ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’

Published By : Prameya | April 28, 2025 8:26 AM

ଜୟପୁର, ୨୮/୦୪: ଆଇପିଏଲ୍‌ର ୪୭ତମ  ଲିଗ୍‌ ମୁକାବିଲାରେ ଘରୋଇ ରାଜସ୍ଥାନ  ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ସାମ୍ନାସାମ୍ନି ହେବେ । ରାଜସ୍ଥାନ ରୟାଲ୍ସ ପାଇଁ ଏହି ମ୍ୟାଚ୍‌ ‘କର ବା ମର’  ସଦୃଶ ରହିଛି । ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ଏହି ମ୍ୟାଚ୍‌ ଜିତିବା ଜରୁରୀ । ଫଳରେ ଆଜି ଦଳ ବିଜୟ ପାଇଁ ସବୁ ଶକ୍ତି ଖଟାଇବ ।  ଅନ୍ୟ ପଟରେ ଗୁଜରାଟ ଟାଇଟନ୍ସ ଶୀର୍ଷ ସ୍ଥାନକୁ ଦୃଢ଼  କରିବା ପାଇଁ ପ୍ରୟାସ କରିବ।

ଗତ ୯ ତାରିଖରେ ଉଭୟ ଦଳ ପରସ୍ପରକୁ  ଭେଟିଥିଲେ । ଘରୋଇ ଗ୍ରାଉଣ୍ଡରେ ଖେଳିଥିବା ଗୁଜରାଟ ଟାଇଟନ୍ସ ୫୮ରନ୍‌ରେ ଏହି ମ୍ୟାଚ୍‌ ଜିତିଥିଲା । ଏଥର ରାଜସ୍ଥାନ ରୟାଲ୍ସ ତା’ର ଘରୋଇ ଗ୍ରାଉଣ୍ଡ ସୱାଇ ମାନସିଂହ ଷ୍ଟାଡିୟମରେ ଖେଳିବ । ଫଳରେ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ରଣନୀତି ପ୍ରସ୍ତୁତ କରିଛି । ପୂର୍ବ ରେକର୍ଡ଼ ଗୁଜରାଟ ଟାଇଟନ୍ସ ସପକ୍ଷରେ ରହିଛି । ଉଭୟ ଦଳ ମଧ୍ୟରେ ୭ଟି ମ୍ୟାଚ୍‌ ଖେଳାଯାଇଛି । ଏଥିରୁ ଗୁଜରାଟ ଟାଇଟନ୍ସ ୬ଟି ଓ  ରାଜସ୍ଥାନ ରୟାଲ୍ସ ଗୋଟିଏ ମ୍ୟାଚ୍‌ ଜିତିଛି । ଗୁଜରାଟ ଟାଇଟନ୍ସ ୮ଟିରୁ ୬ଟି ମ୍ୟାଚ୍‌ ଜିତି ୧୨  ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଆଜି  ଦଳ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା  ନାହିଁ । ଓପନିଂ ଯୋଡ଼ି ସାଇ ସୁଦର୍ଶନ, ଶୁଭମନ ଗିଲ୍‌ଙ୍କ  ସମେତ ଜୋସ ବଟଲର ଜବରଦସ୍ତ ଫର୍ମରେ ରହିଛନ୍ତି ।  ସୁଦର୍ଶନ ଓ ଗିଲ୍‌ ମୋଟ ୪୪୮ରନ୍‌ର ଭାଗିଦାରୀ  ଗଠନ କରି ସାରିଛନ୍ତି । ସୁଦର୍ଶନ ୮ଟି ମ୍ୟାଚ୍‌ ଖେଳି  ୪୧୭ରନ୍‌ କରିସାରିଲେଣି । 

