ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ

କଣ୍ଟାବାଞ୍ଜି,୦୭/୦୯: ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଛାତ୍ର ମୃତ । ମୃତକ ଜଣକ ପିତାମ୍ବର ବେହେରାଙ୍କ ପୁଅ ମୁକେଶ ବେହେରା (୧୫) ବୋଲି ଜଣାପଡ଼ିଛି । ଶନିବାର ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ସୂଚନା ମୁତାବକ, ମୁକେଶ ତାଙ୍କ  ସାଙ୍ଗସାଥୀ ମାନଙ୍କ ସହ ଗାଁ ପାଖ ପାଖ ନଦୀକୁ ଗାଧୋଇବାକୁ ଯାଇଥିଲେ ।  ନଦୀ ପାଖରେ ଥିବା ଏକ ବଡ଼ ପଥର ଉପରକୁ ଚଢ଼ି  ଗଭୀର ପାଣିକୁ ଡେଇଁଥିଲେ । ଏହି ସମୟରେ ସେ ପାଣିରେ ବୁଡ଼ିଯାଇଥିଲେ । ଏହା ଦେଖି ମୁକେଶଙ୍କ ସାଙ୍ଗମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେଥିରେ ଅସଫଳ ହେବାରୁ ସ୍ଥାନୀୟଲୋକଙ୍କୁ ସାହାଯ୍ୟ ପାଇଁ ଡାକି ଆଣିଥିଲେ । ପରେ ସ୍ଥାନୀୟଲୋକେ ସେଠାରେ ଖୋଜାଖୋଜି କରି ମୁକେଶଙ୍କୁ ନଦୀରୁ ଉଦ୍ଧାର କରିଥିଲେ । ସେଠାରୁ ତାଙ୍କୁ ତୁରନ୍ତ ଖରିଆର ମିଶନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମୁକେଶ ପ୍ରାଣ ହରାଇଥିବା ଡାକ୍ତର ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି  ମୃତଦେହ ଜବତ କରିଥିଲା ।  ଏହା ପରେ  ଏକ ଅପମୃତ୍ୟୁ ମାମଲା ରୁଜୁ କରି  ପୋଲିସ ତଦନ୍ତ ଆରମ୍ଭ କରିଛି । ଏଥି ସହିତ ମୃତକଙ୍କ ପରିବାରକୁ ଶବ ସତ୍କାର  କରିବାକୁ ଦେଇଥିଲା । ପିତାମ୍ବର ବେହେରାଙ୍କ ତିନୋଟି ଝିଅ ଆଉ ଗୋଟିଏ ପୁଅ ରହିଥିବା ବେଳେ ପୁଅର ଏଭଳି ଭାବରେ ମୃତ୍ୟୁ ହୋଇଥିବାରୁ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.