ଶ୍ରୀନଗର,୨୮/୦୪: ପହଲଗାମ ଆତଙ୍କୀ ଆକ୍ରମଣକୁ ଜମ୍ମୁ କାଶ୍ମୀର ବିଧାନସଭାରେ ନିନ୍ଦା କରାଯାଇଛି । ଘଟଣାକୁ ନେଇ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ହୋଇଛି । ଆତଙ୍କୀ ଆକ୍ରମଣକୁ ନିନ୍ଦା କରିବା ସହିତ ଗୃହରେ ସମସ୍ତ ସଦସ୍ୟ ନୀରବ ପ୍ରାର୍ଥନା କରିଛନ୍ତି । ସ୍ୱତନ୍ତ୍ର ଅଧିବେଶନରେ ଆକ୍ରମଣ ବିରୋଧରେ ପ୍ରସ୍ତାବ ଦିଆଯାଇଛି । ଗୃହରେ ଅଭିଭାଷଣ ଦେବା ସମୟରେ ଭାବୁକ ହୋଇଥିଲେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ପହଲଗାମ ଆକ୍ରମଣ ଦେଶକୁ ଦୋହଲାଇ ଦେଇଛି । କୌଣସି କାଶ୍ମୀରୀ ଆତଙ୍କୀ ହମଲାକୁ ସମର୍ଥନ କରୁନାହିଁ । ପ୍ରଥମ ଥର କାଶ୍ମୀରବାସୀ ଏକାଠୀ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି, 'ଆତଙ୍କବାଦ ଶେଷ ହେବ ଯେବେ ଆମକୁ ଲୋକ ସମର୍ଥନ କରିବେ ସହଯୋଗ କରିବେ। ଏବେ ଏହାର ଆରମ୍ଭ ହୋଇଛି । ଆତଙ୍କବାଦ ବନ୍ଧୁକରେ କଣ୍ଟ୍ରୋଲ ହେବ ଶେଷ ହେବ ନାହିଁ । ଏହା ସେବେ ଶେଷ ହେବ ଯେବେ ଲୋକ ଆମ ସହିତ ରହିବେ । ଆଜି ଆମକୁ ଲାଗୁଛି ଲୋକ ସେହି ସ୍ଥାନରେ ପହଞ୍ଚିଛନ୍ତି ।'
#WATCH | Jammu: J&K CM Omar Abdullah says, "Militancy and terrorism will end when people will support us. This is the beginning of that... We should not say or show anything which harms this movement that has arisen... We can control militancy using guns, it will end only when… pic.twitter.com/cWmsUY9uQL
— ANI (@ANI) April 28, 2025
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆତଙ୍କୀ ଆକ୍ରମଣକୁ କେହି ବି କାଶ୍ମୀରବାସୀ ସମର୍ଥନ କରୁନାହାନ୍ତି । ସମଗ୍ର ଦେଶକୁ ଏହା ପ୍ରଭାବିତ କରିଛି । ୨୧ ବର୍ଷ ପରେ ଏତେ ବଡ଼ ଆକ୍ରମଣ ଦେଶକୁ ଦୋହଲାଇ ଦେଇଛି । ମୁଁ ଜାଣିପାରୁନାହିଁ ମୃତକଙ୍କ ପରିବାରକୁ କେମିତି କ୍ଷମା ମାଗିବି । ପର୍ଯ୍ୟଟକଙ୍କୁ ସୁରକ୍ଷିତ ଘରକୁ ପଠାଇବା ମୋର କର୍ତ୍ତବ୍ୟ ଥିଲା । ମୁଁ କରିପାରିଲି ନାହିଁ । ମୋ ପାଖରେ ଶଦ୍ଦ ନାହିଁ କ୍ଷମା ମାଗିବାକୁ । ଜମ୍ମୁର ସୁରକ୍ଷା ଆମର ଦାୟିତ୍ୱ । ମୋତେ କିଛି ଲୋକ ପଚାରିଥିଲେ ଆମର କଣ ଦୋଷ ଥିଲା ? ଆମେ କାଶ୍ମୀର ବୁଲିବାକୁ ଆସିଥିଲୁ ହେଲେ ଆମ ସହ ଏମିତି ଘଟିଲା ବୋଲି ପ୍ରଶ୍ନ କରିଥିଲେ।'