାଇ ଇଣ୍ଡିଆନ୍ସକୁ ଉତ୍ସାହିତ କଲେ ୧୯ ହଜାର ପିଲା...

Published By : Prameya | April 28, 2025 10:54 PM

ମୁମ୍ବାଇ ୨୮/୦୪ : ରବିବାର ସନ୍ଧ୍ୟାରେ ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମଧ୍ୟରେ ହୋଇଥିବା ମ୍ୟାଚକୁ ଦେଖିଥିଲେ ହଜାର ହଜାର ଅନୁନ୍ନତ ପୃଷ୍ଠଭୂମିର ପିଲା । ମୁମ୍ବାଇ ଇଣ୍ଡିଆନ୍ସ ଦଳର ନୀଳ ଜର୍ସି ପିନ୍ଧିଥିବା ଏହି ପିଲା ମାନଙ୍କୁ ନେଇ ସମଗ୍ର ଷ୍ଟାଡିୟମ ନୀଳ ରଙ୍ଗରେ ଆଚ୍ଛାଦିତ ହୋଇଥିଲା । ପିଲାମାନେ ପ୍ରତ୍ୟେକ ୱିକେଟ୍‌ ଏବଂ ସଟ୍‌ ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଉତ୍ସାହିତ କରୁଥିଲେ। ନୀତା ଅମ୍ବାନୀଙ୍କ ନେତୃତ୍ୱରେ 'ସମସ୍ତଙ୍କ ପାଇଁ ଶିକ୍ଷା ଏବଂ କ୍ରୀଡ଼ା ଅଭିଯାନ' ମୁମ୍ବାଇର ପ୍ରାୟ ୧୯ ହଜାର ପିଲାଙ୍କ ପାଇଁ ମ୍ୟାଚ୍‌ ଟିକେଟ୍‌ ବ୍ୟବସ୍ଥା କରିଥିଲା ଯାହା ଦ୍ୱାରା ପିଲାମାନେ ଷ୍ଟାଡିୟମରେ ମ୍ୟାଚ୍‌ ଉପଭୋଗ କରିଥିଲେ । ସୂଚନାଯୋଗ୍ୟ ଯେ 'ଶିକ୍ଷା ଏବଂ କ୍ରୀଡ଼ା ସମସ୍ତଙ୍କ ପାଇଁ (ଇଏସଏ)' ରିଲାଏନ୍ସ ଫାଉଣ୍ଡେସନର ଏକ ପ୍ରୟାସ ଏବଂ ସମାଜର ଅନୁନ୍ନତ ପୃଷ୍ଠଭୂମିର ପିଲାମାନଙ୍କ ପାଇଁ ଏକ ବାର୍ଷିକ ଇଏସଏ ଦିବସ ମ୍ୟାଚ୍‌ ଆୟୋଜିତ କରିଥାଏ ।

ଏହି ସ୍ୱତନ୍ତ୍ର ଦିବସରେ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ୍‌ ଅମ୍ବାନୀ କହିଛନ୍ତି, "ଏହା କେବଳ ଏକ ମ୍ୟାଚ୍‌ ନୁହେଁ । ଏହା ଆଶା, ସ୍ୱପ୍ନ ଏବଂ ଖୁସିର ଉତ୍ସବ । ଏହା ସମଗ୍ର ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ପ୍ରିୟ ମ୍ୟାଚ୍‌। ପରିବେଶକୁ ଦେଖନ୍ତୁ, ୧୯,୦୦୦ ପିଲା, ସମସ୍ତେ ଅନୁନ୍ନତ ପୃଷ୍ଠଭୂମିରୁ, ସେମାନଙ୍କ ମଧ୍ୟରୁ କିଛି ବିଶେଷ ବା ଭିନ୍ନକ୍ଷମ ପିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ, ଏହା ପ୍ରଥମ ଥର ଯେତେବେଳ ସେମାନେ ଷ୍ଟାଡିୟମରେ ଏକ ଲାଇଭ୍‌ ମ୍ୟାଚ୍‌ ଦେଖୁଛନ୍ତି । ପିଲାମାନେ ଏହାକୁ କିପରି ଉପଭୋଗ କରୁଛନ୍ତି ତାହା ଦେଖିବା ବାସ୍ତବରେ ବେଶ ଆନନ୍ଦଦାୟକ । ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଭାରତ ପାଇଁ ଖେଳୁଥିବା ଅନେକ ଖେଳାଳି ବେଶ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି । ଏହା ସେମାନଙ୍କ ପାଇଁ ଏକ ପ୍ରେରଣା ମଧ୍ୟ ଯେ ସେମାନେ ସ୍ୱପ୍ନ ଦେଖିପାରିବେ ଏବଂ ସେମାନେ ଯାହା ହେବାକୁ ଚାହାଁନ୍ତି ତାହା ହୋଇପାରିବେ ।"