ଆଜି ତାଙ୍କ ଉପରେ  ନଜର ରହିବ । ସେହିପରି ପେସ୍‌ ବୋଲର ପ୍ରସିଦ୍ଧ  କ୍ରିଷ୍ଣା ୮ଟି ମ୍ୟାଚ୍‌ରୁ ୧୬ଟି ଏବଂ ସ୍ପିନର ସାଇ କିଶୋର  ୧୨ଟି ୱିକେଟ୍‌ ହାସଲ କରିଛନ୍ତି । ପାୱାର ପ୍ଲେରେ  ମହମ୍ମଦ ସିରାଜ ମଧ୍ୟ ଘାତକ ସାବ୍ୟସ୍ତ ହୋଇଛନ୍ତି ।

ରାଜସ୍ଥାନ ରୟାଲ୍ସ ୯ଟି ମ୍ୟାଚ୍‌ରୁ ୪ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ଦଳ ଏକ ସନ୍ତୁଳିତ ଏକାଦଶ ଗଠନ କରିବାରେ ବିଫଳ ହୋଇଛି । ନିୟମିତ ଅଧିନାୟକ ସଞ୍ଜୁ ସାମସନ ଏପର୍ଯ୍ୟନ୍ତ  ଫିଟ୍‌ ହୋଇନାହାନ୍ତି । ଓପନର ଯଶସ୍ୱୀ ଜୈସ୍ୱାଲଙ୍କୁ  ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ସ୍ଥିର ପ୍ରଦର୍ଶନ  ଦେବାରେ ବିଫଳ ହୋଇଛନ୍ତି । ବୋଲିଂ ବିଭାଗ ମଧ୍ୟ  ସେଭଳି କମାଲ ଦେଖାଇ ପାରିନାହାନ୍ତି । ଆସନ୍ତାକାଲି  ତୁଷାର ଦେଶପାଣ୍ଡେଙ୍କ ସ୍ଥାନରେ ଆକାଶ ମଧୱାଲ  ସୁଯୋଗ ପାଇପାରନ୍ତି । 

ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା  ପୂର୍ବ ୭ଟି ମ୍ୟାଚ୍‌ରୁ ୪ଟିରେ ଦ୍ୱିତୀୟ ଭାଗରେ ବ୍ୟାଟିଂ  କରିଥିବା ଦଳ ବିଜୟ ହାସଲ କରିଛନ୍ତି । ଆଜି ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦ୍ବାଦଶ

ରାଜସ୍ଥାନ ରୟାଲ୍ସ: ବୈଭବ ସୂର୍ଯ୍ୟବଂଶୀ,  ଯଶସ୍ୱୀ ଜୈସ୍ୱାଲ, ନୀତିଶ ରାଣା, ରିୟାନ ପରାଗ  (ଅଧିନାୟକ), ଧ୍ରୁବ ଜୁରେଲ, ସିମରନ ହେତମାୟର, ଶୁଭମ ଦୁବେ, ୱାନିଣ୍ଡୁ ହସରଙ୍ଗା,  ସନ୍ଦିପ ଶର୍ମା, ଜୋଫ୍ରା ଆର୍ଚର, ଫଜଲହକ୍‌  ଫାରୁକି, ତୁଷାର ଦେଶପାଣ୍ଡେ/ଆକାଶ ମଧୱାଲ୍‌ । 

ଗୁଜରାଟ ଟାଇଟନ୍ସ: ବି ସାଇ ସୁଦର୍ଶନ,  ଶୁଭମନ ଗିଲ୍‌ (ଅଧିନାୟକ), ଜୋସ ବଟଲର,  ସେରଫାନ୍‌ ରଦରଫୋର୍ଡ, ଏମ୍‌ ଶାହରୁଖ ଖାନ,  ରାହୁଲ ତେୱାତିଆ, ରସିଦ ଖାନ, ୱାସିଂଟନ  ସୁନ୍ଦର, ଆର୍‌ ସାଇ କିଶୋର, ମହମ୍ମଦ ସିରାଜ,  ପ୍ରସିଦ୍ଧ କ୍ରିଷ୍ଣା, ଈଶାନ୍ତ ଶର୍ମା ।

IPL-2025: ବିରାଟ କୋହଲି ଓ କୃଣାଲ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ; ଦିଲ୍ଲୀକୁ ୬ ୱିକେଟରେ ହରାଇଲା ବେଙ୍ଗାଲୁରୁ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.