ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସୁଶାନ୍ତଙ୍କ ଧଳଙ୍କ ସେଲରୁ ମିଳିଲା ସ୍ମାର୍ଟଫୋନ୍, ୨ ଦିନ ତଳେ ବଲାଙ୍ଗିର ଜେଲରେ ହୋଇଥିଲା ରେଡ୍

ସନ୍ଦେହ ଘେରରେ ବଲାଙ୍ଗୀର ପୋଲିସ ଭୂମିକା । ଜେଲରେ ରେଡ୍ ସମୟରେ ସୁଶାନ୍ତ ଧଳସାମନ୍ତ ସେଲରୁ ମିଳିଲା ସ୍ମାର୍ଟଫୋନ୍ । ତେବେ ଦୁଇଦିନ ତଳେ ରେଡ୍ ସମୟରେ ଏହି ମୋବାଇଲଟି ମିଳିଥିବା ବେଳେ ରବିବାର ଏନେଇ ପୋଲିସ ସୂଚନା ଦେଇଛି । ଗତ ୨୩ ତାରିଖରେ ବଲାଙ୍ଗିର ଜେଲରେ ବଡ଼ ଧରଣର ରେଡ୍ ହୋଇଥିଲା ।  ସେହି ଦିନ ସନ୍ଧ୍ୟା ସମୟରେ ଉତ୍ତରାଞ୍ଚଳ ଆଇଜି ବଲାଙ୍ଗୀର ଗସ୍ଥ କରିଥିଲେ । 

ତେବେ ଗତ ୨୩ ତାରିଖ ସକାଳେ ବଲାଙ୍ଗିର ଏସପି ୨ ପ୍ଲାଟୁନ ଫୋର୍ସ, ୯ ଜଣ ଅଫିସର ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେଲରେ ସକାଳ ୬ ଟା ୩୦ରୁ ରେଡ୍ ଆରମ୍ଭ କରିଥିଲେ । ଏନେଇ ଜେଲ ଭିତରେ ଦୀର୍ଘ ୨ ଘଣ୍ଟାର ସର୍ଚ୍ଚ ଅପରେସନ୍ ଚାଲିଥିଲା । ଡାଇନିଂଠାରୁ ଆରମ୍ଭ କରି କିଚେନ୍ ସମସ୍ତ ୱାର୍ଡରେ ତନାଘନା ସହ ସେଲ୍ଗୁଡ଼ିକୁ ଯାଞ୍ଚ କରିଥିଲେ ପୋଲିସ । ଏହି ସମୟରେ ତମ୍ବାଖୁ , ଭାଙ୍ଗ ,ଗୁଟଖା, ବିଡ଼ି, ସିଗାରେଟ୍, ଲାଇଟର ସହ ମାଦକ ଦ୍ରବ୍ୟ ବାହାରିଥିଲା, ହେଲେ ମୋବାଇଲ ବାହାରିବା କଥା ସାମ୍ନାକୁ ଆଣିନଥିଲେ ବଲାଙ୍ଗୀର ଏସପି । ତେବେ ପରବର୍ତ୍ତୀ ସମୟରେ କାହିଁକି ପୋଲିସ ମୋବାଇଲ କଥା ଉଠାଇଲା ତାହା ସନ୍ଦେହଜନକ । ବର୍ତ୍ତମାନ ସୁଶାନ୍ତଙ୍କ ଧଳକଟକରେ ଚିକିତ୍ସିତ ହେଉଥିବା ବେଳେ ତା’ ର ସେଲ ଖାଲି ପଡ଼ିଛି । ଏହି ମୋବାଇଲଟି ସେହି ସେଲ୍ରୁ ମିଳିଥିବା ସୂତ୍ରରୁ ଜଣାପଡ଼ିଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.