ଅତ୍ୟନ୍ତ ଖୁସି ଦେଖାଯାଉଥିବା ପିଲାମାନେ ନୀତା ଅମ୍ବାନୀଙ୍କ ସହ କଥା ହୋଇଥିଲେ । ପିଲାମାନଙ୍କ ସହିତ ତାଙ୍କର ଆଲୋଚନା ବିଷୟରେ ନୀତା ଅମ୍ବାନୀ କହିଥିଲେ, "ଏକ ଛୋଟ ଝିଅ ମୋତେ କହିଲା ଯେ ସେ ବୁମରାଙ୍କ ଭଳି ହେବାକୁ ଚାହେଁ ଏବଂ ଜଣେ ପୁଅ କେବଳ ରୋହିତ ଶର୍ମାଙ୍କ ସହିତ ହାତ ମିଳାଇବାକୁ ଚାହୁଁଥିବା କହିଥିଲା । ଯଦି ସେମାନଙ୍କର ଆଶା ଏବଂ ଆକାଂକ୍ଷା ପୂରଣ ହୋଇପାରିବ, ତେବେ ସେମାନେ ଉତ୍କର୍ଷରେ ପହଞ୍ଚିପାରିବେ । ଇଏସଏ ର ମୌଳିକ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ଶିକ୍ଷା ଏବଂ କ୍ରୀଡ଼ା । ମୁଁ ଭାବୁଛି ପିଲାମାନେ ଖେଳ ପଡ଼ିଆରେ ଯେତିକି ଶିଖନ୍ତି, ଶ୍ରେଣୀଗୃହରେ ମଧ୍ୟ ସେତିକି ଶିଖନ୍ତି । ମୁଁ ଭାବୁଛି ଆଜି ସ୍ୱପ୍ନ ଏବଂ ଆଶାର ଦିନ । ହୁଏତ ସେମାନଙ୍କ ମଧ୍ୟରୁ ଜଣେ ହରମନପ୍ରୀତ ହୋଇପାରନ୍ତି, କେହି ଜଣେ ରୋହିତ ଶର୍ମା ହୋଇପାରନ୍ତି । ପିତାମାତାଙ୍କୁ ମଧ୍ୟ ବୁଝିବାକୁ ପଡିବ ଯେ ସେମାନେ ସେମାନଙ୍କ ପିଲାମାନଙ୍କୁ ନିଜର ପସନ୍ଦ ବାଛିବାକୁ ଦେବା ଉଚିତ ।"

୧୯,୦୦୦ ପିଲାଙ୍କୁ ସେମାନଙ୍କ ଘରୁ ଷ୍ଟାଡିୟମରେ ପହଞ୍ଚାଇବା ଏବଂ ମ୍ୟାଚ ପରେ ସେମାନଙ୍କୁ ସୁରକ୍ଷିତ ଭାବରେ ଘରେ ଛାଡିବା ଏକ ଯୋଜନାବଦ୍ଧ ଏବଂ ବଡ଼ କାମ ଥିଲା । ପ୍ରାୟ ୫୦୦ଟି ବସ୍‌ ରେ ପିଲାମାନଙ୍କୁ ଷ୍ଟାଡିୟମକୁ ଅଣାଯାଇଥିଲା । ୧ ଲକ୍ଷରୁ ଅଧିକ ଖାଦ୍ୟ ଡବା ପ୍ରସ୍ତୁତ କରାଯାଇଥିଲା ଯାହା ଦ୍ୱାରା କୌଣସି ପିଲା ଯେପରି ଭୋକିଲା ନ ରୁହନ୍ତି ତାହା ସୁନିଶ୍ଚିତ କରାଯାଇଥିଲା । ଏହାର ସ୍ଥାପନା ପରଠାରୁ ରିଲାଏନ୍ସ ଫାଉଣ୍ଡେସନ ଏହାର କ୍ରୀଡା ପଦକ୍ଷେପଗୁଡିକ ମାଧ୍ୟମରେ ସାରା ଭାରତରେ ୨ କୋଟି ୩୦ ଲକ୍ଷରୁ ଅଧିକ ପିଲା ଏବଂ ଯୁବକଯୁବତୀଙ୍କ ଜୀବନକୁ ପ୍ରଭାବିତ କରିଛି  । ୨୦୧୦ରେ ଆରମ୍ଭ ହୋଇଥିବା ଇଏସଏ କାର‌୍ୟ୍ୟକ୍ରମ ଏହି ପଦକ୍ଷେପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.