ନୂଆଦିଲ୍ଲୀ : ମୁମ୍ୱାଇରେ ଇଡି କାର୍ଯ୍ୟାଳୟରେ ନିଆଁ ଲାଗି କିଛି କାଗଜପତ୍ର ଓ ଫର୍ଣ୍ଣିଚର ଜଳିଯାଇଛି, ହେଲେ ତଦନ୍ତ ବା ବିଚାରରେ କୌଣସି ବାଧା ଉପୁଜିବାର ଆଶଙ୍କା ନାହିଁ ବୋଲି ସୋମବାର କହିଛି ଏହି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କାରଣ ଫାଇଲ ସବୁ ଡିଜିଟାଲ ରୂପେ ସୁରକ୍ଷିତ ଅଛି। ସଂଘୀୟ ଏଜେନ୍ସି ରବିବାର ପାଖାପାଖି ୨ଟା୨୫ ସମୟରେ ବୈଲାର୍ଡ ଏଷ୍ଟେଟ୍ରେ କୈସର-ଏ-ହିନ୍ଦ ବିଲ୍ଡିଂ ସ୍ଥିତ ମୁମ୍ୱାଇ ଜୋନଲ ଅଫିସ-୧ର ୪ର୍ଥ ମହଲାରେ ଲାଗିଥିବା ନିଆଁରେ ବୟାନ ଜାରି କରିଛି। ଏଜେନ୍ସି କହିଛି ଯେ, ପ୍ରାଥମିକ ଭାବେ ୪ର୍ଥ ମହଲାରେ ଥିବା ବୈଦ୍ୟୁତିକ ବାକ୍ସରେ ସର୍ଟ-ସର୍କିଟ ଯୋଗୁଁ ନିଆଁ ଲାଗିଛି। ଏଜେନ୍ସି କହିଛି ଯେ, ବାସ୍ତବିକ କ୍ଷତିର ଆକଳନ କରାଯାଉଛି। ପ୍ରାରମ୍ଭିକ ଭାବେ ଜଣାପଡ଼ିଛି ଯେ, ଅଗ୍ନିକାଣ୍ଡ ଘଟଣାରେ କିଛି କାଗଜପତ୍ର ଓ ଫର୍ନିଚର ଆଦି ଜଳି ଯାଇଛି।
ଏଜେନ୍ସି ଅନୁସାରେ, ତଦନ୍ତ ସମ୍ୱନ୍ଧିତ ସାକ୍ଷ୍ୟ କାଗଜପତ୍ର ଓ ଅନ୍ୟ କାଗଜପତ୍ର ସର୍ବଦା ଡିଜିଟାଲ ରେକର୍ଡ ଭାବେ ସୁରକ୍ଷିତ ରଖାଯାଏ । ଏହାସହ ଏହାକୁ କେନ୍ଦ୍ରୀକୃତ ରେକର୍ଡ ପ୍ରଣାଳୀରେ ମଧ୍ୟ ସଂଗ୍ରହ କରାଯାଏ। ବୟାନରେ କୁହାଯାଇଛି , ଯେଉଁ ମାମଲାରେ ଅଭିଯୋଜନ ପକ୍ଷର ଅଭିଯୋଗ ସବୁ ରୁଜୁ କରାଯାଇଛି, ଏହାର ମୂଳ ରେକର୍ଡ ସମ୍ୱନ୍ଧିତ କୋର୍ଟଙ୍କ ପାଖରେ ଉପଲବ୍ଧ ଅଛି। ଏଥିପାଇଁ ମନି ଲଣ୍ଡରିଂ ନିବାରଣ ଆଇନ, ବିଦେଶୀ ମୁଦ୍ରା ଉଲ୍ଲଂଘନ ଏବଂ ପଳାତକ ଆର୍ଥିକ ଅପରାଧି ଅଧିନିୟମ ଅନୁସାରେ ମାମଲାରେ ଯାଞ୍ଚ କରୁଥିବା ଏଜେନ୍ସି ଅନୁସାରେ , ଯାଞ୍ଚ ବା ପରୀକ୍ଷଣ କରବାରେ କୌଣସି ବାଧା ହେବାର ଆଶଙ୍କା ନାହିଁ।
ଇଡି କହିଛି ଯେ କୈସର-ହିନ୍ଦ ଭବନର ଭୂତଳ ଓ ପ୍ରଥମ ମହଲାରେ ଥିବା କାର୍ଯ୍ୟାଳୟ ଚାଲୁ ରହିଛି। ନିଆଁରେ ପ୍ରଭାବିତ ୪ର୍ଥ ମହଲାରେ ଥିବା କାର୍ଯ୍ୟାଳୟର ପାର୍ଟକୁ ସ୍ଥାନାନ୍ତରିତ କରିଦିଆ ଯାଇଛି। ଏବେ ଜନ୍ମଭୂମି ଚ୍ୟାମ୍ୱର ସ୍ଥିତ ପୁରୁଣା କ୍ଷେତ୍ରୀୟ କାର୍ଯ୍ୟାଳୟରୁ ପରିଚାଳିତ ହେଉଛି। ଯାଞ୍ଚ ଏଜେନ୍ସି କହିଛି କି ନିଆଁକୁ ସର୍ବ ପ୍ରଥମେ କାର୍ଯ୍ୟାଳୟରେ ମୁତୟନ କର୍ମଚାରୀ ଓ ସୁରକ୍ଷା ଗାର୍ଡ ଦେଖିଥିଲେ , ଯିଏକି ବିଲ୍ଡିଂରେ ମୁତୟନ ରାତ୍ରି ଡ୍ୟୁଟି ରାଜ୍ୟ ପୁଲିସ କର୍ମିଙ୍କୁ ସୂଚିତ କରିଥିଲେ।